Advertisment

ହାତୀ ପାଇଁ ତାତି; ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାରମ୍ବାର ହାତୀ ଗାଁରେ ଆତଙ୍କ ଖେଳାଇଥିବା ବେଳେ ବନ ବିଭାଗ ଏଥିପ୍ରତି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

author-image
Niharika Rout
ଅଦ୍ୟତନ ହୋଇଛି
Tension Situation

Tension Situation

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଜକେଇକଳା ଗାଁରେ ହାତୀ ଉତ୍ପାତକୁ ନେଇ ତାତିଲେ ଗ୍ରାମବାସୀ। କ୍ଷତିପୂରଣ ଦାବିରେ ରାସ୍ତାରୋକ ସହ ୪ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଜକେଇକଳା ଗ୍ରାମବାସୀ ।

Advertisment

 ୨ଟି ଦନ୍ତା ହାତୀ ଜକେଇକଳା ଗାଁରେ ପଶିବା ସହ ଗତ ରାତିରେ ପ୍ରାୟ ୪ଟି ଘର ଭାଙ୍ଗିବା ନେଇ ଅଭିଯୋଗ ହୋଇଥିଲା। ବାରମ୍ବାର ହାତୀ ଗାଁରେ ଆତଙ୍କ ଖେଳାଇଥିବା ବେଳେ ବନ ବିଭାଗ ଏଥିପ୍ରତି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବନ ବିଭାଗ ଯଥାଶୀଘ୍ର ଏହାର ସ୍ଥାୟୀ ପ୍ରତିକାର ନ କରିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ଖବର ପାଇ ଏସିଏଫ, ରେଞ୍ଜର, ଫରେଷ୍ଟର ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ତୁରନ୍ତ ହାତୀପଲଙ୍କୁ ବଣାଇ ପାର୍‌ ନ କଲେ ଆନ୍ଦୋଳନ ପ୍ରତ୍ୟାହାର ହେବନି ବୋଲି ସେମାନେ ଚେତାବନୀ ଶୁଣାଇଛନ୍ତି।

Advertisment

ତେବେ ଘଟଣାସ୍ଥଳରେ ଉପରିସ୍ଥ ଅଧିକାରୀ ପହଞ୍ଚି ନ ଥିବା ବେଳେ ଘଟଣାର ସମାଧାନ ହୋଇ ପାରି ନ ଥିବା ଜଣାଯାଇଛି। 

Elephant Attack Strike