Advertisment

ଅବକାରୀ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକେ, ଦୁଇ ଗୁରୁତର

କନର୍ଲା ଗାଁରେ ବିପୁଳ ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଏହାପରେ ଅତର୍କିତ ଭାବେ ସଦର ଅବକାରୀ ଟିମ୍ କନର୍ଲା ଗାଁରେ ଚଢାଉ କରିଥିଲା।

author-image
Niharika Rout
Attack

Attack

ବେଆଇନ୍ ମଦ ଭାଟି ଉପରେ ଚଢ଼ାଉ କରିବାକୁ ଯାଇ ହଟହଟା ହେଲେ ଅବକାରୀ କର୍ମଚାରୀ। ତାତିଲେ ଗାଁ ଲୋକେ ଓ ଅବକାରୀ କର୍ମଚାରୀଙ୍କୁ ଘେରି ଯାଇ ପ୍ରବଳ ଛେଚିଲେ। ଲୋକଙ୍କ ଆକ୍ରମଣରେ ଦୁଇ ଅବକାରୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ସାଂଘାତିକ ଘଟଣା କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ ଘଟିଛି।

Advertisment

କନର୍ଲା ଗାଁରେ ବିପୁଳ ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଏହାପରେ ଅତର୍କିତ ଭାବେ ସଦର ଅବକାରୀ ଟିମ୍ କନର୍ଲା ଗାଁରେ ଚଢାଉ କରିଥିଲା।

ତେବେ ଅବକାରୀ ବିଭାଗ ଆସିବା ଦେଖି ବେଆଇନ୍ ମଦ କାରବାରରେ ସଂପୃକ୍ତ ଲୋକେ ରୁଣ୍ଡ ହୋଇ ଗାଡ଼ିକୁ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ଏଥିରେ ଅବକାରୀ ବିଭାଗର ଦୁଇ କନେଷ୍ଟବଲ ଗୁରୁତର ଆହତ ହୋଇଥିବା ବେଳେ ଉଭୟଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଡ଼ାକ୍ତରଖାନା ନିଆଯାଇଛି।

Advertisment

ଏ ସଂକ୍ରାନ୍ତରେ ଭବାନୀପାଟଣା ସଦର ଥାନାରେ ଅବକାରୀ ବିଭାଗ ପକ୍ଷରୁ ଏତଲା ଦିଆ ଯାଇଛି। ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନି।

Kalahandi