Advertisment

ଇନ୍ସପେକ୍ଟର ତିୱାରୀ କିଏ? ମଦ ଭାଟି ଟଙ୍କା ଗଦାରୁ ବାହାରିଲା ତାଙ୍କ ନାଁ

ଜବତ ଟଙ୍କା ବ୍ୟାଗ୍‌ର ଏକ ସ୍ୱତନ୍ତ୍ର ପଲିଥିନରୁ ବାହାରିଲା ୫ ଲକ୍ଷ ଟଙ୍କାର ପୁଡ଼ିଆ। ସଂପୃକ୍ତ ପଲିଥିନରେ ଲେଖା ହୋଇଛି ‘ଇନ୍ସପେକ୍ଟର ତିୱାରୀ’। ତେବେ ଏଠି ପ୍ରଶ୍ନ ଉଠୁଛି, ଇନ୍ସପେକ୍ଟର ତିୱାରୀ କିଏ?

author-image
Manoranjan Sial
Police Inspector

Police Inspector

ଇନ୍ସପେକ୍ଟର ତିୱାରୀ କିଏ? ମଦ ଭାଟି ଟଙ୍କା ଗଦାରୁ ତାଙ୍କ ନାଁ ବାହାରିଲା। ତାଙ୍କ ସହିତ ମଦ ଭାଟି ମାଲିକଙ୍କର କ’ଣ ରହିଛି ସମ୍ପର୍କ? ଏହି ନାଁକୁ ନେଇ ପଶ୍ଚିମ ଓଡ଼ିଶାରେ ଚାଲିଛି ଚର୍ଚ୍ଚା। ଅନ୍ୟପକ୍ଷରେ ଖୋଳତାଡ଼ ମଧ୍ୟ ଆରମ୍ଭ ହୋଇଛି।

Advertisment

ଓଡ଼ିଶାରେ ପୁଳାପୁଳା ଟଙ୍କା ଜବତ ଘଟଣାରେ ନୂଆ ସୁରାକ ମିଳିଛି। ଜବତ ଟଙ୍କା ବ୍ୟାଗ୍‌ର ଏକ ସ୍ୱତନ୍ତ୍ର ପଲିଥିନରୁ ବାହାରିଲା ୫ ଲକ୍ଷ ଟଙ୍କାର ପୁଡ଼ିଆ। ସଂପୃକ୍ତ ପଲିଥିନରେ ଲେଖା ହୋଇଛି ‘ଇନ୍ସପେକ୍ଟର ତିୱାରୀ’। ତେବେ ଏଠି ପ୍ରଶ୍ନ ଉଠୁଛି, ଇନ୍ସପେକ୍ଟର ତିୱାରୀ କିଏ? ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଆୟକର ବିଭାଗ ଓ ପୁଲିସ୍‌।

ସେପଟେ ପୁଣି ବାହାରିଛି ପୁଳାପୁଳା ଟଙ୍କା। ବଲାଙ୍ଗିର ସୁଦପଡ଼ା ମଦଭାଟି ଆଇରନ ଲକରରୁ ବାହାରିଲା ଟଙ୍କା। ଲକରକୁ ଗ୍ୟାସ କଟରରେ କାଟି ବାହାର କରାଗଲା ଟଙ୍କା। ବାହାରିଥିବା ଟଙ୍କାକୁ ସେହି ମଦଭାଟିରେ ଗଣାଯିବାକୁ ବ୍ୟବସ୍ଥା କରାଗଲା। ଟଙ୍କା ଗଣିବାକୁ ମେସିନ୍‌ ସହ କିଛି SBI କର୍ମଚାରୀ ପହଞ୍ଚିଲେ। ଗଣତି ପରେ କେତେ ଟଙ୍କା ବାହାରିଲା, ତାହା ସ୍ପଷ୍ଟ ହେବ। ପୂର୍ବରୁ ସେହି ଭାଟିରୁ ବାହାରିଥିଲା ୧୫୬ଟି ଟଙ୍କା ଭର୍ତ୍ତି ବ୍ୟାଗ୍। ସୁଦପଡ଼ା ମଦଭାଟିର ମ୍ୟାନେଜର ହେଉଛନ୍ତି ବଣ୍ଟି। ଗତ ଦୁଇ ଦିନ ହେଲା ଆୟକର ବିଭାଗ, ଅବକାରୀ ବିଭାଗ ଓ ପୁଲିସ୍‌ ତାଙ୍କୁ ଧରି ଟଙ୍କା ଲିଙ୍କର ଖୋଳତାଡ଼ କରୁଛି।

Advertisment

ଶୁକ୍ରବାର ସୁଦ୍ଧା ୧୭୬ ପେଟି ଟଙ୍କା ଜବତ ହୋଇଥିଲା। ସେଥିରୁ ମାତ୍ର ୭୬ ପେଟି ଟଙ୍କା ଗଣା ଯାଇଛି। ଆହୁରି ୧୦୦ ପେଟି ଟଙ୍କା ବାକି ରହିଛି। ସେଥିପାଇଁ ଅନ୍ୟ ଶାଖାରୁ କର୍ମଚାରୀ ଓ ମେସିନ୍‌ ମଗା ଯାଉଛି। ଦିନେ ଦୁଇଦିନ ଭିତରେ ଟଙ୍କା ଗଣତି ସରିବ ବୋଲି ଆଶା ପ୍ରକାଶ କରାଯାଉଛି। ଅନ୍ୟପକ୍ଷରେ ମଦ ଭାଟି ମାଲିକ ଦୀପକ ସାହୁ ଓ ସଞ୍ଜୟ ସାହୁ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ଉଦ୍ୟମ ଚଳାଇଛି।

Balangir ITRaid