ଚର୍ଚ୍ଚାରେ ରାଜଧାନୀର ‘ଲେଡି ଡନ୍‌’

ପୁଲିସ୍‌ ହତ୍ୟା ଘଟଣାରେ ଜିକ୍ରା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ଅଭିଯୁକ୍ତଙ୍କ ସହ ମିଶି ପୂରା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ଓ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

Ziqra

ଲେଡି ଡନ୍‌ ଜିକ୍ରା

Hemant Lenka
  • Published: Saturday, 19 April 2025
  • Updated: 19 April 2025, 09:00 AM IST

Sports

Latest News

ଦେଶର ରାଜଧାନୀ ଦିଲ୍ଲୀର ସୀଲାମପୁରରେ ୧୭ ବର୍ଷୀୟ କୁନାଲଙ୍କୁ ଭୟଙ୍କର ଢଙ୍ଗରେ ଛୁରୀ ଭୁଷି ହତ୍ୟା କରାଯାଇଛି। ଗୁରୁବାର ସନ୍ଧ୍ୟାରେ କୁନାଲ କ୍ଷୀର ପାଇଁ ଦୋକାନାରୁ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯିବା ସହ ହତ୍ୟା କରାଯାଇଥିଲା। ପୂର୍ବ ଶତ୍ରୁତାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିକ୍ଷୋଭ ଓ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ହତ୍ୟାରେ ସାମିଲ ଥିବା ଦୁଇ ଜଣଙ୍କୁ ଚିହ୍ନଟ କରିଛି। ହେଲେ ସେମାନେ ଫେରାର ରହିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ୧୦ଟି ଟିମ ଗଠନ କରାଯାଇଛି।

ପୁଲିସ୍‌ ଏହି ଘଟଣାରେ ଜିକ୍ରା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ଅଭିଯୁକ୍ତଙ୍କ ସହ ମିଶି ପୂରା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ଓ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ସ୍ଥାନୀୟ ଅଞ୍ଚଳରେ ଜିକ୍ରା ଲେଡି ଡନ୍‌ ଭାବେ ବେଶ ପରିଚିତ। ସେ ସବୁବେଳେ ହାତରେ ବନ୍ଧୁକ ଓ ସାଙ୍ଗରେ ୧୦ରୁ ୧୫ ଜଣ ଯୁବକଙ୍କୁ ନେଇ ବୁଲାବୁଲି କରନ୍ତି। ସୀଲାମପୁର ଓ ଆଖପାଖ ଅଞ୍ଚଳରେ ଜିକ୍ରାଙ୍କ ବେଶ ଦବଦବା ରହିଛି। ସେହିପରି ଜିକ୍ରା ସୋଶାଲ ମିଡିଆରେ ମଧ୍ୟ ବେଶ ସକ୍ରିୟ। ନିକଟରେ ଜିକ୍ରା ଜେଲରୁ ବାହାରିଥିଲେ। 

ଲେଡି ଡନ୍‌ ଜିକ୍ରା କିଏ?

ଜିକ୍ରା ପାଇଁ ବିବାଦ କିଛି ନୂଆ କଥା ନୁହେଁ। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ହାଶିମ ବାବାର ପତ୍ନୀ ଜୋୟାଙ୍କ ବାଉନ୍ସର ଭାବେ ଜିକ୍ରା ଏକଦା କାମ କରୁଥିଲେ। ଜିକ୍ରାଙ୍କ ଲିଙ୍କ ସୀଲାମପୁର ଓ ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ଶୋଏବ ମସ୍ତାନ ଗ୍ୟାଙ୍ଗ ସହ ରହିଛି। ଇନଷ୍ଟାଗ୍ରାମରେ ବନ୍ଧୁକ ଓ ଅନ୍ୟାନ୍ୟ ମାରାଣାସ୍ତ୍ର ଦେଖାଇ ଭିଡିଓ ପୋଷ୍ଟ କରିଥିବାରୁ ଜିକ୍ରାଙ୍କୁ ପୁଲିସ୍‌ ଗିରଫ କରିଥିଲା। ଇନଷ୍ଟାରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୧୫ ହଜାରରୁ ଅଧିକ। ସୋଶାଲ ମିଡିଆରେ ଜିକ୍ରା ପୋଷ୍ଟ କରୁଥିବା ଅଧିକାଂଶ ଭିଡିଓରେ ମାରଣାସ୍ତ୍ର ଧରିଥିବା ଦେଖିବାକୁ ମିଳିଥାଏ। ସେ ନିଜକୁ ଜଣେ ଗ୍ୟାଙ୍ଗଷ୍ଟର ଭାବେ ପରିଚିତ କରାଇବାକୁ ଚେଷ୍ଟା କରନ୍ତି। ପ୍ରଥମେ ବାଉନ୍ସର ଭାବେ କାମ କରୁଥିବା ଜିକ୍ରା ଏବେ ନିଜସ୍ୱ ଗ୍ୟାଙ୍ଗ ମଧ୍ୟ ଚଳାଉଛନ୍ତି। 

Also Read

ପୁଲିସ୍‌ର କହିବା କଥା ଯେ ସୀଲାମପୁର ହତ୍ୟାକାଣ୍ଡରେ ଜିକ୍ରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଦୁଇ କିଶୋର ଅଭିଯୁକ୍ତଙ୍କୁ ହତ୍ୟା କରିବା ପାଇଁ ଉସକାଇଥିଲେ। ଦୁଇ ଅଭିଯୁକ୍ତ ମଧ୍ୟ ଶୋଏବ ମସ୍ତାନ ଗ୍ୟାଙ୍ଗର ସଦସ୍ୟ ବୋଲି ସନ୍ଦେହ କରାଯାଉଛି। ଗତବର୍ଷ ନଭେମ୍ବର ମାସରେ ଏହି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଦେହରେ ପ୍ରତିପକ୍ଷ ଗୋଷ୍ଠୀ ଛୁରୀ ଭୁଷି ଦେଇଥିଲେ। ଏହା ପଛରେ କୁନାଲ ରହିଥିବା ଜଣାପଡ଼ିଥିଲା। ତେଣୁ ଏବେ ଏହାର ପ୍ରତିଶୋଧ ନେବା ପାଇଁ କୁନାଲଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି।

ଗୁରୁବାର ସନ୍ଧ୍ୟାରେ କୁନାଲ ଘର ପାଇଁ କିଛି ସିଙ୍ଘଡ଼ା ଓ କ୍ଷୀର ଆଣିବାକୁ ବାହାରକୁ ଯାଇଥିଲା। ତାଙ୍କ ଜେଜେ ମା’ ନିକଟରେ ହସ୍ପିଟାଲରେ ୧୦ ଦିନ କାଳ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଜେଜେ ମା’ଙ୍କ ଦେଖାଶୁଣା କରିବାକୁ କୁନାଲ ମଧ୍ୟ ଜିଟିବି ହସ୍ପିଟାଲରେ ରହିଥିଲେ। ଘଟଣାର ଠିକ ପୂର୍ବରୁ ମଧ୍ୟ ସେ ହସ୍ପିଟାଲରୁ ଫେରିଥିଲେ। ହସ୍ପିଟାଲରୁ ଫେରି ସେ ସିଙ୍ଘଡ଼ା ଓ କ୍ଷୀର ପାଇଁ ମାର୍କେଟକୁ ଯାଇଥିଲେ। କିନ୍ତୁ ଘର ନିକଟ ଗଳିରେ ଦୁଇ ଅଭିଯୁକ୍ତ ତାଙ୍କୁ ଘେରି ଯିବା ସହ ଏକାଧିକ ଥର ଛୁରୀ ଭୁଷି ଥିଲେ। 

ଅପରାଧ ଘଟିଥିବା ସ୍ଥାନ ପାଖରେ ରହୁଥିବା ୬୦ ବର୍ଷୀୟ ଶୀଶ ପାଲ କହିଛନ୍ତି, “ମୋ ଘର ବାହାରେ କିଛି ପିଲା ପରସ୍ପର ସହ ପାଟିତୁଣ୍ଡ କରୁଥିବା ଶୁଣିବାକୁ ପାଇଥିଲି। ଏଠାରେ ଝଗଡ଼ା ସାଧାରଣ କଥା। କିଛି ସମୟ ପରେ ମୁଁ ଦେଖିବାକୁ ପାଇଲି ଯେ ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ପିଲା ବହୁତ କଷ୍ଟରେ ନିକଟସ୍ଥ କ୍ଲିନିକୁ ଯିବାକୁ ଚେଷ୍ଟା କରୁଛି। ମୁଁ ଭୟରେ ଏଥିରେ କୌଣସି ପ୍ରକାରର ହସ୍ତକ୍ଷେପ କରି ନଥିଲି।”

ଭୟଙ୍କର ଆକ୍ରମଣରେ ଗୁରୁତର ହେବା ସତ୍ତ୍ୱେ କୁନାଲ ସ୍ଥାନୀୟ କ୍ଲିନକୁ ଯିବାକୁ ବହୁତ ଚେଷ୍ଟା କରିଥିଲେ। ସ୍ଥାନୀୟ ଅଞ୍ଚଳର ୩୫ ବର୍ଷୀୟ ମୋହଶିନ କହିଛନ୍ତି, “ମୁଁ ପ୍ରାର୍ଥନା ପାଇଁ ଯାଉଥିବା ବେଳେ କିଛି ପିଲା ଭୟରେ ଦୌଡ଼ୁ ଥିବା ଦେଖିଥିଲି। ସେମାନଙ୍କୁ କାରଣ ପଚାରିବାରୁ କିଛି ପିଲା କହିଥିଲେ ଯେ ଛୁରୀ ମାଡ଼ ହୋଇଛି। ମୁଁ ଆଗକୁ ଯିବା ବେଳେ ଦେଖିଲି ଯେ କୁନାଲ ପୂରା ରକ୍ତାକ୍ତ ଅବସ୍ଥାରେ ରହିଛନ୍ତି। ତଥାପି ସେ ସ୍ଥାନୀୟ କ୍ଲିନିକୁ ଯିବାକୁ ଚେଷ୍ଟା କରୁଛନ୍ତି। ରକ୍ତ ଝରୁଥିବା ବେଳେ ସେ ସାହାସ ଦେଖାଇ ଆଗକୁ ବଢ଼ିଥିଲେ। ମୁଁ ତାଙ୍କ ପାଖରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।”

କୁନାଲଙ୍କ ପରିବାର ଲୋକ କହିଛନ୍ତି ଯେ ଜିକ୍ରା ଓ ତା’ର ସହଯୋଗୀଙ୍କ ଭୟ ସେମାନଙ୍କୁ ସବୁବେଳେ ଘାରୁଛି। ସେମାନେ ଦୀର୍ଘ ଦିନ ହେଲା ଆମକୁ ଧମକ ଦେଇ ଚାଲିଛନ୍ତି। ସେମାନେ ଗ୍ୟାଙ୍ଗ ହୋଇ ବୁଲନ୍ତି ଓ ବିଭିନ୍ନ ମାରଣାସ୍ତ୍ର ସହ ଫଟୋ ପୋଷ୍ଟ କରନ୍ତି। ସେମାନଙ୍କୁ ଛୋଟ ପିଲା ବି ଡରନ୍ତି। ସେମାନେ କୁନାଲଙ୍କୁ ମାରିଛନ୍ତି। ଆମେ ନ୍ୟାୟ ଚାହୁଁଛୁ ବୋଲି ପରିବାର ଲୋକ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story