Advertisment

ରାତିରେ ରିକ୍ସା ଚୋରି କରୁଥିଲେ ବଙ୍ଗୀୟ ଚୋର, ଧରି ପକାଇଲେ ଗାଁ ଲୋକ

ପୁକାଙ୍କୁ ଖବର ଦେବା ସହିତ ୩ ଚୋରକୁ କାବୁ କରିଥିଲେ। ୩ ଜଣଙ୍କୁ ଏକ ରଶିରେ ବାନ୍ଧି ଗାଁକୁ ଆଣିଥିଲେ। ରାତିରେ ସେମାନଙ୍କୁ ବହେ ପିଟିଥିଲେ। ରାତି ସାରା ସେମାନଙ୍କୁ ବାନ୍ଧି ରଖିଥିଲେ। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

Balasore

Balasore

Advertisment

ବଙ୍ଗୀୟ ଚୋରଙ୍କ ସାହସ ମାନିବାକୁ ପଡ଼ିବ। ରାତିରେ ଘର ସମ୍ମୁଖରୁ ଚୋରି କରୁଥିଲେ ରିକ୍ସା। ହେଲେ ଗାଁ ଲୋକଙ୍କ ହାତରେ ଧରା ପଡ଼ି ଉତ୍ତମ ମଧ୍ୟମ ଖାଇଲେ। ରାତିସାରା ସେମାନଙ୍କୁ ଗାଁ ଲୋକେ ବାନ୍ଧି ରଖିଲେ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରୁ ଆସିଛି।

Advertisment

ସବୁଦିନ ପରି ରବିବାର ରାତିରେ ଭୋଗରାଇ ବ୍ଲକ ସାନଆଉସା ଗାଁର ପୁକା ଦଳାଇ ନିଜ ମେଶିନ୍‌ ଚାଳିକ ରିକ୍ସାକୁ ଘର ସମ୍ମୁଖରେ ରଖିଥିଲେ। ହେଲେ ବିଳମ୍ୱିତ ରାତିରେ ୩ ବଙ୍ଗୀୟ ଚୋର ଗାଁରେ ପଶି ପୁକାଙ୍କ ରିକ୍ସାକୁ ଚୋରି କରିନେଉଥିଲେ। ଚୋରମାନେ ରିକ୍ସାକୁ ନେଇ ଯାଉଥିବା ବେଳେ ଆଉସା ଛକ ନିକଟରେ ପୁକାଙ୍କ ସମ୍ପର୍କୀୟମାନେ ଦେଖିବାକୁ ପାଇଥିଲେ।

ଏ ସମ୍ପର୍କରେ ପୁକାଙ୍କୁ ଖବର ଦେବା ସହିତ ୩ ଚୋରକୁ କାବୁ କରିଥିଲେ। ୩ ଜଣଙ୍କୁ ଏକ ରଶିରେ ବାନ୍ଧି ଗାଁକୁ ଆଣିଥିଲେ। ରାତିରେ ସେମାନଙ୍କୁ ବହେ ପିଟିଥିଲେ। ରାତି ସାରା ସେମାନଙ୍କୁ ବାନ୍ଧି ରଖିଥିଲେ। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

Advertisment

ମିଳିଥିବା ସୂଚନାରୁ ପ୍ରକାଶ, ପୁକା ଦଳାଇଙ୍କର ପୂର୍ବରୁ ମଧ୍ୟ ଗୋଟିଏ ରିକ୍ସା ଚୋରି ହୋଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଆଜି ପର୍ଯ୍ୟନ୍ତ ସେହି ମାମଲାରେ ପୁଲିସ୍‌ କାହାକୁ ଗିରଫ କରିପାରି ନାହିଁ। ଏପରିକି ପୁଲିସ୍‌ ଚୋରି ହୋଇଥିବା ରିକ୍ସାକୁ ଉଦ୍ଧାର କରିପାରି ନାହିଁ। ତେଣୁ ଧରା ପଡ଼ିଥିବା ଏହି ବଙ୍ଗୀୟ ଚୋରମାନେ ପୂର୍ବ ରିକ୍ସା ଚୋରି କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe