Advertisment

ସ୍ୱାମୀର ମୃତଦେହ ନେବ କିଏ ? ଚାଲିଛି ପ୍ରଥମ ଓ ଦ୍ୱିତୀୟ ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା

ଅଭୟ ଦୁଇଟି ବିବାହ କରିଥିଲେ। ୭ବର୍ଷ ହେବ ସେ ପ୍ରଥମେ ସ୍ତ୍ରୀଠାରୁ ଅଲଗା ରହୁଥିଲେ।

ଅଦ୍ୟତନ ହୋଇଛି
Tension  situation

Tension situation

Advertisment

ସ୍ୱାମୀଙ୍କ ମୃତଦେହକୁ ପ୍ରଥମ ସ୍ତ୍ରୀ ନେବ ନା ଦ୍ୱିତୀୟ ସ୍ତ୍ରୀ ? ଏହାକୁ ନେଇ କଟକ ବଡ଼ ମେଡିକାଲରେ ମୃତଦେହ ନେବାକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଚାଲିଛି ଟଣାଓଟରା। ଖବର ପାଇ ପୁଲିସ ପହଞ୍ଚିଛି। ହେଲେ ସମାଧାନର ବାଟ ବାହାରି ପାରିନାହିଁ।

Advertisment

ଗତ ଶନିବାର ଦିନ ଫୁଲନଖରା ଟ୍ରାଫିକ ଥାନାର କନେଷ୍ଟବଳ ଅଭୟ ବେହେରା ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭୟଙ୍କ ଦ୍ୱିତୀୟ ସ୍ତ୍ରୀ ତାଙ୍କ ପାଖରେ ରହି ସେବା କରୁଥିଲେ। ହେଲେ ଗତକାଲି ରାତିରେ ଚିକିତ୍ସାଧୀନଅବସ୍ଥାରେ ଅଭୟଙ୍କର ମୃତ୍ୟୁ ଘଟିଥିଲା।

ଅଭୟଙ୍କ ମୃତ୍ୟୁ ଶୁଣି ମେଡିକାଲରେ ପହଞ୍ଚିଥିଲେ ପ୍ରଥମ ସ୍ତ୍ରୀ। ନିଜ ସ୍ୱାମୀର ମୃତଦେହ ନେବାକୁ ଅଡ଼ି ବସିଥିଲେ। ଅନ୍ୟ ପକ୍ଷରେ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ଅଭୟଙ୍କ ମୃତଦେହକୁ ନେବାକୁ ଅଡ଼ି ବସିଥିଲେ। ଦୁଇ ସ୍ତ୍ରୀଙ୍କ ଝଗଡ଼ା ବିଷୟରେ ଖବର ପାଇ ଡାକ୍ତରଖାନାରେ ପୁଲିସ ପହଞ୍ଚିଛି ଓ ଦୁଇ ପକ୍ଷଙ୍କ ସହ ଆଲୋଚନା କରିଛି। ହେଲେ ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରିନାହିଁ।

Advertisment

ସୂଚନାଯୋଗ୍ୟ, ଅଭୟ ଦୁଇଟି ବିବାହ କରିଥିଲେ। ୭ବର୍ଷ ହେବ ସେ ପ୍ରଥମେ ସ୍ତ୍ରୀଠାରୁ ଅଲଗା ରହୁଥିଲେ। ପ୍ରଥମ ସ୍ତ୍ରୀଙ୍କ ସହ ଅଭୟଙ୍କ ଛାଡ଼ପତ୍ର ହୋଇନଥିଲା। ଏହି ମାମଲା କୋର୍ଟରେ ବିଚାରାଧୀନ ଥିଲା। ହେଲେ ଅଭୟ ଏହାରି ଭିତରେ ଦ୍ୱିତୀୟ ବିବାହ କରି ସାରିଥିଲେ। ଏବେ ତାଙ୍କର ମୃତ୍ୟୁ ପରେ ମୃତଦେହ ନେବା ପାଇଁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଚାଲିଛି। ଅଭୟଙ୍କ ପ୍ରଥମ ସ୍ତ୍ରୀ ଜଣେ ପୁଲିସ କର୍ମଚାରୀ। ତାଙ୍କର ୭ବର୍ଷର ପୁଅ ରହିଛି।

 ମୃତ ଅଭୟଙ୍କ ମା’ କହିଛନ୍ତି, ମୋ ପୁଅକୁ ତାର ପ୍ରଥମ ସ୍ତ୍ରୀ ୭ବର୍ଷ ହେଲା ଛାଡ଼ି ଚାଲିଯାଇଥିଲା। ମୋ ସ୍ୱାମୀ ମରିଯିବାପରେ ମୁଁ ଏକୁଟିଆ ଘରେ ରହୁଥିଲି। ମୁଁ ଘର କାମ ନ କରିବାରୁ  ମୋ ପୁଅ ଆଉ ଗୋଟେ ବିବାହ କରିଥିଲା। 

ଅଭୟଙ୍କ ପ୍ରଥମ ସ୍ତ୍ରୀ କହିଛନ୍ତି, ମୁଁ ମୋ ସ୍ୱାମୀଙ୍କୁ ଛାଡ଼ି ନଥିଲି। ସେ ମୋତେ ଛାଡ଼ି ଦେଇଥିଲେ। ଆମର ଛାଡ଼ପତ୍ର ହୋଇନାହିଁ। କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏଥିପାଇଁ ମୁଁ ତାଙ୍କ ସ୍ତ୍ରୀ। ମୁଁ ତାଙ୍କ ମୃତଦେହକୁ ପୁରୀ ନେଇ ଶବ ଦାହ କରିବି। 

Cuttack Scb Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe