Advertisment

କୋକେନ କାହାର? ପାରାଦୀପ ଆସିଲେ ଦୁଇ ଇଣ୍ଟରପ୍ରିଟର

ଦୁଇ ଜଣ ଇଣ୍ଟରପ୍ରିଟର ମଗାଇଥିଲା କଷ୍ଟମ ଭାଗ। ଭିଏତନାମା ଭାଷା ଜାଣିଥିବା ଦୁଇ ଅନୁବାଦକ ଆଜି ପାରାଦୀପରେ ପହଞ୍ଚିଥିଲେ। ସେମାନଙ୍କୁ ଧରି କଷ୍ଟମ୍ସ ବିଭାଗ ଅଧିକାରୀମାନେ ଜାହାଜ MV DEBIରେ ପହଞ୍ଚିଛନ୍ତି। ଆଉ ସେମାନଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।

author-image
Manoranjan Sial
Paradeep

Paradeep

ପାରାଦୀପ ବନ୍ଦରରୁ ମିଳିଥିବା ୨୦୦ କୋଟି ଟଙ୍କାର କୋକେନ୍‌ କାହାର? ପାରାଦୀପକୁ ଆସିଲା ନା ଏଠାରୁ ବିଦେଶ ଯାଉଥିଲା? ତାହାର ଖିଆ ପାଉନି କଷ୍ଟମ୍ସ ବିଭାଗ। ଅନ୍ୟପକ୍ଷରେ କୋକେନ୍‌ ଜବତ ହୋଇଥିବା ଜାହାଜ MV DEBIର କ୍ର୍ୟୁ ମେମ୍ୱରଙ୍କ ଭାଷା ମଧ୍ୟ ବୁଝି ପାରୁନଥିଲେ। କାରଣ ଜାହାଜ କ୍ର୍ୟୁ ସଦସ୍ୟମାନେ ଇଂରାଜି କହିପାରୁନଥିଲେ କି ବୁଝିପାରୁନଥିଲେ। ସେମାନେ କେବଳ ଭିଏତନାମା ଭାଷାରେ କଥା ହେଉଛନ୍ତି। ସେଥିପାଇଁ କଷ୍ଟମ ବିଭାଗ ଅଡୁଆରେ ପଡ଼ିଛି।

Advertisment

ତେଣୁ ଦୁଇ ଜଣ ଇଣ୍ଟରପ୍ରିଟର ମଗାଇଥିଲା କଷ୍ଟମ ଭାଗ। ଭିଏତନାମା ଭାଷା ଜାଣିଥିବା ଦୁଇ ଅନୁବାଦକ ଆଜି ପାରାଦୀପରେ ପହଞ୍ଚିଥିଲେ। ସେମାନଙ୍କୁ ଧରି କଷ୍ଟମ୍ସ ବିଭାଗ ଅଧିକାରୀମାନେ ଜାହାଜ MV DEBIରେ ପହଞ୍ଚିଛନ୍ତି। ଆଉ ସେମାନଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।

କିଛିଦିନ ତଳେ ପାରାଦୀପ ବନ୍ଦର PICT ବର୍ଥରେ ଲାଗିଛି MV DEBI ଜାହାଜ। ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟକୁ ଆସିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ଡେନମାର୍କ ଅଭିମୁଖେ ଯାଇଥାନ୍ତା। ହେଲେ ତା’ପୂର୍ବରୁ ଜାହାଜ ଭିତରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଦେଖିବାକୁ ପାଇଥିଲେ। ଏହା ପରେ ତତ୍ପର ହୋଇଥିଲା CISF, ପାରାଦୀପ ପୁଲିସ୍‌, ଡଡ୍‌ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ। ଯାଞ୍ଚ ପରେ କୋକେନ୍‌ ବୋଲି ଜାଣିବାକୁ ପାଇଥିଲେ। ୨୨୦ କୋଟି ଟଙ୍କାର କୋକେନ୍‌ ଜବତ କରିଥିଲା କଷ୍ଟମ୍ସ ବିଭାଗ।

Advertisment
Jagatsinghpur Paradeep Port