Advertisment

ଛେଳି ଚୋରି ଅଭିଯୋଗରେ ଦୁଇ ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଛେଳି ଚୋରକୁ ଗ୍ରାମବାସୀ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
goat thieves

goat thieves

 ଛେଳି ଚୋରି କରି ନେଉଥିବା ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଗଲେ ଦୁଇ ଯୁବକ। ଉଭୟଙ୍କୁ  ଗ୍ରାମବାସୀ ନିସ୍ତୁକ ମାଡ଼ ମାରିବା ସହ ପୁଲିସ ଜିମାରେ ଦେଲେ।  ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନରେ।

Advertisment

ବୁଧବାର ଅପରାହ୍ନରେ ଲକ୍ଷ୍ମଣାସାହି ପଞ୍ଚାୟତ ଅଧିନସ୍ଥ କେନ୍ଦୁଗାଡି ଗାଁର ଜୈନକ ବ୍ୟକ୍ତିଙ୍କ ଏକ ଛେଳିକୁ ଦୁଇ ଜଣ ଯୁବକ ଚୋରି କରି ନେଇ ମଟର ସାଇକେଲ ଯୋଗେ ଫେରାର ହୋଇଯାଉଥିଲେ। ଏହି ସମୟରେ ଦୁଇ ଯୁବକ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ପରେ ସଂପୃକ୍ତ ଯୁବକଙ୍କୁ ଅଟକାଇ କେଉଁଠୁ ଛେଳି ଆଣିଲ ବୋଲି ପଚରାଉଚରା କରିଥିଲେ। ସେମାନେ ଗ୍ରାମବାସୀଙ୍କ ପ୍ରଶ୍ନରେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ। ପରେ ଗ୍ରାମବାସୀ ଛେଳି ଚୋରକୁ ନିର୍ଧୂମ ମାଡ଼ ମାରିଥିଲେ।

ପରେ ଛେଳି ମାଲିକ ଓ ପୁଲିସକୁ ଖବର ଦେଇଥିଲେ। ଛେଳି ମାଲିକ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରକୁ ନିର୍ଧୂମ ମାଡ଼ ମାରିଥିଲା। ପରେ ଖୁଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଛେଳି ଚୋରକୁ ଗ୍ରାମବାସୀ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। 

Advertisment
Odisha Police Mayurbhanj