Advertisment

ମୋ’ ପ୍ରେମିକଙ୍କୁ ଖୋଜି ଆଣ...

୮ ବର୍ଷର ପ୍ରେମ ସମ୍ପର୍କକୁ ଭୁଲି ପାରିନଥିଲେ ମାଧବ। ସେ ଲୋଚାଛପା ପ୍ରେମିକାଙ୍କୁ ଦେଖା କରୁଥିଲେ। ୬ ମାସ ତଳେ ଉଭୟ ଘର ଛାଡ଼ି କେଉଁ ଆଡ଼େ ପଳାଇ ଯାଇଥିଲେ। ଏନେଇ ଦୁଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Girl

Girl

Advertisment

ମୋ’ ପ୍ରେମିକଙ୍କୁ ଖୋଜି ଆଣ...। ମୁଁ ତାଙ୍କୁ ବାହାହେବି। ଥାନାରେ ଦ୍ୱାରସ୍ଥ ହୋଇ ଏପରି ଅନୁରୋଧ କରିଛନ୍ତି ଜଣେ ପ୍ରେମିକା। ବଲାଙ୍ଗିର ସଦର ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ।

Advertisment

ମାଧବୀ(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ ଚୂଡ଼ାପାଲି ଗାଁର ମାଧବ ମେହେର। ମାଧବୀ ମଧ୍ୟ ମାଧବଙ୍କୁ ଭଲ ପାଉଥିଲେ। ଧୀରେ ଧୀରେ ଉଭୟଙ୍କ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା। ଆଉ ଉଭୟ ନିକଟତର ହୋଇଥିଲେ। ବିବାହ ପ୍ରତିଶ୍ରୁତି ଦେଇ ମାଧବୀଙ୍କ ସହିତ ମାଧବ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଉଭୟଙ୍କ ପ୍ରେମ ସମ୍ପର୍କ ଯାଇ ଘରେ ପହଞ୍ଚିଲା। ଭିନ୍ନ ଜାତି ହୋଇଥିବାରୁ ମାଧବଙ୍କ ପରିବାର ଲୋକେ ରାଜି ହୋଇନଥିଲେ। ମାଧବୀଠାରୁ ଦୂରେଇ ଯିବା ପାଇଁ ପରିବାର ଲୋକେ ଚେତାବନୀ ଦେଇଥିଲେ।

୮ ବର୍ଷର ପ୍ରେମ ସମ୍ପର୍କକୁ ଭୁଲି ପାରିନଥିଲେ ମାଧବ। ସେ ଲୋଚାଛପା ପ୍ରେମିକାଙ୍କୁ ଦେଖା କରୁଥିଲେ। ୬ ମାସ ତଳେ ଉଭୟ ଘର ଛାଡ଼ି କେଉଁ ଆଡ଼େ ପଳାଇ ଯାଇଥିଲେ। ଏନେଇ ଦୁଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ବହୁ ଖୋଜାଖୋଜି ପରେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ପରେ ଦୁଇ ପରିବାରକୁ ଖବର ଦେଇଥିଲା ପୁଲିସ୍‌। ପ୍ରେମୀ ଯୁଗଳଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

Advertisment

ଘରକୁ ଫେରିବା ପରେ ପ୍ରେମୀ ଯୁଗଳ ପୁଣି ଥରେ ପଳାଇ ଯାଇଥିଲେ। ଏଥର ସେମାନେ ଚୂଡ଼ାପାଳିରେ ଏକ ଘର ଭଡ଼ା ନେଇ ରହିଥିଲା। ସେଠାରେ ରହିବା ସମୟରେ ଉଭୟ ପତି-ପତ୍ନୀଙ୍କ ପରି ରହୁଥିଲେ। ଏହାରି ଭିତରେ ମାଧବୀ ଗର୍ଭବତୀ ହୋଇଯାଇଥିଲେ। ଏ ସମ୍ପର୍କରେ ଜାଣି ମାଧବ ତାଙ୍କୁ ମେଡ଼ିସିନ୍‌ ଖୁଆଇ ଦେଇଥିଲା। ଯେଉଁଥିପାଇଁ ତାଙ୍କ ଗର୍ଭ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ଗତ କିଛି ଦିନ ତଳେ ମାଧବଙ୍କୁ ତାଙ୍କ ଘର ଲୋକ ନେଇଯାଇଥିଲେ। ତାଙ୍କ ପରିବାର ଲୋକ ତାଙ୍କୁ କେଉଁଠି ଲୁଚାଇ ରଖିଛନ୍ତି। ମାଧବଙ୍କୁ ଫୋନ୍‌ କଲେ ମଧ୍ୟ ଲାଗୁନଥିବା ଅଭିଯୋଗ କରିଛନ୍ତି ମାଧବୀ। ତେଣୁ ମାଧବଙ୍କ ଘରକୁ ଯାଇଥିଲେ ମାଧବୀ। ମାତ୍ର ତାଙ୍କ ପରିବାର ଲୋକେ ଗାଳି ଦେଇ ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି।

ନ୍ୟାୟ ଦାବିରେ ଆଜି ପ୍ରେମିକା ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଶୀଘ୍ର ପ୍ରେମିକଙ୍କୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି। ତେବେ ଏନେଇ ପ୍ରେମିକ ମାଧବ ବା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Balangir Love Birds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe