ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ- ଆମେ ଯୁଦ୍ଧ ଆରମ୍ଭ କରିନୁ, କିନ୍ତୁ ଶେଷ କରିବୁ

ଯୁଦ୍ଧ ଇସ୍ରାଏଲ୍ ଆରମ୍ଭ କରିନି କିନ୍ତୁ ଶେଷ ଜରୁର୍ କରିବ । ପାଲେଷ୍ଟାଇନ୍‌କୁ ଏଭଳି କଡ଼ା ଭାଷାରେ ଚ୍ୟାଲେଞ୍ଜ କରିବା ସହ ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନନେହୁା ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନନେହୁା ।

  • Published: Tuesday, 10 October 2023
  • , Updated: 10 October 2023, 08:20 AM IST

ଯୁଦ୍ଧ ଇସ୍ରାଏଲ୍ ଆରମ୍ଭ କରିନି କିନ୍ତୁ ଶେଷ ଜରୁର୍ କରିବ । ପାଲେଷ୍ଟାଇନ୍‌କୁ ଏଭଳି କଡ଼ା ଭାଷାରେ ଚ୍ୟାଲେଞ୍ଜ କରିବା ସହ ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନନେହୁା ।

ଏନେଇ ସେ କହିଛନ୍ତି, ହମାସ୍ ଭଲ ଭାବେ ବୁଝିବ ଇସ୍ରାଏଲ୍ ଉପରେ ଆକ୍ରମଣ କରି କେତେ ବଡ଼ ଭୁଲ୍ କରିଛିା ହମାସ୍‌କୁ ଉଚିତ୍ ଜବାବ ଦେବ ଇସ୍ରାଏଲ୍ । ଖାଲି ହମାସ୍ ନୁହେଁ ଅନ୍ୟ ଶତ୍ରୁମାନେ ବି ଏହାକୁ ସବୁବେଳେ ମନେ ରଖିବେ ବୋଲି ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ।

ହମାସ୍ ନୀରିହ ଲୋକଙ୍କ ଉପରେ ଯିଏ ଆକ୍ରମଣ କରିଛି, ଯୁବକ-ମହିଳାଙ୍କୁ ହତ୍ୟା କରିଛି, ଆଉଟଡୋର୍ ଫେଷ୍ଟିଭାଲ୍ ଚାଲିଥିବା ବେଳେ ଅନେକଙ୍କୁ ଅପହରଣ କରିଛିା ହମାସ୍ ହେଉଛି ISIS ଆତଙ୍କବାଦୀ ସଂଗଠନ ବୋଲି ସେ କହିଛନ୍ତି ।

ଏହି ଅବସରରେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ୍ ଜଣାଇବା ସହ ସମସ୍ତ ରାଷ୍ଟ୍ର ଯେଉଁମାନେ ଏହି ବର୍ବରତାକୁ ବିରୋଧ କରୁଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତିା ଇସ୍ରାଏଲ୍ ଜିତିବ ଓ ଏହା ପୁରା ବିଶ୍ୱରେ ମାନବବାଦର ବିଜୟ ହେବ ବୋଲି ସେ ଦୋହରାଇଛନ୍ତିା

ଆମେ କେବେ ବି ଯୁଦ୍ଧ ସପକ୍ଷରେ ନୁହଁ । କିନ୍ତୁ ଏହା ଜବରଦସ୍ତି ଭାବେ ଆମ ଉପରେ ଲଦା ଯାଇଛି। ଇସ୍ରାଏଲ- ହମାସ୍‌ ଯୁଦ୍ଧ ଗତ ଶନିବାରଠୁ ଆରମ୍ଭ ହୋଇଥିବା ବେଳେ ଏଯାବତ ୧୬୦୦ରୁ ଊର୍ଦ୍ଧ୍ୱ ନିରୀହ ଲୋକଙ୍କ ଜୀବନ ଯାଇ ସାରିଲାଣି ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ।

Related story