Advertisment

ଦଶା ତୁଠରୁ କୁଖ୍ୟାତ ଚୋରକୁ ଉଠାଇ ନେଲା ପୁଲିସ

ଗିରଫ ଅଭିଯୁକ୍ତ ନାଁରେ ୨୦ରୁ ଅଧିକ ମାମଲା ରହିଛି।

Tuna Pradhan

Tuna Pradhan

Advertisment

ମା’ର ଶୁଦ୍ଧି କାମ ଚାଲିଥିବା ବେଳେ ଦଶାହ ତୁଠରୁ ପୁଅକୁ ଉଠାଇ ନେଲା ପୁଲିସ। ରାଜଧାନୀ ଭୁବନେଶ୍ୱରରେ ଆଜି ଘଟିଛି ଏହି ଘଟଣା। ଗିରଫ ଯୁବକର ନାଁ ଟୁନା ପ୍ରଧାନ। ସେ ଜଣେ ନିଶା ବେପାରୀ ତଥା ପେସାଦାର ଚୋର। ତା’ ନାଁରେ ୨୦ରୁ ଅଧିକ ମାମଲା ରହିଛି।

Advertisment

ଚୋରି, ଡକାୟତି ମାମଲା ସହ ନିଶା କାରବାର ନେଇ ଟୁନା ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ସେ ଫେରାର ଥଲା। ତାକୁ ଗିରଫ କରିବା ପାଇଁ ଖୋଜୁଥିଲା ପୁଲିସ। ଆଜି ଟୁନା ବିନ୍ଦୁସାଗର ତୁଠରେ ତା’ ମା’ଙ୍କର ଦଶାହ କର୍ମ ପାଇଁ ଉପସ୍ଥିତ ଥିବା ନେଇ କୌଣସି ସୁତ୍ରରୁ ଖବର ପାଇଥିଲା ଭୁବନେଶ୍ୱରର ବଡ଼ଗଡ଼ ଥାନା ପୁଲିସ୍। ଏହା ପରେ ପୁଲିସର ଏକ ଟିମ୍ ଯାଇ ବିନ୍ଦୁସାଗରରେ ପହଞ୍ଚଥିଲେ। ଟୁନା କିଛି ବୁଝିବା ଆଗରୁ ତାକୁ ଉଠାଇ ନେଇଥିଲେ ପୁଲିସ୍ କର୍ମଚାରୀ।

ଟୁନାକୁ ଆଣି ବଡ଼ଗଡ଼ ଥାନାରେ ରଖାଯାଇଥିଲା। ତାକୁ ଛାଡ଼ି ଦେବା ପାଇଁ ତା’ ସଂପର୍କୀୟମାନେ ଥାନାରେ ପହଞ୍ଚି ହୋହାଲ୍ଲା କରିଥିଲେ। ତେବେ ପୁଲିସ୍ ସେମାନଙ୍କ କଥାକୁ ଶୁଣି ନଥିଲା। ପୁଲିସ୍ ଟୁନାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ବଡ଼ଗଡ଼ ଥାନା ଆଇଆଇସି ତୃପ୍ତି ରଞ୍ଜନ ନାୟକ କହିଛନ୍ତି, ଟୁନା ଜଣେ କୁଖ୍ୟାତ ଚୋର। ତା’ ନାଁରେ ୨୦ରୁ ଅଧିକ ମାମଲା ରହିଛି। ବହୁତ ଦିନ ହେଲା ସେ ଫେରାର ଥିଲା। ଆମେ ତାକୁ ଧରିବାକୁ ଟାର୍ଗେଟ୍ କରିଥିଲୁ। ତା’ ନାଁରେ ଏନ୍‌ଡିପିଏସ୍ କେସ୍ ବି ଅଛି। ଆଜି ସେ ଏକ ଦଶାହ କାର୍ଯ୍ୟରେ ସାମିଲ ହୋଇଥିବା ଆମେ ଖବର ପାଇଥିଲୁ। ସେଠାରୁ ଆମେ ତାକୁ ଧରିଥିଲୁ। ଏକ ଏନ୍‌ଡିପିଏସ୍ କେସ୍‌ରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

Odisha Police Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe