Advertisment

ମଦରେ କ’ଣ ମିଶିଥିଲା? ୫ ଜୀବନ ଯିବା ପରେ ନଜରରେ ‘ସମୁଦି ମୂଳ’

ମାଉନ୍ଦପୁର ଓ ଢିପସାହି ଗାଁରେ ଥିବା ଦେଶୀ ଭାଟିରୁ ମଦ ପିଇ ୨୧ ଜଣରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଚିକିଟି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୧୫ ଜଣ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

Desi Liquor

Desi Liquor

Advertisment

ଚିକିଟି ମଦ ନେଇଛି ୫ ଜୀବନ। କହା ସିନ୍ଥିରୁ ଲିଭାଇଛି ସିନ୍ଦୂର ତ କାହା ମୁଣ୍ଡରୁ ଉଠାଇଛି ବାପାର ହାତ। ଆଉ କିଏ ପୁଅକୁ ହରାଇ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି। ହେଲେ କେହି ବୟାନ୍‌ କରିପାରୁନାହାନ୍ତି ନିଜ ମନ ଭିତରେ ଉଠୁଥିବା କୋହକୁ। କେବଳ ଅସହାୟଟିଏ ପରି ଭାଗ୍ୟକୁ ନିନ୍ଦି ବସିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଏଥିପାଇଁ ଦାୟୀ କିଏ? ଏମାନେ ହଠାତ୍‌ କାହିଁକି ଅଫେରା ପଥରେ ପଥିକ ହେଲେ? ଏହାର କାରଣ ଖୋଜିବାକୁ ଯାଇ ପୁଲିସ୍‌ ପହଞ୍ଚିଛି ‘ସମୁଦି ମୂଳ’ରେ। କୁହାଯାଉଛି ମଦରେ ‘ସମୁଦି ମୂଳ’ ମିଶିଛି। ଏହା ଏକ ଗଛର ଚେର। ସ୍ଥାନୀୟ ଭାଷାରେ ‘ସମୁଦି ମୂଳ’ କୁହାଯାଉଛି। ହେଲେ ଏହାର ବଟାନିକାଲ୍‌ ନାଁ ଜଣାପଡ଼ିନାହିଁ।

Advertisment

ସବୁଠାରୁ ବଡ଼କଥା ହେଉଛି ଦୀର୍ଘ ବର୍ଷ ଧରି ବଣ ଜଙ୍ଗଲରେ ଘୁରି ବୁଲି ଜଡ଼ିବୁଟି ସଂଗ୍ରହ କରୁଥିବା କବିରାଜ ଓ ଆୟୁର୍ବେଦ ଡାକ୍ତରମାନେ ‘ସମୁଦି ମୂଳ’ ବିଷୟରେ କିଛି ଜାଣିନାହାନ୍ତି। ସେମାନଙ୍କ କହିବା କଥା, ମଦ ମୃତ୍ୟୁ ପରେ ‘ସମୁଦି ମୂଳ’ ବିଷୟରେ ଜାଣିବାକୁ ପାଇଛୁ। ତେବେ ସେହି ପ୍ଲାଣ୍ଟର ପତ୍ର ଦେଖି ବର୍ଗୀକରଣ କରିଲେ ସବୁ କିଛି ଜଣାପଡ଼ିବ। ସିଏ ଯାହା ହେଉନା କାହିଁକି ଗଞ୍ଜାମ ପୁଲିସ୍‌ ‘ସମୁଦି ମୂଳ’ର ବାଟାନିକାଲ୍‌ ନାମ ଜାଣିବା ପାଇଁ ନମୂନା SFSLକୁ ପଠାଇଛି।

ମାଉନ୍ଦପୁର ଓ ଢିପସାହି ଗାଁରେ ଥିବା ଦେଶୀ ଭାଟିରୁ ମଦ ପିଇ ୨୧ ଜଣରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଚିକିଟି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୧୫ ଜଣ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ମୃତ୍ୟୁ ମୁହଁରୁ ନୂଆ ଜୀବନ ପାଇ ଫେରିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। କ’ଣ ପାଇଁ ମଦ ମୃତ୍ୟୁ ଘଟିଲା? ଏହାର କାରଣ କ’ଣ ରହିଛି? ଏପରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା ଅବକାରୀ ଓ ପୁଲିସ ପ୍ରଶାସନ।

Advertisment

ସେପଟେ ଚିକିଟି ମଦ ମୃତ୍ୟୁକୁ ନେଇଏମ୍‌କେସିଜି ଡିନ୍‌ ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି, ଆଲକହଲ୍‌ କିଛି ସମୟ ବାହାରେ ରହିଗଲେ, ସେଥିରୁ ଗୋଟିଏ ବିଷାକ୍ତ କେମିକାଲ୍‌ ସୃଷ୍ଟି ହୋଇଥାଏ। ଯାହାକୁ ଆମେ ମିଥାଇଲ୍‌ ଆଲ୍‌କହଲ୍‌ ପଏଜନ୍‌ କହିଥାଉ। କିନ୍ତୁ ଏଥର ଯେଉଁ ମଦ ମୃତ୍ୟୁ ହୋଇଛି, ତାହା ମିଥାଇଲ୍‌ ଆଲ୍‌କହଲ୍‌ ପଏଜନ୍‌ ପାଇଁ ହୋଇନାହିଁ। କାରଣ ମିଥାଇଲ୍‌ ଆଲ୍‌କହଲ୍‌ ବିଷାକ୍ତ ହୋଇଥିଲେ, ଦୃଷ୍ଟିହୀନ ହୋଇଯାଇଥାଆନ୍ତି। ହେଲେ ଆମେ ଯେତେ ଜଣ ଲୋକଙ୍କ ଆଖି ପରୀକ୍ଷା କରିଛୁ, ସେମାନଙ୍କ ଆଖି ଠିକ୍‌ ଅଛି। ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ମିଥାଇଲ୍‌ ଆଲ୍‌କୋଲ୍‌ ବିଷାକ୍ତ ହୋଇନାହିଁ। ଏହା ଗୋଟିଏ ଅପ ମିଶ୍ରଣ। ମଦରେ କିଛି ଗୋଟିଏ ମିଶ୍ରଣ କରାଯାଇଛି। ଯେଉଁଥିପାଇଁ ମଦ ବିଷାକ୍ତ ହୋଇଛି ବୋଲି ପ୍ରଫେସର ଦାଶ କହିଛନ୍ତି।

ଅନ୍ୟପକ୍ଷରେ ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ କହିଛନ୍ତି, ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ୧୫ ଜଣଙ୍କ ଭିତରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୦ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ। ଲୋକାଲି ଆମେ ଖବର ପାଇଲୁ ସେମାନେ ମଦରେ ଏକ ଚେର ବ୍ୟବହାର କରୁଥିଲେ। ସେହି ଚେରକୁ ଜବତ କରି କ୍ୟାମିକାଲ୍‌ ଆନାଲିସ୍‌ ପାଇଁ SFSLକୁ ପଠାଇଛୁ। ଲୋକାଲି ସେହି ଚେରକୁ ‘ସମୁଦି ମୂଳ’ କହୁଛନ୍ତି। ହେଲେ ତା’ର ବଟାନିକାଲ୍‌ ନାମ ଆଜି ପର୍ଯ୍ୟନ୍ତ ମିଳିନି। SFSL ରିପୋର୍ଟ ଦେଲେ ଜଣାପଡ଼ିବ ବୋଲି ଏସ୍‌ପି କହିଛନ୍ତି।

ଆୟୁର୍ବେଦ ଡାକ୍ତର ସାଗର ତ୍ରିପାଠୀ କହିଛନ୍ତି, ମଦ ମୃତ୍ୟୁ ପରେ ‘ସମୁଦି ମୂଳ’କୁ ନେଇ ଚର୍ଚ୍ଚା ହେଉଛି। ଆମେ ଦୀର୍ଘ ୩୦ରୁ ୪୦ ବର୍ଷ ଧରି ଆୟୂର୍ବେଦ ଓ ଚେରମୂଳି ଜଡିବୁଟି ସହିତ ଜଡିତ ରହିଛୁ। ପ୍ରକୃତରେ ସେହି ‘ସମୁଦି ମୂଳ’ କଣ ଜାଣିବାକୁ ଚାହୁଁଛୁ। ସେହି ଗଛର ପତ୍ରକୁ ଦେଖିଲେ ଜଣାପଡ଼ିବ ବୋଲି ଡାକ୍ତର ତ୍ରିପାଠୀ କହିଛନ୍ତି।

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe