Advertisment

ତାତିଲେ ଗାଁ ମହିଳା; ଘର ଭିତରୁ ମଦ ବୋତଲ ଆଣି ରାସ୍ତାରେ ଭାଙ୍ଗିଲେ

ଧୁଷୁରୀ ଥାନା ଶ୍ରୀରାମପୁର ଛକ ନିକଟରେ କେତେକ ଦୋକାନୀ ଓ କିଛି ଲୋକ ଘରେ ଚୋରାରେ ମଦ ବିକ୍ରି ହେଉଛି। ସେଠାରୁ ମଦ ପିଇ ମଦ୍ୟପମାନେ ଉତ୍ପାତ କରୁଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ନିଶାରେ ମଦ୍ୟପମାନେ ପିଟାପିଟି ହୋଇଥିଲେ।

author-image
Manoranjan Sial
Bhadrak

Bhadrak

ବାରଣ ସତ୍ତ୍ୱେ ମଦ ବେପାର କରୁଥିଲେ। ଯେଉଁଥିପାଇଁ ପରିବାର ଭିତରେ ନାନା ଗଣ୍ଡଗୋଳ ଘଟୁଥିଲା। ମଙ୍ଗଳବାର ରାତିରେ ଘଟିଥିବା ଗଣ୍ଡଗୋଳ ସବୁ ସୀମା ଅତିକ୍ରମ କରିଥିଲା। ଯେଉଁଥିପାଇଁ ଆଜି ସକାଳେ ଗାଁ ସାରା ସବୁ ମହିଳା ମିଶି ମଦ ବେପାରୀଙ୍କୁ ସାବାଡ଼ କରିଥିଲେ। ଘରେ ପଶି ଖୋଜି ଖୋଜି ସବୁ ମଦ ବୋତଲ ଆଣି ରାସ୍ତାରେ ଭାଙ୍ଗି ଥିଲେ। ମହିଳାଙ୍କ ଏପରି ଉଗ୍ର ରୂପ ଭଦ୍ରକରେ ଦେଖିବାକୁ ମିଳିଛି।

Advertisment

ଧୁଷୁରୀ ଥାନା ଶ୍ରୀରାମପୁର ଛକ ନିକଟରେ କେତେକ ଦୋକାନୀ ଓ କିଛି ଲୋକ ଘରେ ଚୋରାରେ ମଦ ବିକ୍ରି ହେଉଛି। ସେଠାରୁ ମଦ ପିଇ ମଦ୍ୟପମାନେ ଉତ୍ପାତ କରୁଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ନିଶାରେ ମଦ୍ୟପମାନେ ପିଟାପିଟି ହୋଇଥିଲେ। ଯାହାକୁ ନେଇ ମହିଳାଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ଆଜି ସକାଳେ ଗାଁର ମହିଳାମାନେ ଏକାଠି ହୋଇଥିଲେ। ପରେ ସଂଘବଦ୍ଧ ଭାବେ ଦୋକାନ ଓ ଘର ଭିତରେ ପଶି ମଦ ବୋତଲ ସବୁ ବାହାର କରି ଫିଙ୍ଗି ଦେଇଥିଲେ। ଯାହା ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇଁ ଧୁଷୁରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବୁଝାସୁଝା କରିବା ପରେ ଉତ୍ତେଜନା ପରିବେଶ ଶାନ୍ତ ପଡ଼ିଥିଲା। ମଦ ବେପାର ଅଭିଯୋଗରେ ଜଣେ ବେପାରୀକୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।

ଆନ୍ଦୋଳନ କରୁଥିବା ମହିଳାମାନେ କହିଛନ୍ତି, ବାରମ୍ୱାର ବାରଣ ସତ୍ତ୍ୱେ ଏଠାରେ ମଦ ବିକ୍ରି ହେଉଥିଲା। ଆମ ଘରର ପୁରୁଷମାନେ ଏଠାରୁ ମଦ ପିଇ ଘରେ ନାନା ଗଣ୍ଡଗୋଳ କରୁଛନ୍ତି। ମାରଧର କରୁଛନ୍ତି। ସେମାନଙ୍କ ପାଇଁ ଆମ ପରିବାର ତଳିତଳାନ୍ତ ହୋଇଯାଉଛି।

Advertisment

ରିପୋର୍ଟ- ଭଦ୍ରକରୁ ପାର୍ଥ ସାରଥୀ ନାୟକ

Bhadrak News Bhadrak