Advertisment

ଅଇଁଠା ପ୍ଲେଟ ଦେହରେ ବାଜି ଯିବାରୁ ୱେଟରଙ୍କୁ ପିଟିପିଟି ମାରିଦେଲେ

ଯୁବକ ଜଣଙ୍କ ବାହାଘର କାର୍ଯ୍ୟକ୍ରମରେ ୱେଟର ଭାବେ କାମ କରୁଥିଲେ। କିନ୍ତୁ ତାଙ୍କ ମୃତଦେହ ସ୍ଥାନୀୟ ଜଙ୍ଗଲରୁ ମିଳିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ଗାଜିଆବାଦାର ଗୋଟିଏ ମଣ୍ତପରେ ଆୟୋଜିତ ବିବାହ ଭୋଜିରେ ଏତେ ବଡ଼ ଘଟଣା ଘଟିଛି।

author-image
Hemant Lenka
Arrest

Arrest

ସାମାନ୍ୟ ଘଟଣାରୁ ଘଟିଛି ବଡ଼ ଅଘଟଣ। ବାହାଘର ଭୋଜି ହୋଇଛି ରକ୍ତରଞ୍ଜିତ। ଅଇଁଠା ପ୍ଲେଟ ଗୋଟିଏ ପାତ୍ରରେ ନେଉଥିବା ବେଳେ କିଛି ଅତିଥିଙ୍କ ଦେହରେ ଏହା ବାଜି ଯାଇଥିଲା। ବାସ୍‌ ଏହି ଘଟଣା ଯୋଗୁ ଜଣେ ୨୬ ବର୍ଷୀୟ ଯୁବକଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି।

Advertisment

ଯୁବକ ଜଣଙ୍କ ବାହାଘର କାର୍ଯ୍ୟକ୍ରମରେ ୱେଟର ଭାବେ କାମ କରୁଥିଲେ। କିନ୍ତୁ ତାଙ୍କ ମୃତଦେହ ସ୍ଥାନୀୟ ଜଙ୍ଗଲରୁ ମିଳିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ଗାଜିଆବାଦାର ଗୋଟିଏ ମଣ୍ତପରେ ଆୟୋଜିତ ବିବାହ ଭୋଜିରେ ଏତେ ବଡ଼ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଗାଜିଆବାଦର ପୁସ୍ତା ରୋଡରେ ଥିବା ସିଜିଏସ୍‌ ଭାଟିକା ଗେଷ୍ଟ ହାଉସରେ ଗୋଟିଏ ବାହାଘର ଭୋଜିର ଆୟୋଜନ କରାଯାଇଥିଲା। ନଭେମ୍ବର ୧୭ ସନ୍ଧ୍ୟା ବେଳେ ଅତିଥିମାନେ ଏଠାକୁ ଆସିବା ଆରମ୍ଭ କରିଥିଲେ।

Advertisment

ଭୋଜି ଚାଲିଥିବା ବେଳେ ସମସ୍ତେ ନାଚଗୀତରେ ମସଗୁଲ ଥିଲେ। ଏହି ସମୟରେ ୱେଟର ଭାବେ କାମ କରୁଥିବା ପଙ୍କଜ ଅଇଁଠା ପ୍ଲେଟକୁ ଗୋଟିଏ ପାତ୍ରରେ ଏକାଠି କରି ଧୋଇବା ପାଇଁ ନେଉଥିଲେ। ସେ ଭିଡ଼ରେ ପାତ୍ରଟିକୁ ନେଉଥିବା ବେଳେ କିଛି ଅତିଥିଙ୍କ ଦେହରେ ଏହା ମାଡ଼ ହୋଇଯାଇଥିଲା। ବାସ୍‌ ଏହାକୁ ନେଇ କିଛି ଲୋକ ତାଙ୍କୁ ପ୍ରବଳ ପିଟିଥିଲେ।

ମାଡ଼ ଯୋଗୁ ପଙ୍କଜ ତଳେ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରୁ ରକ୍ତ ମଧ୍ୟ ବାହାରିଥିଲେ। ଏଥିରେ ଆକ୍ରମଣକାରୀମାନେ ଡରି ଯାଇଥିଲେ। ପଙ୍କଜଙ୍କ ମୃତ୍ୟୁ ହୋଇ ସାରିଥିବା ଭୟରେ ଆକ୍ରମଣକାରୀମାନେ ତାଙ୍କୁ ସ୍ଥାନୀୟ ଜଙ୍ଗଲରେ ଫିଙ୍ଗି ଦେଇଥିଲେ।

ଦିନକ ପରେ ପଙ୍କଜଙ୍କ କ୍ଷତାକ୍ତ ମୃତଦେହ ସ୍ଥାନୀୟ ଜଙ୍ଗଲରୁ ମିଳିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁ ସେ ପ୍ରାଣ ହରାଇଥିବା ଜଣାପଡ଼ିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ବେଳେ ପୀଡ଼ିତଙ୍କ ମା’ କହିଥିଲେ ଯେ ପଙ୍କଜ ୧୭ ତାରିଖରେ ଗୋଟିଏ ବାହାଘର କାର୍ଯ୍ୟକ୍ରମରେ କାମ କରିବାକୁ ଯାଇଥିଲେ। ସେବେଠାରୁ ଆଉ ଘରକୁ ଫେରି ନଥିଲେ।

ପୁଲିସ୍‌ ଏହାପରେ ଗେଷ୍ଟ ହାଉସକୁ ଯାଇ ଯାଞ୍ଚ କରିବାରୁ ପଙ୍କଜ ବାହାଘର ଭୋଜିରେ ୱେଟର ଭାବେ କାମ କରୁଥିବା ଜାଣିବାକୁ ପାଇଥିଲା। ମନୋଜ ଗୁପ୍ତା ନାମକ ଜଣେ ବ୍ୟକ୍ତି ତାଙ୍କୁ ଏଠାରେ ନିୟୋଜିତ କରିଥିଲେ।

ଅତିଥିଙ୍କ ବ୍ୟତୀତ ଘଟଣା ଦିନ ମନୋଜ ମଧ୍ୟ ପଙ୍କଜଙ୍କୁ ପ୍ରବଳ ପିଟିଥିଲେ। ଆକ୍ରମଣ ବେଳେ ପଙ୍କଜଙ୍କୁ ଅଭିଯୁକ୍ତମାନେ ଜୋରରେ ଧକ୍କା ମାରି ତଳେ ପକାଇ ଦେଇଥିଲେ। ଏଥିଯୋଗୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ମୁଣ୍ଡରେ ଆଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ୍‌ ଏହି ଘଟଣାରେ ମନୋଜ ସହ ଅମିତ କୁମାର ଓ ଆଉ ଜଣଙ୍କୁ ଗିରଫ କରିଛି। ଏଥିସହ ଆଉ କେଉଁମାନେ ଘଟଣାରେ ସାମିଲ ଥିଲେ, ତା’ର ଯାଞ୍ଚ କରୁଛି।

Murder Uttar Pradesh