Advertisment

ଲୁଟେରାଙ୍କୁ ଧରି ପାରୁନି ପୁଲିସ; ରାଜଧାନୀ ସାରା ମାରିଲା ପୋଷ୍ଟର

ଯେଉଁମାନେ ଲୁଟେରାଙ୍କ ବିଷୟରେ କୌଣସି ତଥ୍ୟ ବା ସେମାନଙ୍କ ଠିକଣା ଦେବେ ସେମାନଙ୍କୁ ପୁରସ୍କୃତ କରାଯିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ରହିଛି।

author-image
Biswajit Samal
Apartment Loote

Apartment Loote

ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଆପାର୍ଟମେଣ୍ଟ ଲୁଟେରାଙ୍କ ପୋଷ୍ଟର ମାରୁଛି କମିଶନରେଟ୍ ପୁଲିସ। ଯେଉଁମାନେ ଲୁଟେରାଙ୍କ ବିଷୟରେ କୌଣସି ତଥ୍ୟ ବା ସେମାନଙ୍କ ଠିକଣା ଦେବେ ସେମାନଙ୍କୁ ପୁରସ୍କୃତ କରାଯିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ରହିଛି।

Advertisment

ଜନଗହଳିପୂର୍ଣ୍ଣ ଛକରେ ପୁଲିସ ପକ୍ଷରୁ ଲଗାଯାଉଛି ଆପାର୍ଟମେଣ୍ଟ ଲୁଟେରାଙ୍କ ପୋଷ୍ଟର। ୱାଣ୍ଟେଡ୍ ପୋଷ୍ଟରରେ ଲେଖାଯାଇଛି ଉପରୋକ୍ତ ଅପରାଧୀମାନେ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟ,ଫ୍ଲାଟ୍ ଓ ଘରୁ ସୁନା ଗହଣା ଲୁଟ୍ କରିଥାନ୍ତି। ଏମାନଙ୍କ ସମ୍ପର୍କରେ ସୂଚନା ଦିଅନ୍ତୁ। ୧୦ ହଜାର ଟଙ୍କା ପୁରସ୍କାର ଜିତନ୍ତୁ। ସୂଚନାଦାତାଙ୍କ ନାଁ, ଠିକଣା ଗୋପନ ରଖାଯିବ। ଏଥିପାଇଁ ଦୁଇଟି ନମ୍ବର ବି ସାର୍ବଜନୀନ କରାଯାଇଛି।

ବେଶ୍ କିଛି ଦିନ ହେବ ରାଜଧାନୀବାସିନ୍ଦାଙ୍କ ନିଦ ହଜାଇଦେବା ସହ କମିଶନରେଟ୍ ପୁଲିସର ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି ଆପାର୍ଟମେଣ୍ଟ ଲୁଟେରା। ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ପରେ ଚ୍ୟାଲେଞ୍ଜ୍ ଦେଇ ଲୁଟେରା ବିଗତ ୪ ମାସ ଭିତରେ ପାଖାପାଖି ୧୫ରୁ ଊର୍ଦ୍ଧ୍ୱ ଆପାର୍ଟମେଣ୍ଟରେ କଳାକାନା ବୁଲାଇ ଚାଲିଛନ୍ତି। ପୁଲିସ ଖାଲି ସିସିଟିଭି ଫୁଟେଜରୁ ଲୁଟେରାଙ୍କୁ ଦେଖି ଚାଲିଛି। ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ଲଗାଇ ଘାଣ୍ଟି ଚାଲିଛି। କିନ୍ତୁ ଫଳ ପୂରା ଶୂନ୍।

Advertisment

ଆଉ ସେଇଥିପାଇଁ, ଏ ଶେଷ ଅସ୍ତ୍ର ପୋଷ୍ଟର ପ୍ଲାନକୁ ଓହ୍ଲାଇଛି। ବିଗତ ୪ ମାସ ମଧ୍ୟରେ ହୋଇଥିବା ପ୍ରାୟ ସବୁ ଆପାର୍ଟମେଣ୍ଟ ଲୁଟର ତରିକା ଏକାଭଳି। ତେଣୁ ଏଥିରେ ଗୋଟିଏ ଗ୍ୟାଙ୍ଗ ହାତ ଥିବା ସନ୍ଦେହ କରି, ସିସିଟିଭି ଫୁଟେଜରୁ ମିଳିଥିବା ଲୁଟେରାଙ୍କ ଫଟୋ ଆଧାରରେ ପୁଲିସ ଏକ ୱାଣ୍ଟେଡ୍ ତାଲିକା ତ ପ୍ରସ୍ତୁତ କରିଛି। ହେଲେ ସେମାନଙ୍କୁ ଠାବ କରିବାରେ ବିଫଳ ହେବାରୁ ଏଭଳି ଫନ୍ଧାକୁ ଆପଣେଇବାକୁ ବାଧ୍ୟ ହୋଇଛି।

Bhubaneswar Apartment Loote