Advertisment

ଫାଇନ୍‌ ଦେବାକୁ ମନା କରିବାରୁ କଷିଦେଲେ ଚାପୁଡ଼ା, ଜିଆରପି ଅଧିକାରୀ ସସ୍‌ପେଣ୍ଡ

ଫାଇନ୍‌ ଟଙ୍କା ଦେବାକୁ ବ୍ୟକ୍ତିଜଣକ ମନା କରି ଦେବାରୁ ରେଳବାଇ ପୁଲିସ୍‌ ଅଧିକାରୀଙ୍କ ସହ ହେଲା ଉଚ୍ଚବାଚ । ଏଥିରେ ଉତ୍ତ୍ୟକ୍ତ ପୁଲିସ୍‌ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଲକୁ ଦୁଇ ଚାପୁଡ଼ା କଷିଦେଲେ।

author-image
Niharika Rout
ଅଦ୍ୟତନ ହୋଇଛି
Tension Situation

Tension Situation

ଭୁଲ୍‌ ପାର୍କିଂ ଯୋଗୁ ବ୍ୟକ୍ତିଙ୍କ ଉପରେ ପଡ଼ିଲା ଫାଇନ୍‌। ହେଲେ ଫାଇନ୍‌ ଟଙ୍କା ଦେବାକୁ ବ୍ୟକ୍ତିଜଣକ ମନା କରି ଦେବାରୁ ରେଳବାଇ ପୁଲିସ୍‌ ଅଧିକାରୀଙ୍କ  ସହ ହେଲା ଉଚ୍ଚବାଚ । ଏଥିରେ ଉତ୍ତ୍ୟକ୍ତ ପୁଲିସ୍‌ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଲକୁ ଦୁଇ ଚାପୁଡ଼ା କଷିଦେଲେ। ଏହାର ଭିଡିଓ ଭାଇରାଲ ହେବାରୁ ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି। ଏପରି ଏକ ଘଟଣା ଗୁଜରାଟର ସୁରଟରେ ଘଟିଛି।

Advertisment

ଏ ଘଟଣା ନେଇ ସୁରଟ ଜିଆରପି ଏସ୍‌ପି ସୂଚନା ନେଇ କହିଛନ୍ତି, ବ୍ୟକ୍ତିଜଣକ ଗତ ୫ ତାରିଖରେ ସୁରଟ ଷ୍ଟେଶନ ନିକଟରେ ଭୁଲ୍‌ ଜାଗାରେ ଗାଡ଼ି ପାର୍କିଂ କରିଥିଲେ। ଉକ୍ତ ସମୟରେ ଡ୍ୟୁଟିରେ ଥିବା ଅଫିସର ନରସି ଭାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଫାଇନ୍‌ ପକାଇଥିଲେ। ବ୍ୟକ୍ତିଜଣକ ଫାଇନ୍‌ ଦେବାକୁ ମନା କରିବାରୁ ତୁରନ୍ତ ତାଙ୍କୁ ଥାନାକୁ ଅଣାଯାଇଥିଲା।

ସେଠାରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ବ୍ୟକ୍ତିଜଣକ ଏହାର ଭିଡିଓ କରିବାକୁ ଲାଗିବାରୁ ଜିଆରପି ଅଧିକାରୀ ଏହା କରିବାକୁ ମନା କରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହେବାରୁ ଜିଆରପି ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଲକୁ ଦୁଇ ଚାପୁଡ଼ା ଲଗାଇ ଦେଇଥିଲେ।

Advertisment

ଏହି ଘଟଣାର ପ୍ରାଥମିକ ତଦନ୍ତ ହୋଇଥିବା ବେଳେ ସମ୍ପୃକ୍ତ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Viral Photo Grp Police