Advertisment

ମଣିପୁରରେ ପୁଣି ହିଂସା: ପୁଲିସ୍‌-ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ, ଅନେକ ଆହତ

ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ କୋହଳ କରାଯାଇଥିବା କର୍ଫ୍ୟୁକୁ ପ୍ରତ୍ୟାହାର କରି ନିଆଯାଇଛି। ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାକୁ ବାରଣ କରାଯାଇଛି।

Manipur

Manipur

Advertisment

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ଆଜି ପୁଣି ହିଂସା ଦେଖିବାକୁ ମିଳିଛି। ରାଜଧାନୀ ଇମ୍ଫାଲ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଏକାଧିକ ସ୍ଥାନରେ ପୁଲିସ୍‌ ଓ ଆନ୍ଦୋଳନକାରୀଙ୍କ ସଂଘର୍ଷ ଯୋଗୁ ଅନେକ ଲୋକ ଆହତ ହୋଇଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌କୁ ଲୁହ ବୁହା ଗ୍ୟାସ ମଧ୍ୟ ମାଡ଼ କରିବାକୁ ପଡ଼ିଛି।

Advertisment

ସେପ୍ଟେମ୍ବର ୧୬ରୁ ମଣିପୁରରେ ୫ ଜଣଙ୍କୁ ଗିରଫ କରାଯାଇଥିଲା। ୫ ଜଣ ଯୁବକ ସୁରକ୍ଷାକର୍ମୀଙ୍କ ପୋଷାକ ପିନ୍ଧି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଯାଉଥିବା ବେଳେ ସେମାନଙ୍କୁ ପୁଲିସ୍‌ ଧରିଥିଲା।

ସେବେଠାରୁ ହିଁ ମଣିପୁରରେ ଏହାକୁ ନେଇ ବିକ୍ଷୋଭ ଆରମ୍ଭ ହୋଇଥିଲା। ୫ ଜଣ ଯୁବକଙ୍କୁ ଛାଡ଼ିବା ପାଇଁ ବିକ୍ଷୋଭକାରୀମାନେ ଦାବି କରିଥିଲେ। ମଙ୍ଗଳବାର ମଣିପୁରରେ ବିକ୍ଷୋକାରୀମାନେ ୪୮ ଘଣ୍ଟିଆ ଶଟଡାଉନ ପାଳନ କରିଥିଲେ। ସୋମବାର ମଧ୍ୟ ଷ୍ଟ୍ରାଇକ ହୋଇଥିଲା।

Advertisment

ତେବେ ଆଜି ମଧ୍ୟାହ୍ନରେ ୫ଟି ଜିଲ୍ଲାର ପୁଲିସ୍‌ ଷ୍ଟେସନ ଆଡ଼କୁ ବିକ୍ଷୋକାରୀମାନେ ମାଡ଼ି ଆସିଥିଲେ। ସେମାନେ ଗିରଫ ୫ ଯୁବକଙ୍କୁ ଛାଡ଼ିବାକୁ ଦାବି କରିଥିଲେ। ଯଦି ପୁଲିସ୍‌ ସେମାନଙ୍କୁ ଛାଡ଼ିବ ନାହିଁ, ତା’ହେଲେ ୫ ଜିଲ୍ଲାର ସବୁ ଲୋକଙ୍କୁ ଗିରଫ କରୁ ବୋଲି କହିଥିଲେ।

ଏହାକୁ ନେଇ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। ସ୍ଥିତି ବିଗିଡ଼ିବାରୁ ପୁଲିସ୍‌ ବାଧ୍ୟ ହୋଇ ଲାଠିଚାର୍ଜ ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।

ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ କୋହଳ କରାଯାଇଥିବା କର୍ଫ୍ୟୁକୁ ପ୍ରତ୍ୟାହାର କରି ନିଆଯାଇଛି। ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାକୁ ବାରଣ କରାଯାଇଛି।

ମେ’ ୩ରୁ ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଏଥିରେ ୧୫୦ରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ଗଲାଣି। ତଥାପି ସ୍ଥିତି ସ୍ୱାଭାବିକ ହୋଇନାହିଁ।

Manipur Violence Manipur Burning Manipur Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe