Advertisment

କାହିଁକି ଜୀବନ ହାରିଲେ ଫରେଷ୍ଟର? ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ପରିବାର ଲୋକଙ୍କ ଅଭିଯୋଗ ପରେ ଫରେଷ୍ଟରଙ୍କ ସୁଇସାଇଡ୍‌ ସସପେନ୍ସ ଭିନ୍ନ ମୋଡ଼ ନେଇଛି। ଭବାନୀପାଟଣା ଥାନାରେ ଡିଏଫଓଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି।

Forester

Forester

Advertisment

ପିସି ମାଗୁଥିଲେ ଡିଏଫଓ! ମାନସିକ ନିର୍ଯାତନା ଦେଉଥିଲେ! ପ୍ରମୋଶନ ଅଟକାଇବାକୁ ଦେଉଥିଲେ ଧମକ। ଭବାନୀପାଟଣା ଫରେଷ୍ଟର ସଞ୍ଜୟ ନାୟକଙ୍କ ସୁଇସାଇଡ୍‌ ପରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କ ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ପ୍ରିୟଙ୍କା ସୁବୁଦ୍ଧି। ସୁଇସାଇଡ୍ ନୋଟରେ ସ୍ୱାମୀ ସବୁ କଥା ଲେଖିଥିବା ସେ କହିଛନ୍ତି।

Advertisment

ପ୍ରିୟଙ୍କା କହିଛନ୍ତି, ସଞ୍ଜୟଙ୍କୁ ଡିଏଫ୍‌ଓ ଭୁବନେଶ୍ୱର ଡାକି ହାତାହାତି ପିସି ନେଉଥିଲେ। ନିର୍ଯାତନା ସବୁ ସୀମା ଟପିବାରୁ ସ୍ୱାମୀ ଆତ୍ମହତ୍ୟା ବାଟ ବାଛି ନେଲେ ବୋଲି ଅଭିଯୋଗ କରିଛନ୍ତି ପତ୍ନୀ। ଉଚ୍ଚସ୍ତରୀୟ ତଦନ୍ତ ଓ ଡିଏଫଓଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ପରେ ଫରେଷ୍ଟରଙ୍କ ସୁଇସାଇଡ୍‌ ସସପେନ୍ସ ଭିନ୍ନ ମୋଡ଼ ନେଇଛି। ଭବାନୀପାଟଣା ଥାନାରେ ଡିଏଫଓଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ସୁଇସାଇଡ୍‌ ନୋଟରେ ସଞ୍ଜୟ କ’ଣ ଲେଖିଥିଲେ ପରିବାର ଲୋକଙ୍କ ଉପସ୍ଥିତିରେ ଏସପିଙ୍କ ଆଗରେ ପଢ଼ିଥିଲେ ଟାଉନ ଥାନା ଆଇଆଇସି। ସଞ୍ଜୟଙ୍କ ବଡ଼ଭାଇ ରବି ନାରାୟଣ ନାୟକ କହିଛନ୍ତି, ସଞ୍ଜୟ ଲେଖିଥିଲେ- ଡିଏଫଓ ବାରମ୍ବାର ପିସି ମାଗୁଥିଲେ। ଗତବର୍ଷ ୭ ଲକ୍ଷ ଓ ଗଣେଶ ପୂଜା ବେଳେ ସାଢ଼େ ୩ ଲକ୍ଷ ଦେଇଥିଲେ। ଡିଏଫଓଙ୍କ ଘରେ ଏସି ଲଗାଇବା ସହ ଟ୍ୟୁବୱେଲ ଖୋଳାଇଛନ୍ତି। ଗୋଟିଏ ମନ୍ଦିର ପାଇଁ ଦେଇଥିଲେ ୪୦ ହଜାର ଡୋନେସନ। ପ୍ରମୋସନ ରୋକିବା ଓ ଟ୍ରାନ୍ସଫର ଧମକ ଦେଇ ଡିଏଫଓ ପିସି ମାଗୁଥିବା ସୁଇସାଇଡ୍‌ ନୋଟରେ ସଞ୍ଜୟ ଉଲ୍ଲେଖ କରିଥିବା ଭାଇ କହିଛନ୍ତି।

Advertisment

ତେବେ ସଞ୍ଜୟଙ୍କ ପତ୍ନୀ ଓ ଭାଇଙ୍କ ଅଭିଯୋଗ ଉପରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। କାରଣ ସେ ବୁଧବାରଠାରୁ ଭୁବନେଶ୍ୱର ଗସ୍ତରେ ଥିବା ବେଳେ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରହିଛି। ତେବେ ପ୍ରଶ୍ନ ଏଠି ଉଠୁଛି, ପିସି ପାଇଁ ଜୀବନ ହାରିଲେ କି ସଞ୍ଜୟ? ଚାକିରି ଚାପ ନା ଆଉ କିଛି କାରଣ ରହିଛି।

ରିପୋର୍ଟ- ରାୟଗଡ଼ାରୁ ମାଉଡ଼ି ବାରିକ ଓ କଳାହାଣ୍ଡିରୁ ରାଜକୁମାର ସିଂହଦେଓ

Forest Kalahandi Raygada Odisha Forest Dept
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe