Advertisment

ବିବାହ ଉତ୍ସବରେ ଅଘଟଣ, ସମୁଦି ଗୁଳିରେ ଟଳିପଡ଼ିଲେ ସମୁଦି

ନାଚଗୀତରେ ଫାଟି ପଡ଼ୁଥିଲା ବିବାହ ସମାରୋହ ସ୍ଥଳ। ଆଉ ଅଳ୍ପ ସମୟରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ ତାହା ପୂର୍ବରୁ ଫୁଟିଲା ଗୁଳି।

Firing

Firing

Advertisment

ନାଚଗୀତରେ ଫାଟି ପଡ଼ୁଥିଲା ବିବାହ ସମାରୋହ ସ୍ଥଳ। ଖାଦ୍ୟପାନୀୟଠୁ ଆରମ୍ଭ କରି ବନ୍ଧୁବାନ୍ଧବଙ୍କ ଭିଡ଼ରେ କମ୍ପୁଥିଲା ପରିବେଶ। ଆଉ ଅଳ୍ପ ସମୟରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ ତାହା ପୂର୍ବରୁ ଫୁଟିଲା ଗୁଳି। କେହି କିଛି ବୁଝିବା ପୂର୍ବରୁ ଜଣେ ସମୁଦିଙ୍କ ଗୁଳିରେ ଟଳି ପଡ଼ିଲେ ଆଉ ଜଣେ ସମୁଦି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଦିଲ୍ଲୀର ଗ୍ରେଟର ନୋଏଡାରେ ଘଟିଛି।

Advertisment

ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାର ଏକ ଫାର୍ମ ହାଉସରେ ବିନୋଦ ଯାଦବ ନାମକ ବ୍ୟକ୍ତିଙ୍କ ଝିଅଙ୍କ ବିବାହ ଚାଲିଥିଲା। ଉକ୍ତ ବିବାହରେ ଯୋଗ ଦେବାକୁ ବିନୋଦଙ୍କ ସାଙ୍ଗ ଅଶୋକ ଯାଦବ ମଧ୍ୟ ପହଞ୍ଚିଥିଲେ। ଅପରପକ୍ଷ ତରଫରୁ ଶେଖର ନାମକ ବ୍ୟକ୍ତି ବିବାହ ସମାରୋହକୁ ଆସିଥିଲେ।

ଉଭୟ ଅଶୋକ ଯାଦବ ଓ ଶେଖର ପରସ୍ପରର ସମୁଦି। ଶେଖରଙ୍କ ଝିଅଙ୍କ ବିବାହ ଅଶୋକଙ୍କ ପୁଅ ସହ ପୂର୍ବରୁ ହୋଇ ସାରିଛି। ମାତ୍ର ଉଭୟ ପରିବାର ମଧ୍ୟରେ ବିବାଦ ଚାଲୁ ରହିଛି ।

Advertisment

ବିବାହ ସ୍ଥଳରେ ଉଭୟ ମୁହାଁମୁହିଁ ହେବାରୁ କଥା କଟାକଟି ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ଶେଖର ନିଜ ପାଖରେ ଥିବା ବନ୍ଧୁକରୁ ଅଶୋକ ଯାଦବଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କୁ ବାନ୍ଧି ନ ଥିବା ଜଣାଯାଇଛି।

Delhi Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe