Advertisment

ନବ ଦାସ ହତ୍ୟାକୁ ବର୍ଷେ ପୂରିଲା; କୁଆଡ଼େ ଗଲା FBI ତଦନ୍ତ?

୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ମର୍ଡର କରାଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏହି ହତ୍ୟା ପଛରେ ବଡ଼ ଧରଣର ଷଡଯନ୍ତ୍ର ଥିବା ନବଙ୍କ ପତ୍ନୀ ଓ ପୁଅ ସତ୍ୟପାଠରେ ବୟାନ ରଖିଥିଲେ।

author-image
Manoranjan Sial
Naba das Murder

Naba das Murder

ବିଜେଡି ନେତା ନବ କିଶୋର ଦାସ ହତ୍ୟାକାଣ୍ଡକୁ ବର୍ଷେ ପୂରିଗଲା। ହେଲେ ଗୁମର ଫିଟିଲାନି। କାହିଁକି ମାରିଲା ଫାଣ୍ଡି ଅଧିକାରୀ ଗୋପାଳ ଦାସ? କେଉଁ କାରଣରୁ ପୁଲିସ୍ ବର୍ଦ୍ଦିରେ ଥାଇ ପଏଣ୍ଟ ବ୍ଲାଙ୍କରୁ ଚଳାଇଥିଲା ଗୁଳି? ରାଜନୈତିକ, ବ୍ୟାବସାୟିକ ନା ବ୍ୟକ୍ତିଗତ ଶତ୍ରୁତା? ହତ୍ୟା ପଛରେ ଥିଲା କି ବଡ଼ ଷଡ଼ଯନ୍ତ୍ର? କୋର୍ଟରେ ୫୦୦ ପୃଷ୍ଠାରୁ ଅଧିକ ପ୍ରାଥମିକ ଚାର୍ଜସିଟ ଦାଖଲ ସତ୍ତ୍ୱେ କ୍ୟାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ମର୍ଡର ପଛର କାରଣ କିନ୍ତୁ ଏଯାଏଁ ସ୍ପଷ୍ଟ କରୁନି କ୍ରାଇମବ୍ରାଞ୍ଚ। ଏଥିସହ ଷଡ଼ଯନ୍ତ୍ରର ଦିଗକୁ ମଧ୍ୟ ତଦନ୍ତକାରୀ ସଂସ୍ଥା ନଛୁଇଁବାକୁ ନେଇ ଖୋଦ ନବଙ୍କ ନିଜ ନିର୍ବାଚନମଣ୍ଡଳୀ ଝାରସୁଗୁଡ଼ାବାସୀ ହୋଇଛନ୍ତି କ୍ଷୁବ୍ଧ। ଏମିତିକି ତଦନ୍ତ କେବଳ ଗୋପାଳରୁ ଆରମ୍ଭ ହୋଇ ସେଇ ଗୋପାଳ ପାଖରେ ଶେଷ ହେବାକୁ ନେଇ ଉଠାଇଛନ୍ତି ଆପତ୍ତି।

Advertisment

୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ମର୍ଡର କରାଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏହି ହତ୍ୟା ପଛରେ ବଡ଼ ଧରଣର ଷଡଯନ୍ତ୍ର ଥିବା ନବଙ୍କ ପତ୍ନୀ ଓ ପୁଅ ସତ୍ୟପାଠରେ ବୟାନ ରଖିଥିଲେ। ଏହାକୁ ନେଇ ରାଜନୈତିକ ବୟାନ୍‌ବାଜି ହୋଇଥିଲା। ଶାସକ ବିଜେଡିକୁ ଟାର୍ଗେଟ କରିଥିଲା ବିରୋଧୀ। ସ୍ଥିତି ଭୟଙ୍କର ରୂପ ନେଉଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହତ୍ୟାକାଣ୍ଡର ତଦନ୍ତ ଏଫବିଆଇ କରିବ ବୋଲି ବିଧାନସଭାରେ ଘୋଷଣା କରିଥିଲେ। ହେଲେ ସେ ତଦନ୍ତ କୁଆଡେ ଗଲା? ସିବିଆଇ ଥାଉ ଥାଉ ଏଭଳି ଉଦ୍ଭଟ ପରିକଳ୍ପନା ମୁଖ୍ୟମନ୍ତ୍ରୀ କାହିଁକି କଲେ ବୋଲି ପ୍ରଶ୍ନ କରିଛି ବିଜେପି। ତା’ସହ ଗଣତନ୍ତ୍ରର ମନ୍ଦିରକୁ ମିଛ କହି ଅପବିତ୍ର କରିଥିବାରୁ ମୁଖ୍ୟମନ୍ତ୍ରୀ ସେଇ ବିଧାନସଭାରେ ରାଜ୍ୟବାସୀଙ୍କୁ କ୍ଷମା ମାଗିବା ସହ ଘଟଣାର ସିବିଆଇ ତଦନ୍ତ ଦାବି ଦୋହରାଇଛି ବିଜେପି।

ସେପଟେ ସମ୍ବଲପୁର ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଏଠି ସତ୍ୟ ଉନ୍ମୋଚନ ବଦଳରେ ଲୁଚାଇବାକୁ ତଦନ୍ତ ଅଧିକ ଚାଲିଛି। ତେଣେ ଆଜି କଂଗ୍ରେସ ସମାବେଶରେ ପିସିସି ପ୍ରଭାରୀ ଅଜୟ କୁମାର ମଧ୍ୟ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କରିଛନ୍ତି ନିଶାନା। ଏହି ଘଟଣାକୁ ନେଇ ନବଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ କହିଛନ୍ତି ଆଇନ ତା ବାଟରେ ଯିବ।

Advertisment

ଅନ୍ୟପକ୍ଷରେ ଆଜି ଝାରସୁଗୁଡ଼ାରେ ପାଳିତ ହୋଇଛି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଏସ୍‌ପି ଅଫିସ ସାମ୍ନାରେ ଥିବା ତିନି କୋଣିଆ ଛକକୁ ନବ ଦାସ ଛକ ନାଁରେ ନାମିତ କରାଯିବା ସହ ସେଠି ତାଙ୍କର ଏକ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଛି।

BjD Naba Das Jharsuguda