Advertisment

ବିଜୁଳି ଚୋରିର ଯାଞ୍ଚ ପାଇଁ ଯାଇଥିଲେ ଅଧିକାରୀ, କିନ୍ତୁ ଗାଁ ଲୋକ ଅଟକ ରଖି ପ୍ରବଳ ପିଟିଲେ

ବିଜୁଳି ଚୋରିର ଯାଞ୍ଚ ପାଇଁ ୭ ଜଣ ଅଧିକାରୀ ଯାଇଥିଲେ। ସେମାନେ ଗାଁରେ ଯାଞ୍ଚ କରୁଥିବା ବେଳେ ଲୋକମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିଲେ। ଏହାକୁ ଦେଖି ୭ ଜଣଙ୍କ ମଧ୍ୟରୁ ୩ ଜଣ ସେଠାରୁ ଦୌଡ଼ି ପଳାଇଥିଲେ।

Power

Power

Advertisment

ହରିୟାଣାର ଜିନ୍ଦ ଅନ୍ତର୍ଗତ ସିଙ୍ଘାନା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁରେ ବିଜୁଳି ଚୋରି କରି ଲୋକମାନେ ଏହାର ବ୍ୟବହାର କରୁଥିବା ଖବର ମିଳିବା ପରେ ସରକାରୀ ଅଧିକାରୀମାନେ ଯାଞ୍ଚ ପାଇଁ ଗାଁକୁ ଯାଇଥିଲେ। ହେଲେ ଗାଁ ଲୋକମାନେ ଅଧିକାରୀମାନଙ୍କୁ ଅଟକ ରଖିବା ସହ ପ୍ରବଳ ପିଟିଛନ୍ତି।

Advertisment

ବିଜୁଳି ଚୋରିର ଯାଞ୍ଚ ପାଇଁ ୭ ଜଣ ଅଧିକାରୀ ଯାଇଥିଲେ। ସେମାନେ ଗାଁରେ ଯାଞ୍ଚ କରୁଥିବା ବେଳେ ଲୋକମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିଲେ। ଏହାକୁ ଦେଖି ୭ ଜଣଙ୍କ ମଧ୍ୟରୁ ୩ ଜଣ ସେଠାରୁ ଦୌଡ଼ି ପଳାଇଥିଲେ। କିନ୍ତୁ ୪ ଅଧିକାରୀ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ।

ସେମାନେ ସମସ୍ତଙ୍କୁ ଅଟକ ରଖିବା ସହ ମାଡ଼ ମାରିଛନ୍ତି। ସେହିପରି ଅଧିକାରୀମାନଙ୍କ ଠାରୁ ଗୋଟିଏ ଲିଖିତ ସ୍ୱୀକାରୋକ୍ତିରେ ଦସ୍ତଖତ କରାଇଛନ୍ତି। ଗାଁରେ କେହି ବି ବିଜୁଳି ଚୋରି କରୁ ନଥିବା ଗୋଟିଏ କାଗଜରେ ଲେଖି, ସେଥିରେ ଅଧିକାରୀମାନଙ୍କ ଦସ୍ତଖତ ନେଇଛନ୍ତି।

Advertisment

ଗାଁରୁ ଖସି ଆସିଥିବା ୩ ବିଜୁଳି ବିଭାଗର ଅଧିକାରୀ ଘଟଣା ସମ୍ପର୍କରେ ପୁଲିସ୍‌କୁ ଖବବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଗାଁରେ ପହଞ୍ଚି ଅଟକ ଥିବା ଅଧିକାରୀମାନଙ୍କୁ ଗାଁ ଲୋକଙ୍କ କବଳରୁ ଉଦ୍ଧାର କରିଛି। ଗାଁ ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଥିବା ଅଧିକାରୀମାନେ ଏବେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ୍‌ ଘଟଣାର ଯାଞ୍ଚ ଆରମ୍ଭ କରିଛି।

ଗାଁ ଲୋକମାନେ ଅଭିଯୋଗ କରିଛନ୍ତି ଯେ ବିଜୁଳି ବିଭାଗର ଅଧିକାରୀମାନେ ବିନା କାରଣରେ ଗୋଟିଏ ଘରେ ପଶିଥିଲେ। ଏହାପରେ ସେଠାରେ ଥିବା ମହିଳାମାନଙ୍କ ଭିଡିଓ ରେକର୍ଡ କରିଥିଲେ।

ଜଣେ ଗ୍ରାମବାସୀ କହିଛନ୍ତି, “ଆମ ମିଟର ଘର ବାହାରେ ଥିବା ପୋଲରେ ରହିଛି। ତେଣୁ ଘରେ ଭିତରେ ପଶିବାର ଅଧିକାରୀମାନଙ୍କର କୌଣସି କାରଣ ନଥିଲା। ବିନା ଅନୁମତିରେ କାହା ଘର ଭିତରେ ପଶିବା ଆଦୌ ଠିକ ନୁହେଁ।”

ଆଉ ଜଣେ ଗ୍ରାମବାସୀ କହିଛନ୍ତି, “କିଛି ଦିନ ତଳେ ବିଜୁଳି ଚୋରି ନେଇ ଏହି ଅଞ୍ଚଳରେ ଗୋଟିଏ ମାମଲା ରୁଜୁ କରାଯାଇଥିଲା। ଲାଗୁଛି ଅଞ୍ଚଳର ବିଜୁଳି ଦାୟିତ୍ୱରେ ଥିବା ସୀତାରାମ ସିଂହଙ୍କ ସହ ସମସ୍ୟା ଗାଁ ଲୋକ ସହ ରହିଛି। କାରଣ କିଛି ଦିନ ତଳେ ଆମେ ପାୱାର ହାଉସ ବାହାରେ ବିକ୍ଷୋଭ କରିଥିଲୁ। ଆଜି ସେମାନେ ଏଠାକୁ ଆସି ମହିଳାମାନଙ୍କ ସହ ମଧ୍ୟ ଦୁର୍ବ୍ୟବହାର କରିଛନ୍ତି।”

ଅନ୍ୟପକ୍ଷରେ ବିଜୁଳି ବିଭାଗର ଅଧିକାରୀମାନଙ୍କ କହିବା କଥା ସେମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁମତି ନେଇ ଗାଁରେ ବିଜୁଳି ଚୋରି ଅଭିଯୋଗର ଯାଞ୍ଚ ପାଇଁ ଯାଇଥିଲେ। ପୁଲିସ୍‌ ଏବେ ଉଭୟ ପକ୍ଷର ଅଭିଯୋଗକୁ ଆଧାର କରି ଘଟଣା ଅଧିକ ତଦନ୍ତ କରୁଛି।

Electricity Deficiency Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe