Advertisment

ଥାନା ଭିତରେ ପୁଲିସ୍‌କୁ ଠେଲାପେଲା କଲେ ଗାଁ ଲୋକ

ବଡ଼ସାହି ଥାନା ହରିପୁର ଗାଁର ଜଣେ ୧୩ ବର୍ଷର ନାବାଳିକା ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଫ୍ଆଇଆର୍‌ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଥିଲେ।

Baripada

Baripada

Advertisment

ପୁଲିସର ଅପାରଗତା ନା ନିଷ୍କ୍ରିୟତା! ଜଣେ ୧୩ ବର୍ଷର ନାବାଳିକା ଆଜିକୁ ଏକ ମାସ ହେଲାଣି ନିଖୋଜ ହୋଇଛି। ହେଲେ ଅଭିଯୋଗ ପରେ ମଧ୍ୟ ପୁଲିସ ହାତ ଟେକି ବସିଛି। ପୁଲିସର ପାରିବା ପଣିଆକୁ ଦେଖି ଶତାଧିକ ଗାଁ ଲୋକ ଆଜି ଏକତ୍ର ହୋଇ ଥାନାରେ ପହଞ୍ଚିଛନ୍ତି। ଆଉ ପୁଲିସ୍‌କୁ ଜବାବ ମାଗିଛନ୍ତି। ନିର୍ବାଚନ ମାହୋଲ୍‌ ଭିତରେ ଆଜି ସନ୍ଧ୍ୟା ବେଳେ ଏପରି ଖବର ଆସିଛି ମୟୂରଭଞ୍ଜ ବଡ଼ସାହି ଥାନାରୁ।

Advertisment

ବଡ଼ସାହି ଥାନା ହରିପୁର ଗାଁର ଜଣେ ୧୩ ବର୍ଷର ନାବାଳିକା ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଫ୍ଆଇଆର୍‌ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ଏପରିକି ହଜିଲା ଝିଅକୁ ଖୋଜି ଆଣିଲା ନାହିଁ। ପୁଲିସ୍‌ର ନିଷ୍କ୍ରିୟତା ଦେଖି ପରିବାର ଲୋକେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗୁହାରୀ କରିଥିଲେ। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଥିଲେ। ହେଲେ କିଛି ଲାଭ ମିଳିନଥିଲା।

ଆଜି ସମ୍ପୃକ୍ତ ବ୍ୟକ୍ତି ଜଣ ନାବାଳିକାଙ୍କ ଘର ସମ୍ମୁଖରେ ପାଟିତୁଣ୍ଡ କରିଥିଲେ। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ପୀଡ଼ିତଙ୍କ ପରିବାର ସହ ଶତାଧିକ ଗାଁ ଲୋକେ ଏକତ୍ର ହୋଇ ଥାନାରେ ପହଞ୍ଚିଥିଲେ। ପୁଲିସ୍‌ଠାରୁ ଜବାବ ମାଗିଥିଲେ। ଥାନା ଭିତରେ ପୁଲିସ୍‌କୁ ଠେଲାପେଲା କରିଥିଲେ। ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ବେତନଟୀ ଏସ୍‌ଡିପିଓ ଓ ବେତନଟୀ ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି।

Advertisment

ରିପୋର୍ଟ- ମାନିକଲାଲ ପାଣି

Odisha Police Crime Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe