Advertisment

ପଶ୍ଚିମବଙ୍ଗରେ ପୁଣି ଲଜ୍ୟା; ରୋଗୀଙ୍କୁ ଦୁଷ୍କର୍ମ କରି ଡାକ୍ତର ଗିରଫ

କୋଲକାତାର ଆର୍.ଜି କର ମେଡିକାଲ କଲେଜ ଘଟଣା ଲୋକଙ୍କ ମନରୁ ଲିଭିନଥିବାବେଳେ ପଶ୍ଚିମବଙ୍ଗରେ ଘଟିଛି ପୁଣି ଏକ ଲଜ୍ୟାଜନକ ଘଟଣା। ରୋଗୀଙ୍କୁ ଟ୍ରାଙ୍କୁଲାଇଜିଂ ସିରମ୍‌ ଇଞ୍ଜେକ୍‌ସନ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଡାକ୍ତରଙ୍କୁ ବାନ୍ଧିଛି ପୁଲିସ।

author-image
Debadatta Aryashrestha
Symbolic picture

Symbolic picture

କୋଲକାତାର ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଲୋକଙ୍କ ମନରୁ ଏହି ଘଟଣା ଲିଭିନଥିବାବେଳେ ଏବେ ପୁଣି ଏକ ଲଜ୍ୟାଜନକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ପଶ୍ଚିମବଙ୍ଗ। ଏଥର ଜଣେ ଡାକ୍ତର ତାଙ୍କ ପାଖକୁ ଚିକିତ୍ସା ହେବାକୁ ଆସିଥିବା ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଟ୍ରାଙ୍କୁଲାଇଜିଂ ସିରମ୍‌ ଇଞ୍ଜେକ୍‌ସନ ଦେଇ ଅଚେତ କରାଇବା ପରେ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏତିକି ନୁହେଁ, ଅସଂଯତ ଅବସ୍ଥାରେ ମହିଳାଙ୍କ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ୍ କରିବା ସହ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି ଅଭିଯୁକ୍ତ ଡାକ୍ତର।

Advertisment

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ହସନାବାଦର ଘଟଣା। ଅଭିଯୋଗ ଅନୁଯାୟୀ କିଛିଦିନ ପୂର୍ବରୁ ମହିଳାଙ୍କ ସ୍ୱାମୀ ରାଜ୍ୟ ବାହାରକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ ଚିକିତ୍ସା ପାଇଁ ମହିଳା ଜଣକ ସଂପୃକ୍ତ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଏଠାରେ ଡାକ୍ତର ମହିଳାଙ୍କୁ ଟ୍ରାଙ୍କୁଲାଇଜିଂ ସିରମ୍‌ ଇଞ୍ଜେକ୍‌ସନ ଦେଇ ଅଚେତ କରାଇବା ପରେ ଦୁଷ୍କର୍ମ କରିଥିଲେ।

ଅଂସଯତ ଅବସ୍ଥାରେ ଅଚେତ ମହିଳାଙ୍କର ଅନେକ ଫଟୋ ମଧ୍ୟ ଉଠାଇଥିଲେ ଡାକ୍ତର। ପରେ ସେହି ଫଟୋ ଗୁଡ଼ିକୁ ଦେଖାଇ ମହିଳାଙ୍କୁ ବ୍ଲାକମେଲ୍ କରିବା ସହ ଫଟୋଗୁଡ଼ିକୁ ସୋଶାଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏଭଳି ଭୟଭୀତ କରାଇ ସେ ମହିଳାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିବା ସହ ତାଙ୍କଠାରୁ ପ୍ରାୟ ୪ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଥିଲେ। 

Advertisment

ଲୋକଲଜ୍ୟା ଡରରେ ମହିଳା ଜଣକ ଏକଥା କାହାକୁ କହିପାରୁନଥିଲେ। ସ୍ୱାମୀ ଘରକୁ ଫେରିବା ପରେ ପୀଡ଼ିତା ସବୁକଥା ତାଙ୍କୁ ଜଣାଇଥିଲେ। ଏହାପରେ ସ୍ୱାମୀଙ୍କ ସହ ଆସି ସେ ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତା ଓ ସ୍ୱାମୀଙ୍କ ଅଭିଯୋଗକ୍ରମେ ପୁଲିସ ମଙ୍ଗଳବାର ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଛି। ଜିଲ୍ଲା ଅଦାଲତରେ ହାଜର କରାଇବାପରେ ପୁଲିସ ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ନେଇଛି। ଅଦାଲତରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

West Bengal Rape Case Doctor Rape Patient Patient Raped