Advertisment

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସେକ୍ସନ ଅଫିସର

କାମ କରାଇ ଦେବାକୁ ୧୦ ହଜାର ଟଙ୍କା ମାଗିଥିଲେ।

author-image
Jitendra Garnayak
Accused

Accused

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ସ୍ଥିତ ଖାଦ୍ୟ ସୁରକ୍ଷା କମିଶନରଙ୍କ ଅଫିସର ସେକ୍ସନ ଅଫିସର ଗିରିଜା ଶଙ୍କର ଦାସ।

Advertisment

ଜଣେ ଔଷଧ ଦୋକାନୀଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ। ଉକ୍ତ ଔଷଧ ଦୋକାନୀଙ୍କ ଦୋକାନର ଫାର୍ମାସିଷ୍ଟଙ୍କ ନାଁ ବଦଳାଇବା ପାଇଁ ସେକ୍ସନ ଅଫିସର ଗିରିଜା ଶଙ୍କର ଦାସ ୧୦ ହଜାର ଟଙ୍କା ମାଗିଥିଲେ। ଭୁବନେଶ୍ୱର ସ୍ଥିତ ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ଜଣେ ଷ୍ଟାଫଙ୍କୁ ଧରି ସେ କାମ କରେଇ ଦେବେ ବୋଲି କହି ଲାଞ୍ଚ ମାଗିଥିଲେ। ପୂର୍ବରୁ ସେକ୍ସନ ଅଫିସର ଗିରିଜା ଶଙ୍କର ଦାସ ସେଠାରେ ନିଯୁକ୍ତି ପାଇଥିଲେ।

ଏ ନେଇ ଔଷଧ ଦୋକାନୀ ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହା ପରେ ଯୋଜନା ଅନୁଯାୟୀ ଆଜି ଅଭିଯୋଗକାରୀ ସେକ୍ସନ ଅଫିସର ଗିରିଜା ଶଙ୍କର ଦାସଙ୍କୁ ଟଙ୍କା ଦେଇଥିଲା। ଆଉ ସେ ଟଙ୍କା ନେବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ସେକ୍ସନ ଅଫିସର ଗିରିଜା ଶଙ୍କର ଦାସଙ୍କୁ ଧରିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Odisha Vigilance Vigilance Raid Vigilance Net