Advertisment

ଟଙ୍କା ହଡପ କରି PEO ହଟହଟା; ରାତିସାରା ଅଟକ

ଗତକାଲି ସନ୍ଧ୍ୟାଠାରୁ ୱାର୍ଡ ମେମ୍ବରମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ରଖିଥିବା ସୂଚନା ରହିଛି।

author-image
Tapaswini Nayak
Peo locked

Peo locked

ୱାର୍ଡ ମେମ୍ବରମାନଙ୍କ ଦରମା ଟଙ୍କା ହଡପ କରିବା ପିଇଓଙ୍କୁ ପଡ଼ିଲା ମହଙ୍ଗା। ଦରମା ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିଛନ୍ତି ୱାର୍ଡ ମେମ୍ବର। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଅନ୍ତର୍ଗତ ମଥାନୀ ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ୱାଳଙ୍କୁ ରାତି ସାରା ତାଲା ମାରି ବନ୍ଦ ରଖିଛନ୍ତି ୱାର୍ଡ ମେମ୍ବର। ଏପର୍ଯ୍ୟନ୍ତ ତାଲା ଖୋଲିନଥିବା ଜଣାଯାଇଛି।

Advertisment

ମଥାନୀ ପଞ୍ଚାୟତର ୱାର୍ଡ ମେମ୍ବରମାନେ ଦୀର୍ଘ ୭ ମାସର ଦରମା ଟଙ୍କା ପାଇ ନଥିଲେ। ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତଙ୍କୁ ୱାର୍ଡ ମେମ୍ବରମାନେ ପଚାରିଥିଲେ। ହେଲେ ପିଇଓ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଆଉ ଏହାକୁ ନେଇ ୱାର୍ଡ ମେମ୍ବର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ପିଇଓ ଚଞ୍ଚକତା କରି ଟଙ୍କା ହଡପ କରିଥିବା ୱାର୍ଡ ମେମ୍ବରମାନେ ଅଭିଯୋଗ ଆଣିଥିଲେ। ପରେ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲାମାରି ବନ୍ଦ କରି  ଦେଇଥିଲେ। ଗତକାଲି ସନ୍ଧ୍ୟାଠାରୁ ୱାର୍ଡ ମେମ୍ବରମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ରଖିଥିବା ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାୟୀ ସମାଧାନ ହୋଇନାହିଁ।

Advertisment
Balasore