Advertisment

ସତ କିଏ କହୁଛନ୍ତି? ଡିସିପି ନା ମେଜରଙ୍କ ବାନ୍ଧବୀ

ତେବେ ଏଠି ପ୍ରଶ୍ନ ଉଠୁଛି ସତ କିଏ କହୁଛନ୍ତି? ଡିସିପି ନା ପୀଡ଼ିତା! ଏ ଦ୍ୱନ୍ଦ୍ୱ ଭିତରେ ପୂର୍ବରୁ ଗଣମାଧ୍ୟମକୁ ଆସିଥିବା ପୀଡ଼ିତାଙ୍କ ରକ୍ତ ଛିଟା ଲଗା ପୋଷାକ ଫଟୋ ପରେ ଆଜି ସାମ୍ନାକୁ ଆସିଛି ତାଙ୍କ ଭଙ୍ଗା ହାତ ଏକ୍ସରେ ସହ ଓଠରେ ଆଘାତର ଫଟୋ।

Bhubaneswar

Bhubaneswar

Advertisment

କିଏ ସତ କହୁଛନ୍ତି? ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ନା ମେଜର ଗୁରୁବଂଶ ସିଂଙ୍କ ବାନ୍ଧବୀ। ପୂରା ଘଟଣାରେ ପୁଲିସ୍‌ କମିଶନର କ’ଣ ପାଇଁ ଚୁପ୍‌ ବସିଥିଲେ? ଡିଜିପିଙ୍କ ଯାଏଁ କଥା ଗଲା କାହିଁକି? ରାଜ୍ୟରୁ ଦେଶ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଥିବା ଭୁବନେଶ୍ୱର ଭରତପୁର ଥାନାର କଳଙ୍କିତ କାହାଣୀକୁ ନେଇ ଏମିତି ମାଳ ମାଳ ପ୍ରଶ୍ନ ଏବେ ଉଙ୍କି ମାରୁଛି।

Advertisment

ଗତ ୧୭ ତାରିଖରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏକ ଜାତୀୟ ନ୍ୟୁଜ ଏଜେନ୍ସିକୁ କହିଥିଲେ, ଥାନାରେ ଯେଉଁ କର୍ମଚାରୀମାନେ ଥିଲେ, ସେମାନଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ଦେଖିକି ଲାଗୁଥିଲେ ସେ ଟିକେ ନିଶାସକ୍ତ ଅବସ୍ଥାରେ ଥିଲେ। କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଅପମାନିତ, ଦୁର୍ବ୍ୟବହାର କରିବା ଆଦି ଦଫାରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଡିସିପି କହିଥିଲେ।

ହେଲେ ଗୁରୁବାର ସନ୍ଧ୍ୟା ବେଳେ ପୀଡ଼ିତା ଭରତପୁର ଥାନା ପୁଲିସ୍‌ ବିରୋଧରେ ଆସିଥିଲେ ସଙ୍ଗୀନ ଅଭିଯୋଗ। ଗଣମାଧ୍ୟମକୁ ସେ କହିଥିଲେ, ଥାନାକୁ ଅଭିଯୋଗ କରିବା ପାଇଁ ଗଲାବେଳେ ଅଭ୍ୟର୍ଥନା କକ୍ଷରେ ଜଣେ ମହିଳା କନ୍‌ଷ୍ଟେବଳ ବସିଥିଲେ। ସେ ନାଇଟ୍‌ ପିନ୍ଧି ବସି ଥିଲେ। ତାଙ୍କ ଛଡ଼ା ଆଉ କୌଣସି ପୁଲିସ୍‌ କର୍ମଚାରୀ ନଥିଲେ। ତେଣୁ ସମ୍ପୃକ୍ତ ମହିଳା କଷ୍ଟେବଳଙ୍କୁ FIR ଲଜ୍‌ କରିବା ପାଇଁ ଅନୁରୋଧ କରିଥିଲି। ହେଲେ ସେ FIR ଲଜ୍‌ କରିବା ବଦଳରେ ଗାଳି ଦେଇଥିଲେ। ପରେ ଏକ ପାଟ୍ରୋଲିଂ ଗାଡ଼ି ଥାନାରେ ପହଞ୍ଚିଥିଲା। ସେଥିରେ ଥିବା ମହିଳା ଓ ପୁରୁଷ କର୍ମଚାରୀମାନେ FIR ଲେଖିବା ପାଇଁ ମେଜର ଗୁରୁବଂଶଙ୍କୁ କହିଥିଲେ। ଗୁରୁବଂଶ FIR ଲେଖିବା ପାଇଁ ରାଜି ହୋଇଥିଲେ। କିନ୍ତୁ ସେଠାରେ କ’ଣ ହେଲା ସେମାନେ ତାଙ୍କୁ କଷ୍ଟଡିରେ ରଖିଲେ। ମୁଁ ସେଠାରେ ପ୍ରତିବାଦ କରିଥିଲି ବୋଲି ପୀଡ଼ିତା କହିଥିଲେ।

Advertisment

ପୀଡ଼ିତା ଆହୁରି କହିଥିଲେ, ଜଣେ ଆର୍ମି ଅଫିସରଙ୍କୁ କଷ୍ଟଡିରେ ରଖିପାରିବ ନାହିଁ, ଏହା ଆଇନ୍‌ ବିରୋଧୀ ବୋଲି କହିଥିଲେ। ଠିକ୍ ସେତିକି ବେଳେ ଦୁଇ ଜଣ ମହିଳା ପୁଲିସ୍‌ ଅଫିସର ମୋ’ ଚୁଟି ଧରି ମାଡ଼ ମାରିଥିଲେ। ମୁଁ ଯେତେ ପ୍ରତିବାଦ କରିଥିଲେ ସୁଦ୍ଧା ସେମାନେ ଶୁଣି ନଥିଲେ। ସେମାନଙ୍କ ଭିତରୁ ଜଣେ ମହିଳା କନ୍‌ଷ୍ଟେବଳ ମୋ’ ଗଳା ଚିପି ଦେବାକୁ ଉଦ୍ୟମ କରୁଥିଲେ। ସେଥିପାଇଁ ମୁଁ ତା’ ହାତକୁ କାମୁଡ଼ି ଦେଇଥିଲି। ତା’ପରେ ସେମାନେ ମୋ’ ଜାକେଟ୍‌ରେ ପଛ ପାର୍ଶ୍ୱରେ ହାତକୁ ବାନ୍ଧି ଦେଇଥିଲେ। ଜଣେ କଷ୍ଟେବଳଙ୍କ ସ୍କ୍ରାପ୍‌ରେ ମୋ’ ଗୋଡ଼କୁ ବାନ୍ଧି ଦେଇ ଲକ୍‌ଅପ୍‌ରେ ପକାଇ ଦେଇଥିଲେ ବୋଲି ପୀଡ଼ିତା କହିଛନ୍ତି।

ସେ ଆହୁରି କହିଥିଲେ, ଲକ୍‌ଅପ୍‌ରେ ରହିବାର କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସିଥିଲେ। ସେ ମୋ ଅନ୍ତବସ୍ତ୍ର ଖୋଲି ମୋ ପ୍ରାଇଭେଟ ପାର୍ଟକୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ। କିଛି ସମୟ ପରେ ଆଇଆଇସି ଆସି ମୋ’ ପ୍ୟାଣ୍ଟ ଖସାଇ ଦେଇଥିଲେ। ତା’ପରେ ସେ ନିଜର ଗୁପ୍ତାଙ୍ଗ ଦେଖାଇ କେତେ ଥର ନେଲା ପରେ ଚୁପ୍‌ ରହିବୁ ବୋଲି କହିଥିଲେ। ସେତେବେଳେ ମୁଁ କେବଳ ବଡ଼ ପାଟିରେ ଚିତ୍କାର କରୁଥିଲି ବୋଲି ପୀଡ଼ିତା କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ସତ କିଏ କହୁଛନ୍ତି? ଡିସିପି ନା ପୀଡ଼ିତା! ଏ ଦ୍ୱନ୍ଦ୍ୱ ଭିତରେ ପୂର୍ବରୁ ଗଣମାଧ୍ୟମକୁ ଆସିଥିବା ପୀଡ଼ିତାଙ୍କ ରକ୍ତ ଛିଟା ଲଗା ପୋଷାକ ଫଟୋ ପରେ ଆଜି ସାମ୍ନାକୁ ଆସିଛି ତାଙ୍କ ଭଙ୍ଗା ହାତ ଏକ୍ସରେ ସହ ଓଠରେ ଆଘାତର ଫଟୋ। ଯାହାକୁ ନେଇ ପୁଣି ପ୍ରଶ୍ନ- ତାହାଲେ କଣ କମିଶନରେଟ୍ ପୁଲିସ୍ ମାମଲାକୁ ବିଭ୍ରାନ୍ତି କରିବାକୁ ଚେଷ୍ଟା କରୁଛି? କ’ଣ ଲୁଚାଇବାକୁ ଚାହୁଁଛି ? ଏ ସବୁର ଉତ୍ତର ଖୋଜା ଭିତରେ ଆଜି ସାମ୍ନାକୁ ଆସିଛି ଭରତପୁର ପୁଲିସର ଆଉ ଏକ ମିଛ ଅଭିଯୋଗ।

ଗତ ୧୫ ତାରିଖରେ ଡିସିପି ଜାରି କରିଥିବା ପ୍ରେସ ରିଲିଜ୍‌ରେ ଦର୍ଶାଯାଇଛି, ଜଣେ ଯୁବତୀ ନିଜ ପୁରୁଷ ସହଯୋଗୀଙ୍କ ସହ ଭରତପୁର ଥାନାକୁ ଆସି ଥାନାରେ ଉପସ୍ଥିତ ମହିଳା ଅଫିସରଙ୍କ ସହ ଦୁର୍ବ୍ୟବହାର କରି ଖରାପ ଭାଷାରେ ଗଳି ଗୁଲଜ କରିଥିଲେ। ଏଥିସହ ଆକ୍ରମଣ କରିଥିଲେ। ଜଣେ ମହିଳା ଅଫିସର ତାଙ୍କୁ ବାରଣ କରିବାରୁ ସେ ଉତକ୍ଷିପ୍ତ ହୋଇ ଥାନାର କମ୍ପ୍ୟୁଟର ଆଦିକୁ ଭଙ୍ଗାରୁଜା କରିଥିଲେ। ଭରତପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କିନ୍ତୁ ମେଜର ଓ ତାଙ୍କ ବାନ୍ଧବୀ କି ଅଭିଯୋଗ ନେଇ ଥାନାକୁ ଆସିଥିଲେ, ସେ ସମ୍ପର୍କରେ ପ୍ରେସ୍‌ ରିଲିଜରେ କିଛି ଲେଖାଯାଇ ନାହିଁ। ତେବେ ଆଜି ସାମ୍ନାକୁ ଆସିଥିବା ଭିଡିଓରେ ଶୃଙ୍ଖଳିତ ଭାବେ ଥାନାରେ ମେଜର ଓ ତାଙ୍କ ବାନ୍ଧବୀ ଲିଖିତି ଅଭିଯୋଗ କରୁଥିବା ବେଳେ ସେ ଭିଡିଓ କରୁନ୍ତି କେହି ଜଣେ ପୁଲିସ କର୍ମଚାରୀ।

ତେଣୁ ସଭିଙ୍କ ମୁହଁରେ ସେଇ ଗୋଟିଏ କଥା, ଭରତପୁର ଥାନା ଭିତରେ କ’ଣ ଘଟିଥିଲା ୧୫ ତାରିଖ ବିଳମ୍ବିତ ରାତିରେ? ତାହା ଚୁଟକିରେ ସ୍ପଷ୍ଟ ହୋଇ ଯାଇଥାନ୍ତା ଯଦି ଥାନାରେ ସିସିଟିଭି ଲାଗିଥାନ୍ତା। ଯେହେତୁ ଗତ ମାର୍ଚ୍ଚ ୧୧ ତାରିଖରେ ଏ ଆଦର୍ଶ ଥାନା ଉଦଘାଟନ ଦିନ ନିଜେ ପୁଲିସ୍ କମିଶନର ଏଠି ସିସିଟିଭି ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଥିବା ଜୋର ଦେଇ କହିଥିଲେ, କିନ୍ତୁ କ୍ରାଇମବ୍ରାଞ୍ଚ ଅଧିକାରୀ ଘଟଣାବେଳର ଫୁଟେଜ ଖୋଜିଲା ବେଳକୁ ମିଳିଲାନି। ତେଣୁ ବଡ଼ ପ୍ରଶ୍ନ ସତରେ କଣ ଥାନାରେ ସିସିଟିଭି ନଥିଲା ? ନା ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ନିଲମ୍ବିତ ଥାନା ଅଧିକାରୀ ତାକୁ ଗାଏବ କରି ଦେଇଛନ୍ତି?

ଭରତପୁର ଥାନାର କଳା କାହାଣୀକୁ ନେଇ ଯେତିକି ଚର୍ଚ୍ଚା, ତାଠୁ ଅଧିକ ଚର୍ଚ୍ଚାରେ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର। ଗତବର୍ଷ ସେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଥିବାବେଳେ ବାଲିଯାତ୍ରା ସାଇକେଲ ଷ୍ଟାଣ୍ଡଧାରୀଙ୍କଠୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ଛନ୍ଦି ହୋଇଥିଲେ। ହେଲେ ପୂର୍ବ ସରକାର ତାଙ୍କୁ କେବଳ ବଦଳି କରି, କାହା ସୁପାରିସ୍‌ରେ ଭରତପୁର ଥାନାଧିକାରୀ ଭାବେ ନିଯୁକ୍ତି ଦେଲେ, ତାକୁ ନେଇ ଚାଲିଛି ଆଲୋଚନା।

Bhubaneswar Bhubaneswar News Commissionerate Police Bhubaneswar Dcp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe