ଗୃହ ବିଭାଗର ଶ୍ୱେତପତ୍ର : ଧର୍ତ୍ତବ୍ୟ ଅପରାଧ ବଢ଼ିଛି, ସାଇବର ଅପରାଧ ରୋକିବାରେ ଓଡ଼ିଶା ପୁଲିସ ଫେଲ୍‌

୨୦୨୧ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟରେ ମୋଟ ୬୩୬୮ଟି ସାଇବର ଠକେଇ ମାମଲା ପଞ୍ଜିକୃତ ହୋଇଥିବାବେଳେ ସେଥିରୁ ୩୭୧୪ଟି ଆର୍ଥିକ ଠକେଇ ମାମଲାରେ ୧୨୨.୭୬କୋଟି ଟଙ୍କା ସାଇବର ଠକ ଲୁଟି ନେଇଛନ୍ତି ।

Cyber Crime

Representational Image

Ordigital Desk
  • Published: Friday, 30 August 2024
  • Updated: 30 August 2024, 08:52 PM IST

Sports

Latest News

ସାଇବର ଅପରାଧ ଓ ଠକେଇ ମାମଲା ରୋକିବା ତଥା ପ୍ରଭାବିତଙ୍କୁ ନ୍ୟାୟ ଦେବାରେ ଓଡ଼ିଶା ପୁଲିସ ଫେଲ୍ ମାରିଛି । ସାଇବର ଲୁଟେରାମାନେ ରାଜ୍ୟବାସୀଙ୍କ କଷ୍ଟ ଅର୍ଜିତ ଧନକୁ ଲୁଟିବାରେ ଲାଗିଥିଲେ ମଧ୍ୟ ଓଡ଼ିଶା ପୁଲିସ ବିଗତ ୩ବର୍ଷ ମଧ୍ୟରେ ସେଥିରୁ ମାତ୍ର ୨% ଅର୍ଥକୁ ଫେରସ୍ତ ଆଣିପାରିଛି। ୨୦୨୨ ମସିହାରେ ରାଜ୍ୟରେ ସାଇବର ଅପରାଧ ମାମଲା ୧୯୮୩ଟି ପଞିକୃତ ହୋଇଥିବାବେଳେ ୨୦୨୩ରେ ଏହା ୨୩୪୮କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ୨୦୨୩ ମସିହାରେ ମୋଟ ୧ଲକ୍ଷ ୯୯ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଥିବାବେଳେ ସେଥିରେ ୧୩୬୨ଟି ହତ୍ୟା, ୨୮୨୭ଟି ଦୁଷ୍କର୍ମ, ୩୭୦ଟି ଡକାୟତି, ୨୯୬୧ଟି ଲୁଣ୍ଠନ, ୧୬୮୫୧ଟି ଚୋରି, ୧୬୫୫ଟି ଦଙ୍ଗା ଓ ୬୧୯୬ଟି ପ୍ରତାରଣା ମାମଲା ରୁଜୁ ହୋଇଛି । ତେବେ ୨୦୨୨ ତୁଳନାରେ ୨୦୨୩ ମସିହାରେ ମୋଟ ୨୧୭୬୪ଟି ଅଧିକ ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଛି ବୋଲି ଆଜି ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଶ୍ୱେତପତ୍ର-୨୦୨୩ରୁ ଜଣାପଡ଼ିଛି ।

ଶ୍ୱେତପତ୍ର ଅନୁସାରେ, ୨୦୨୩ ମସିହାରେ ମୋଟ ୨୩୪୮ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି । ସେଥିରୁ ୨୯୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଥିବାବେଳେ ୧୮୭୭ଟି ମାମଲା ଏବେ ତଦନ୍ତାଧୀନ ରହିଛି । ୮୧୦ଜଣ ଅପରାଧୀଙ୍କ ମଧ୍ୟରୁ ୫୨୨ଜଣଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି । ମୋଟ ୨୩୪୮ଟି ସାଇବର ଅପରାଧ ମଧ୍ୟରୁ ୧୩୬୨ଟି ଆର୍ଥିକ ଠକେଇ ମାମଲା ପଞ୍ଜିକୃତ ହୋଇଛି ।  ୪୭.୭୫କୋଟି ଟଙ୍କା ସାଇବର ଠକେଇ ରାଶି ମଧ୍ୟରୁ ମାତ୍ର ୧.୫୨କୋଟି ଟଙ୍କା ଫେରସ୍ତ ଅଣାଯାଇପାରିଛି ଓ  ୨.୨୭କୋଟି ଟଙ୍କା ରାଶିକୁ ସ୍ଥଗିତ ରଖିବାରେ ପୁଲିସ ସଫଳ ହୋଇଛି ।

ତେବେ ୨୦୨୧ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟରେ ମୋଟ ୬୩୬୮ଟି ସାଇବର ଠକେଇ ମାମଲା ପଞ୍ଜିକୃତ ହୋଇଥିବାବେଳେ ସେଥିରୁ ୩୭୧୪ଟି ଆର୍ଥିକ ଠକେଇ ମାମଲାରେ ୧୨୨.୭୬କୋଟି ଟଙ୍କା ସାଇବର ଠକ ଲୁଟି ନେଇଛନ୍ତି । ଆଉ ଏଥିରୁ ମାତ୍ର ୨.୫୬କୋଟି ଟଙ୍କା ଫେରସ୍ତ ଆଣିବା ଓ ୩.୨୫କୋଟି ଟଙ୍କା ସ୍ଥଗିତ ରଖିବାରେ ଓଡ଼ିଶା ପୁଲିସ ସକ୍ଷମ ହୋଇପାରିଛି । ୩ବର୍ଷ ମଧ୍ୟରେ ୧୨୨.୭୬କୋଟି ଟଙ୍କା ସାଇବର ଠକେଇରେ ପୁଲିସ ମାତ୍ର ପ୍ରାୟ ୫.୮୧କୋଟି ଟଙ୍କାକୁ ସୁରକ୍ଷା ଦେଇପାରିଥିବା ଶ୍ୱେତପତ୍ରରୁ ଜଣାପଡ଼ିଛି । ୨୦୨୨ରେ ରାଜ୍ୟରେ ମୋଟ ୧୯୮୩ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା । ଯଦିଓ ରାଜ୍ୟରେ ସାଇବର ଓ ଅର୍ଥନୀତିକ ଅପରାଧ ମକଦ୍ଦମାଗୁଡ଼ିକର ସଫଳ ତଦନ୍ତ ପାଇଁ ୧୪ଟି ସାଇବର ଓ ଅର୍ଥନୀତିକ ଅପରାଧ ଥାନା କାର୍ଯ୍ୟ କରୁଛି । ସାଇବର ଅପରାଧ ସହାୟତା କେନ୍ଦ୍ର ତଥା କଲ ସେଂଟର ୨୦୨୧ ମେ’ରୁ କାର୍ଯ୍ୟ କରୁଛି । ଟୋଲଫ୍ରି ନମ୍ବର ‘୧୯୩୦’କୁ କଲ୍ କରି ସହାୟତା ଯୋଗାଇ ଦିଆଯାଉଛି । ମାତ୍ର ୨୦୨୩ ମସିହା ମଧ୍ୟରେ ଏହି କଲ ସେଂଟକୁ ମୋଟ ୭୧୫୦୮ଟି କଲ୍ ଆସିଥିବାବେଳେ ସେଥିରୁ ମାତ୍ର ୩୧.୩ ପ୍ରତିଶତ କଲ୍ ସମ୍ପର୍କରେ ପୁଲିସ ପକ୍ଷରୁ ଉତ୍ତର ଦିଆଯାଇଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ ଏହି କଲ୍ ସେଂଟର ଖୋଲିବା ଦିନଠୁ ବିଗତ ୩ବଷ ମଧ୍ୟରେ ମୋଟ ୩.୨୨ଲକ୍ଷ କଲ୍ ଆସିଥିବାବେଳେ ସେଥିରୁ ୫୩.୫୦% କଲ୍ ଉତ୍ତର ଦିଆଯାଇଛି । ୧.୪୯ଲକ୍ଷ କଲ୍ ଉତ୍ତର ଦିଆଯାଇପାରିନାର୍ହି ।

Also Read

୨୦୨୩ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା । ଏହିବର୍ଷ ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖାଯାଇନାହିଁ କିମ୍ବା ଶ୍ରମ ଓ ସେବା ସଂଗଠନଗୁଡ଼ିକ ଆଇନଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବାଭଳି କୌଣସି ବିଶେଷ ଆନ୍ଦୋଳନ କରିନାହାନ୍ତି । ତେବେ ବିଭିନ୍ନ କାରଣ ପାଇଁ ୨୦୨୩ ମସିହାରେ ପୁଲିସକୁ ମାତ୍ର ୫ଥର ଗୁଳିଚାଳନା କରିବାକୁ ପଡ଼ିଛି । ୨୦୨୩ ମସିହାରେ ରାଜ୍ୟରେ ମୋଟ ୨୩୬ଥର ରାସ୍ତାରୋକ, ୩୦ଥର ରେଳରୋକ, ୧୮୦୫ଥର ଧାରଣା, ୧୧୭୯ଥର ରାଲି, ୨୦୨୩ଥର ବିକ୍ଷୋଭ, ୧୧୭ଥର ଅନଶନ, ୮୦ଥର ବନ୍ଦ ଓ ୧୭୮ଥର ଘେରାଓ ହୋଇଥିଲା । ପୁଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ କୌଣସିଠାରେ ବିଶେଷ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ।

୨୦୨୩ ମସିହାରେ ରାଜ୍ୟରେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ହୋଇନାହିଁ । ମାଓବାଦୀ ଗତିବିଧି ନିୟନ୍ତ୍ରଣାଧୀନ ରହିଥିଲା । ୩ଜଣ ସିପିଆଇ(ମାଓବାଦୀ)ଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ୫ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

୨୦୨୩ ମସିହାରେ ରୁଜୁ ହୋଇଥିବା ମୋଟ ୧.୯୯,୯୫୪ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧ଲକ୍ଷ ୯୨ହଜାର ୨୩୮ଟି ମାମଲା ସତ । ସେଥିରୁ ୨୦୨୩ ମସିହା ଶେଷସୁଦ୍ଧା ମୋଟ ୧ଲକ୍ଷ ୩୫ହଜାର ୫୯୬ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ୨୦୨୩ ମସିହାରେ ୨୮୨୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୨୭୬୨ଟି ମାମଲା ସତ ଏବଂ ବର୍ଷ ଶେଷସୁଦ୍ଧା ସେଥିରୁ ୧୮୪୭ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ୨୦୨୩ ମସିହାରେ ମୋଟ ୧୬୮୫୧ଟି ଚୋରି ମାମଲା ମଧ୍ୟରୁ ବର୍ଷ ଶେଷସୁଦ୍ଧା ମାତ୍ର ୬୧୩୬ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ୯୦୨୫ଜଣ ଅପରାଧୀଙ୍କୁ ଗିରଫ କରାଯାଇ ମାତ୍ର ୪୭କୋଟି ଟଙ୍କାର ଚୋରି ସମ୍ପତ୍ତି ଅର୍ଥାତ୍ ମାତ୍ର ୧୫% ଚୋରି ସମ୍ପତ୍ତିକୁ ପୁଲିସ ଉଦ୍ଧାର କରିଛି । ଯଦିଓ ଏହି ଅବଧି ମଧ୍ୟରେ ୩୦୭.୩୨କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଛି ।

ସେହିପରି ୨୦୨୩ ମସିହାରେ ୧୩୬୨ଟି ହତ୍ୟା ମାମଲା ରୁଜୁ ହୋଇଛି ଓ ସେଥିରୁ ୫୬୯ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ସେହିପରି ରାଜ୍ୟରେ ୨୩୧ଟି ଯୌତୁକଜନିତ ମକଦ୍ଦମା ରୁଜୁ ହୋଇଛି ଓ ୯୫ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ଯୌତୁକଜନିତ ଆତ୍ମହତ୍ୟାର ୧୦୭ଟି ମକଦ୍ଦାମା ରୁଜୁ ହୋଇ ୮୨ଟି ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ଯୌତୁକ ନିର୍ଯାତନାର ୪୮୯୬ଟି ମାମଲା ରୁଜୁ ହୋଇ ୩୪୭୯ଟି ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ୨୦୨୩ ମସିହାେରେ ରାଜ୍ୟରେ ମହିଳା ଚୋରା ଚାଲାଣର ୧୬୫ଟି ମାମଲା ରୁଜୁ ହୋଇଛି ।

୨୦୨୩ ମସିହାରେ ରାଜ୍ୟରେ ମୋଟ ୧୮୬୮ଟି ମାଦକ ଦ୍ରବ୍ୟ ନିରୋଧ ଆଇନରେ ମାମଲା ରୁଜୁ ହୋଇ ୨୪୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story