Advertisment

ହାତୀ ପାଇଁ ବନ କର୍ମଚାରୀ ଅଟକ

ଗତ କିଛି ଦିନ ହେବ ନୀଳଗିରି ଅଞ୍ଚଳର ବିଭିନ୍ନ ଗାଁରେ ପଶି  ହାତୀ ପଲଉପଦ୍ରବ କରୁଛନ୍ତି।

author-image
Tapaswini Nayak
DetainForest staff

DetainForest staff

ଜଙ୍ଗଲ ଛାଡି ଜନବସତିରେ ଉତ୍ପାତ ମଞ୍ଚାଉଛନ୍ତି ହାତୀ ପଲ। କେତେବବେଳେ ରାତି ଅଧରେ ଘର ଭାଙ୍ଗୁଛନ୍ତି ତ ଆଉ କେତେ ବେଳେ ଲୋକଙ୍କ ଜୀବନ ନେଉଛନ୍ତି। ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ତାତିଛନ୍ତି ଗ୍ରାମବାସୀ। ହାତୀ ଘଉଡ଼ାଇବା ପାଇଁ ଯାଇଥିବ ମହିଳା ଫରେଷ୍ଟଗାର୍ଡଙ୍କ ସମେତ ୧୦ ବନ କର୍ମଚାରୀ ଅଟକ ରଖିଛନ୍ତି। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଔପଦା ବ୍ଲକ ଢୋଲପୁର ଗାଁରେ। ଲୋକେ କ୍ଷତିପୂରଣ ଦାବିରେ ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଥିବା ଜଣାଯାଇଛି।

Advertisment

ଆଜି ସକାଳେ ଔପଦା ବ୍ଲକ ଢୋଲପୁର ଗାଁରେ ହାତୀ ପଲ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛନ୍ତି। ବନ ବିଭାଗ କର୍ମଚାରୀ ହାତୀପଲଙ୍କୁ ଘଉଡାଇବା ପାଇଁ ପହଞ୍ଚିବାରୁ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଛନ୍ତି।

ହାତୀ ପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗ କୌଣସି ଠୋସ୍ ପଦକ୍ଷେପ ନେଉ ନେଉନାହିଁ। ଏଥିସହ ଲୋକଙ୍କୁ କ୍ଷତିପୂରଣ ମିଳୁ ନଥିବା ଉତ୍ତ୍ୟକ୍ତ ଲୋକେ ଅଭିଯୋଗ କରିଛନ୍ତି।

Advertisment

 ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ନୀଳଗିରି ଅଞ୍ଚଳର ବିଭିନ୍ନ ଗାଁରେ ପଶି  ହାତୀ ପଲ ଉପଦ୍ରବ କରୁଛନ୍ତି। ରାତିଅଧରେ ଗାଁରେ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି।ଫଳରେ ଭୟରେ ଲୋକେ ଘରୁ ବାହାରୁନାହାନ୍ତି।

Balasore Elephant Trafficking