Advertisment

ବୋହୂ ସରପଞ୍ଚ, ଶ୍ୱଶୁର ବାଣ୍ଟୁଥିଲେ ଭତ୍ତା; ବିରୋଧ କରିବାରୁ ହେଲା ଠେଲାପେଲା

ଭୋଗରାଇ ବ୍ଲକ୍‌ ଗବଗା ପଞ୍ଚାୟତରେ ଆଜି ଭତ୍ତା ବଣ୍ଟା ଯାଉଥିଲେ। ଭତ୍ତା ବାଣ୍ଟିବା ପାଇଁ ଦାୟିତ୍ୱରେ ଥିଲେ ପଞ୍ଚାୟତର ଜିଆର୍‌ଏସ୍‌ ଅଞ୍ଜୁଶ୍ରୀ ନାୟକ। ହେଲେ ସରପଞ୍ଚ ଶୁଭଶ୍ମିତା ଦେ’ଙ୍କ ବଦଳରେ ତାଙ୍କ ଶ୍ୱଶୁର ଲକ୍ଷ୍ମୀଧର ଦେ’ ପଞ୍ଚାୟତ ଅଫିସ୍‌ରେ ବସି ଭତ୍ତା ଖାତାରେ ସ୍ଵାକ୍ଷର କରୁଥିଲେ।

Panchayat Office

Panchayat Office

Advertisment

ସରପଞ୍ଚଙ୍କ ବଦଳରେ ଭତ୍ତା ବାଣ୍ଟୁଥିଲେ ସରପଞ୍ଚଙ୍କ ଶ୍ୱଶୁର। ଯାହାକୁ ବିରୋଧ କରିବାରୁ ହୋଇଥିଲା ଗଣ୍ଡଗୋଳ ଓ ଠେଲାପେଲା। ସ୍ଥିତି ଏମିତି ହୋଇଥିଲା ପୁଲିସ୍‌କୁ ଆସିବାକୁ ପଡ଼ିଥିଲା। ପହିଲି ରଜରେ ଏପରି ମହା ଡ୍ରାମା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗବଗା ପଞ୍ଚାୟତ ଅଫିସ୍‌ରେ ହୋଇଥିଲା।

Advertisment

ଭୋଗରାଇ ବ୍ଲକ୍‌ ଗବଗା ପଞ୍ଚାୟତରେ ଆଜି ଭତ୍ତା ବଣ୍ଟା ଯାଉଥିଲେ। ଭତ୍ତା ବାଣ୍ଟିବା ପାଇଁ ଦାୟିତ୍ୱରେ ଥିଲେ ପଞ୍ଚାୟତର ଜିଆର୍‌ଏସ୍‌ ଅଞ୍ଜୁଶ୍ରୀ ନାୟକ। ହେଲେ ସରପଞ୍ଚ ଶୁଭଶ୍ମିତା ଦେ’ଙ୍କ ବଦଳରେ ତାଙ୍କ ଶ୍ୱଶୁର ଲକ୍ଷ୍ମୀଧର ଦେ’ ପଞ୍ଚାୟତ ଅଫିସ୍‌ରେ ବସି ଭତ୍ତା ଖାତାରେ ସ୍ଵାକ୍ଷର କରୁଥିଲେ। ଯାହାକୁ ହିତାଧିକାରୀ ଓ ଗାଁ ଲୋକେ ବିରୋଧ କରିଥିଲେ। ଭତ୍ତା ବଣ୍ଟା ସମୟରେ ସରପଞ୍ଚ କାହିଁକି ଉପସ୍ଥିତ ରହୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ହେଲେ ଏହାର ଉତ୍ତର ଜିଆର୍‌ଏସ୍‌ ବା ପଞ୍ଚାୟତର କର୍ମଚାରୀମାନେ ଦେଉନଥିଲେ।

ଯାହାକୁ ସରପଞ୍ଚଙ୍କ ସମର୍ଥକ ବିରୋଧ କରିଥିଲେ। ଯେଉଁଥିପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। ଜିଆର୍‌ଏସ୍‌ଙ୍କୁ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଥିଲେ। ଭତ୍ତା ବଣ୍ଟା ବନ୍ଦ ରହିଥିଲା। ସ୍ଥିତି ଅଣାୟତ୍ତ ହେବାରୁ ସ୍ଥାନୀୟ ଲୋକେ କମର୍ଦ୍ଦା ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ପଞ୍ଚାୟତ ଅଫିସ୍‌ରେ ପହଞ୍ଚି ପୂର୍ବରୁ ଜିଆର୍‌ଏସ୍‌ ପଳାଇ ଯାଇଥିଲେ।

Advertisment

ସେପଟେ ଭତ୍ତା ଖାତାରେ ସ୍ଵାକ୍ଷରକୁ ଲକ୍ଷ୍ମୀଧର ଦେ ଖଣ୍ଡନ କରୁଥିବା ବେଳେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି ଭିଡିଓ। ଯେଉଁଥିରେ ଦେଖିବାକୁ ମିଳୁଛି ଭତ୍ତା ଖାତାରେ ଲକ୍ଷ୍ମୀଧର ଦସ୍ତଖତ କରୁଛନ୍ତି।

ସୂଚନାରୁ ପ୍ରକାଶ, ଗବଗା ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଶୁଭଶ୍ମିତା ଦେ। ହେଲେ ସେ ଦୀର୍ଘ ମାସ ହେଲା ରାଜ୍ୟ ବାହାରେ ରହୁଛନ୍ତି। ତାଙ୍କ ଅନୁପସ୍ଥିତିରେ ଶ୍ୱଶୁର ଲକ୍ଷ୍ମୀଧର ଦେ ପଞ୍ଚାୟତର କାମ ମନଇଚ୍ଛା କରୁଥିବା ଅଭିଯୋଗ ହେଉଛି। ପଞ୍ଚାୟତ କାମ ଠିକ୍‌ ଭାବେ ହେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେଅସନ୍ତୋଷ ପ୍ରକାଶ ପାଉଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Old Age
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe