Advertisment

ବିଜେବି କଲେଜ କ୍ୟାମ୍ପସରେ ଗଣ୍ଡଗୋଳ ମାମଲା: ଆଉ ୪ ଗିରଫ, ସେମାନଙ୍କ ଘର ଭାଙ୍ଗିଲା ପୁଲିସ

ଭୁବନେଶ୍ୱର ରାଜମହଲ ଛକ ଫାଳିକିଆ ବସ୍ତିରୁ ଏହି ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ।

ଅଦ୍ୟତନ ହୋଇଛି
arrest

arrest

Advertisment

ଭୁବନେଶ୍ୱର ବିଜେବି କଲେଜ କ୍ୟାମ୍ପସରେ ପଶି ଗଣ୍ଡଗୋଳ କରିବା ମାମଲାରେ ଆଉ ୪ ଗିରଫ। ଭୁବନେଶ୍ୱର ରାଜମହଲ ଛକ ଫାଳିକିଆ ବସ୍ତିରୁ ଏହି ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ସେମାନେ ହେଲେ ରିତେଶ ବାରିକ, ବିକି ଦଳେଇ, ବଳିଆ ଦାସ, କେ. ଲକ୍ଷ୍ମୀ ନାରାୟଣ। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ଗଣ୍ଡଗୋଳରେ ବ୍ୟବହୃତ ଷ୍ଟମ୍ପ, ବ୍ୟାଟ୍, ଛୁରି, ୨ ବାଇକ୍ ଜବତ ହୋଇଛି।

Advertisment

ପୂର୍ବରୁ ଏହି ମାମଲାରେ ୪ ଅଭିଯୁକ୍ତ ଗିରଫ ହୋଇଥିଲେ। ଆଜି ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଫାଳିକିଆ ବସ୍ତିରେ ରହୁଥିବା ୨ ଅଭିଯୁକ୍ତଙ୍କ ଘରେ ଆଜି ଛାନବିନ୍ କରିବା ସହ ସେମାନଙ୍କ ଘର ଭାଙ୍ଗିଛି ପୁଲିସ। ସେମାନେ ସରକାରୀ ଜମି ଜବରଦଖଲ କରି ରହୁଥିଲେ। ତାଙ୍କ ଘର ଯାଞ୍ଚ ବେଳେ ୨ଟି ମାରଣାସ୍ତ୍ର ମିଳିଥିବା ସୂଚନା ମିଳିଛି।

ଏହାକୁ ମିଶାଇ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହି ମାମଲାରେ ପ୍ରାୟ ୨୦ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଛି। ଅନ୍ୟମାନଙ୍କୁ ଧରିବାକୁ ଭୁବନେଶ୍ୱର ବଡ଼ଗଡ଼ ପୁଲିସ ଧରପଗଡ଼ ଯୋରଦାର କରିଛି।

Advertisment
Accuse houseଅଭିଯୁକ୍ତଙ୍କ ଭାଙ୍ଗୁଛି ପୁଲିସ

ସୂଚନା ଯୋଗ୍ୟ ଯେ, ଗତ ଶନିବାର ସକାଳେ ବିଜେବି କଲେଜ ଆମ୍ବେଦକର ହଷ୍ଟେଲର କିଛି ଛାତ୍ର କଲେଜ ପଡ଼ିଆକୁ କ୍ରିକେଟ୍‌ ଖେଳିବା ପାଇଁ ଯାଇଥିଲେ। ସେଠାରେ ସେମାନଙ୍କୁ କ୍ରିକେଟ ଖେଳୁଥିବା ୩୦ରୁ ଅଧିକ ଅଣଛାତ୍ର ଖଣ୍ଡା, ବ୍ୟାଟ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏଥିରେ ୩ ଛାତ୍ର ଗୁରୁତର ଆହତ ହୋଇଥିଲେ।

Criminal Arrested Bjb College
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe