Advertisment

ଖଣ୍ଡା, ଭୁଜାଲି ଧରି ଷ୍ଟାଣ୍ଡରେ ପଶିଲେ; ଗୋଡ଼ାଇ ଗୋଡ଼ାଇ ବସ୍‌ ମାଲିକଙ୍କୁ ହାଣିଲେ

ଷ୍ଟାଣ୍ଡରେ ଭୟର ବାତାବରଣ ଖେଳି ଯାଇଥିଲା। ରଣକ୍ଷେତ୍ର ପାଲଟି ଯାଇଥିଲା। ଆକ୍ରମଣ କରିବା ପରେ ଯୁବକମାନେ ପଳାଇ ଯାଇଥିଲେ। ଏହି ଆକ୍ରମଣରେ ୫ରୁ ଅଧିକ ବସ୍‌ ମାଲିକ ଗୁରୁତର ଆହତ ହୋଇଛନ୍ତି।

Bus Stand

Bus Stand

Advertisment

ଖଣ୍ଡା ଓ ଭୁଜାଲି ଧରି ବସ୍‌ ଷ୍ଟାଣ୍ଡରେ ପଶିଲେ ଶତାଧିକ ଯୁବକ। ଆଉ ଗୋଡ଼ାଇ ଗୋଡ଼ାଇ ବସ୍‌ ମାଲିକଙ୍କୁ ହାଣିଲେ। ଜନଗହଳୀ ପୂର୍ଣ୍ଣ ବସ୍‌ ଷ୍ଟାଣ୍ଡ କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଆଉ ଭୟର ବାତାବରଣ ଖେଳି ଯାଇଥିଲା। ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ଚିତ୍ର ଦେଖିବାକୁ ମିଳିଥିଲା ବାରିପଦା ବସ୍‌ଷ୍ଟାଣ୍ଡରେ। ବସ୍‌ ଟାଇମିଂକୁ ନେଇ ଏହି ରକ୍ତାକ୍ତ ସଂଘର୍ଷ ଘଟିଥିବା ଅଭିଯୋଗ ହୋଇଛି।

Advertisment

ଭଦ୍ରକରୁ ବାରିପଦା ମଧ୍ୟରେ ଚାଲୁଥିବା ‘ମାଆ ଦୁର୍ଗା’ ନାମକ ଘରୋଇ ବସ୍‌ ସନ୍ଧ୍ୟା ୮ଟା ୯ ମିନିଟ୍‌ରେ ବାରିପଦା ଷ୍ଟାଣ୍ଡ ଭିତରେ ପ୍ରବେଶ କରିବା ପାଇଁ ଅନୁମତି ପାଇଥିଲା। ତେଣୁ ବସଟି ସେହି ସମୟରେ ପ୍ରତିଦିନ ପ୍ରବେଶ କରେ ଓ ୮ଟା ୨୫ ମିନିଟ୍‌ରେ ଷ୍ଟାଣ୍ଡରୁ ବାହାରେ। ହେଲେ ଆଜି ବସ୍‌ଟି ସନ୍ଧ୍ୟା ସାଢ଼େ ୭ଟାରେ ଷ୍ଟାଣ୍ଡ ଭିତରେ ପଶିଥିଲା। ସେଥିପାଇଁ ଷ୍ଟାଣ୍ଡ କର୍ମଚାରୀମାନେ ବିରୋଧ କରିଥିଲେ। ହେଲେ ‘ମାଆ ଦୁର୍ଗା’ ବସ୍‌ ପରିଚାଳକ ଜବରଦସ୍ତି ପଶାଇବାରୁ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ସେହି ଯୁକ୍ତିତର୍କ ଭିତରେ ୧୦୦ରୁ ଅଧିକ ଯୁବକ ହାତରେ ଖଣ୍ଡା, ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଷ୍ଟାଣ୍ଡ ଭିତରେ ପଶି ଥିଲେ। ଗୋଡ଼ାଇ ଗୋଡ଼ାଇ ବସ୍‌ ମାଲିକ ଓ କର୍ମଚାରୀଙ୍କୁ ହାଣିଥିଲେ।

କହିବାକୁ ଗଲେ କିଛି ସମୟ ପାଇଁ ଜନଗହଳୀ ପୂର୍ଣ୍ଣ ବସଷ୍ଟାଣ୍ଡ ସ୍ପବ୍ଧ ହୋଇଯାଇଥିଲା। ଷ୍ଟାଣ୍ଡରେ ଭୟର ବାତାବରଣ ଖେଳି ଯାଇଥିଲା। ରଣକ୍ଷେତ୍ର ପାଲଟି ଯାଇଥିଲା। ଆକ୍ରମଣ କରିବା ପରେ ଯୁବକମାନେ ପଳାଇ ଯାଇଥିଲେ। ଏହି ଆକ୍ରମଣରେ ୫ରୁ ଅଧିକ ବସ୍‌ ମାଲିକ ଗୁରୁତର ଆହତ ହୋଇଛନ୍ତି। କାହାର ପେଟରେ କ୍ଷତ ହୋଇଛି ତ ଆଉ କାହାର ପିଠି ଓ ହାତରେ ଲାଗିଛି ଚୋଟ। ସମସ୍ତଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଷ୍ଟାଣ୍ଡରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ପୁଲିସ୍‌ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ତେବେ ଆକ୍ରମଣ କରିବା ଯୁବକମାନେ କେଉଁ ବସ୍‌ ମାଲିକ ସଂଘର, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ପୁଲିସ୍‌ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଷ୍ଟାଣ୍ଡରେ ସ୍ଥିତି ସାମାନ୍ୟ ହୋଇଛି। ପୁଲିସ୍‌ ଉପସ୍ଥିତିରେ ପୂର୍ବ ପରି ବସ୍‌ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ସ୍ଥଳକୁ ଯାଉଥିବା ଜଣାପଡ଼ିଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe