Advertisment

ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ କରିବାକୁ ସିସିଟିଭି ଲିଙ୍କ୍ ମାଗିଲା ପୁଲିସ

୨୦୨୨ରେ ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରରେ ଅନେକ ପ୍ରତିଷ୍ଠାନ ପୁଲିସ କଣ୍ଟ୍ରୋଲ ରୁମ ସହ ଯୋଡ଼ି ହୋଇଛନ୍ତି।

ଅଦ୍ୟତନ ହୋଇଛି
somendra priyadarshi

somendra priyadarshi

Advertisment

ରାଜଧାନୀକୁ ଅଧିକ ସୁରକ୍ଷିତ କରିବାକୁ ସିସିଟିଭି ସର୍ଭେଲାନ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅପରାଧ ନିୟନ୍ତ୍ରଣ ଓ ଅପରାଧକୁ ରୋକିବାରେ ସିସିଟିଭି ସହାୟକ ହୋଇଥାଏ। ଏଥିଲାଗି ରାଜଧାନୀ ଭୁବନେଶ୍ୱରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ସୁନା ଦୋକାନ, ବ୍ୟାଙ୍କ, ମଲ ଓ ହାଉସିଂ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଗୁଡିକର  ଲିଙ୍କକୁ ପୁଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

Advertisment

ଏହାସହ ସିସିଟିଭି ସହ ସଂଯୋଗ ହୋଇଥିବା ଆଇପି ଆଡ୍ରେସକୁ ପୁଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ସହଯୋଗ ଲୋଡିଛନ୍ତି କମିଶନର। ବିଶେଷକରି ଏହି ସବୁ ପ୍ରତିଷ୍ଠାନ  ଲଗାଇଥିବା ସିସିଟିଭି ମଧ୍ୟରୁ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ମୁହଁ କରି ଲଗାଇବାକୁ କହିଛନ୍ତି ପୁଲିସ କମିଶନର। ଏହି ସମସ୍ତ କ୍ୟାମେରାରେ କଏଦ ଭିଡିଓ ପୁଲିସ ପକ୍ଷରୁ ଗୁପ୍ତ  ରଖାଯିବ। 

୨୦୨୨ରେ ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରରେ ଅନେକ ପ୍ରତିଷ୍ଠାନ ପୁଲିସ କଣ୍ଟ୍ରୋଲ ରୁମ ସହ ଯୋଡ଼ି ହୋଇଛନ୍ତି। ଏହି ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ପ୍ରତିଷ୍ଠାନ ସେମାନଙ୍କ ସିସିଟିଭି ଲିଙ୍କ୍ ଆଇପି ଆଡ୍ରେସ ପୁଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ସହଯୋଗ ଲୋଡିଛନ୍ତି ପୁଲିସ କମିଶନର। ଏଥିପାଇଁ ସବୁ ପ୍ରତିଷ୍ଠାନ ସ୍ଥାନୀୟ ପୁଲିସ ଥାନା  ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ। ଏଥିଲାଗି ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି। 94392 24441 ନମ୍ବର ଜରିଆରେ ସମସ୍ତେ ଯୋଗାଯୋଗ କରି ଏ ବିଷୟରେ ସବିଶେଷ ସୂଚନା ପାଇପାରିବେ।

Advertisment
Bhubaneswar Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe