Destroy
ଗତ ୪ ଦଶନ୍ଧି ଧରି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଥିଲେ ଦୁର୍ଦ୍ଦାନ୍ତ ନକ୍ସଲ ହିଡ଼ମା ଓ ଦେବା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସେମାନେ ଖେଳାଇଥିଲେ ଆତଙ୍କବାଦ । ଏପରିକି ଉଭୟ ସ୍ଥାନୀୟ ଅଞ୍ଚଳକୁ ନିଜ କବଜାରେ ରଖିବା ସହ ଲୋକଙ୍କୁ ଭୟଭୀତ ଓ ଆତଙ୍କିତ କରି ରଖିଥିଲେ। ମାତ୍ର ଏବେ ସେନା ସହଯୋଗରେ ବିଜାପୁର ଜିଲ୍ଲା ପୁର୍ବତ୍ତି ଗାଁରେ ଥିବା ହିଡମା ଘରକୁ ମାଟିରେ ମିଶାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।
ପୁର୍ବତ୍ତି ଗାଁରେ ହିଡମାର ପୈତୃକ ଘର ଥିଲା। ହିଡମା ନିଜ ଗାଁ ଲୋକଙ୍କୁ ସବୁବେଳେ ଡରାଇ ଧମକାଇ ରଖିଥିବା ବେଳେ ବହୁ ଲୋକ ଗାଁ ଛାଡ଼ି ଚାଲି ଯାଇଥିଲେ। ମାତ୍ର ଏବେ ସୁରକ୍ଷାକର୍ମୀ ଏହି ଗାଁ ସହ ଅନ୍ୟ ଆଖପାଖ ଗାଁର ସୁରକ୍ଷା ଦେବା ପରେ ଲୋକେ ଗାଁକୁ ଫେରିଛନ୍ତି।
ସୁରକ୍ଷାକର୍ମୀ କ୍ୟାମ୍ପ କରିବା ପରେ ହିଡମା ବହୁ ଦିନ ହେବ ଗାଁକୁ ଫେରି ନାହିଁ। ସେ ଜଙ୍ଗଲରେ ରହୁଥିବା ଜଣାଯାଇଛି। ଅପରପକ୍ଷେ ଉକ୍ତ ଘରେ ରହୁଥିବା ହିଡମାର ମା’ ବି କେଉଁଆଡ଼େ ଚାଲି ଯାଇଛନ୍ତି। ଗ୍ରାମବାସୀ ତାଙ୍କ ପତ୍ତା ପାଉ ନାହାନ୍ତି।
ଏବେ ପୁର୍ବତ୍ତି ଗାଁରେ ଥିବା ହିଡମାର ମାଟି ଘର ଖାଲି ପଡ଼ିଛି। ଫଳରେ ଦୀର୍ଘଦିନ ହେଲା ଗ୍ରାମବାସୀଙ୍କ ମଧ୍ୟରେ ଚାପି ହୋଇ ରହିଥିବା ଅସନ୍ତୋଷ ଉଗ୍ର ରୂପ ନେଇଛି। ସେମାନେ ସେନା ସହଯୋଗରେ ହିଡମାର ମାଟି ଘରକୁ ଭାଙ୍ଗି ଚୁରମାର କରିଦେଇଛନ୍ତି ।
ସେହିପରି ସ୍ଥାନୀୟ ଅଞ୍ଚଳର ଆଉ ଏକ କମାଣ୍ଡର ହେଲା ଦେବା। ଦେବା ମଧ୍ୟ ଜଣେ କୁଖ୍ୟାତ ନକ୍ସଲ। ତା’ ଘର ମଧ୍ୟ ପୂବର୍ତ୍ତୀରେ ବୋଲି ଜଣାଯାଇଛି। ଗ୍ରାମବାସୀ ଦେବା ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us