Advertisment

ପୁଲିସ୍ କରୁଥିଲା ଚୋରା ଚାଲାଣ! ଲୋକଙ୍କ ହାତରେ ଧରାପଡ଼ିଲେ ହୋମ୍‌ଗାର୍ଡ

ହୋମଗାର୍ଡ ପ୍ରକାଶ ମୁଦୁଲି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଓଲଟି ସେ ସ୍ଥାନୀୟ ଲୋକଙ୍କୁ ହାତଯୋଡ଼ି ତାଙ୍କୁ ଛାଡ଼ି ଦେବାକୁ ନିବେଦନ କରିଥିଲେ।

Homeguard

Homeguard

Advertisment

ଜବତ ବାଣ ଓ ମଦକୁ ଜଣେ ହୋମଗାର୍ଡ ଅନ୍ୟ ପୁଲିସ୍ କର୍ମଚାରୀଙ୍କ ଜାଣତରେ ଥାନାରୁ ଚୋରାଚାଲାଣ କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ହୋମଗାର୍ଡ ତଥା ଡ୍ରାଇଭର ପ୍ରକାଶ ମୁଦୁଲିଙ୍କ ବିରୋଧରେ।

Advertisment

ଶନିବାର ବେଗୁନିଆ ଥାନା ପୁଲିସ କଣ୍ଟାବାଡ଼ ଗାଁରେ ଏକ ବେଆଇ ବାଣ କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣରେ ବାଣ ଜବତ କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ବେଗୁନିଆ ଷ୍ଟାଡିୟମ ନିକଟରୁ ଏକ ମଦ ବୋଝେଇ କାର୍‌କୁ ଜବତ କରିଥିଲା। ଏହି କାର୍‌ଟି ସିରିଜ୍ ଦୁର୍ଘଟଣା ମଧ୍ୟ ଘଟାଇଥିବା ଅଭିଯୋଗ ହୋଇଛି।

ଜବତ ବାଣ ଓ ମଦ ଥାନା ପରିସରରେ ଥିଲା। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ହୋମଗାର୍ଡ ପ୍ରକାଶ ମୁଦୁଲି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଏକ ଓମିନି ଗାଡ଼ିରେ ବହୁ ପରିମାଣରେ ବାଣ ଓ ମଦ ନେଇ କୌଣସି ସ୍ଥାନକୁ ଯାଉଥିଲେ। ସେତିକି ବେଳେ ବେଗୁନିଆ ସରପଞ୍ଚ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଧରିଥିଲେ। ବାଣ ଓ ମଦ ନେଇ ସେମାନେ କେଉଁଆଡ଼େ ଯାଉଛନ୍ତି ବୋଲି ଲୋକେ ପଚାରିଥିଲେ। କିନ୍ତୁ ହୋମଗାର୍ଡ ପ୍ରକାଶ ମୁଦୁଲି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଓଲଟି ସେ ସ୍ଥାନୀୟ ଲୋକଙ୍କୁ ହାତଯୋଡ଼ି ତାଙ୍କୁ ଛାଡ଼ି ଦେବାକୁ ନିବେଦନ କରିଥିଲେ।

Advertisment

ବେଗୁନିଆ ଥାନାର କନଷ୍ଟେବଳ ସିଦ୍ଧେଶ୍ୱର ମହାପାତ୍ର ଓ ହୋମଗାର୍ଡ ସରୋଜ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ପ୍ରକାଶ ମୁଦୁଲି କାରରେ ବାଣ ଓ ମଦ ନେଇ ଯାଉଥିଲେ ବୋଲି ଲୋକଙ୍କ ଆଗରେ କହିଥିବା ଜଣାପଡ଼ିଛି। ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ ବେଗୁନିଆ ସରପଞ୍ଚ ଖୋର୍ଦ୍ଧା ଏସ୍‌ଡିପିଓ ଦିଲ୍ଲୀପ ଦାସଙ୍କୁ ଖବର ଦେଇଥିଲେ। ଏସ୍‌ଡିପିଓ ଦିଲ୍ଲୀପ ଦାସ ଓ ବେଗୁନିଆ ଥାନା ଆଇଆଇସି ଲୋକଙ୍କୁ ବୁଝାସୁଝା କରି କାରଟିକୁ ଜବତ କରି ଥାନାକୁ ନେଇଥିଲେ। ତେବେ ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଏହି ଘଟଣାରେ ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିଥିବା ଅନ୍ୟ ଜଣେ ହୋମଗାର୍ଡ ଓ କନଷ୍ଟେବଲଙ୍କ ଉପରେ ପୁଲିସ୍ କି କାର୍ଯ୍ୟାନୁଷ୍ଠାନ ନେଇଛି, ତାହା ଜଣାପଡ଼ିନାହିଁ।

Odisha Police Odisha Home Guards
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe