Advertisment

କ’ଣ ପାଇଁ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ଯାଇଥିଲେ ହଂସିକା ଓ ଅନୀଲ?

ଅପରପକ୍ଷେ ଏହି ଠକ ଯୋଡ଼ିଙ୍କ କେଳେଙ୍କାରୀ ରାଜ୍ୟ ବାହାରକୁ ବି ଲମ୍ବିଛି। ଝାଡଖଣ୍ଡର ଇଏସଏଲ ବୋକାରୋ କଂପାନୀ ସହ ଏକ ୩୦୦ କୋଟି ଟଙ୍କାର ଡିଲ୍‌ ମଧ୍ୟ ସାମ୍ନାକୁ ଆସିଛି। ଆୟକର ବିଭାଗ ଏସବୁ ତଥ୍ୟ ପାଇବା ପରେ ଖୋଳତାଡ ଚଳାଇଛି।

Crime

Crime

Advertisment

ବହୁଚର୍ଚ୍ଚିତ ବଣ୍ଟି-ବବଲି ଯୋଡି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ବାବଦରେ ନିଇତି ଆସୁଛି ନୂଆ ନୂଆ ତଥ୍ୟ। ଓଡ଼ିଶା ରିପୋର୍ଟକୁ ମିଳିଥିବା ଏକ ଏତଲା କପିକୁ ନେଇ ବଢ଼ିଛି ଚର୍ଚ୍ଚା। ଯେଉଁଥିରେ ଦର୍ଶାଯାଇଛି, ପଟିଆ ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନକୁ ଉଭୟେ ଯାଇଥିଲେ। ତା’ସହ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କ ଝିଅ-ଜ୍ୱାଇଁ କହି ପରିଚୟ ଦେଇଥିଲେ।

Advertisment

ତେବେ ସନ୍ଦେହ ହେବାରୁ ତୁରନ୍ତ ଉଭୟଙ୍କ ବିରୋଧରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଡିସିପିଙ୍କୁ ଚିଠି ଲେଖିଥିଲେ ସଂପୃକ୍ତ ଶିକ୍ଷାନୁଷ୍ଠାନର ଡେପୁଟୀ ଡାଇରେକ୍ଟର ଦେବେନ୍ଦ୍ର ସାମଲ। ଏଠି ପ୍ରଶ୍ନ ଉଠୁଛି, କ’ଣ ପାଇଁ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ଯାଇଥିଲେ ଏହି ଠକ ଯୋଡ଼ି ? ଆଗର ବି ରହିଥିଲେ କି ଲିଙ୍କରେ ? କେଉଁ ଡିଲ୍ ବିଷୟରେ କଥା ହେବାକୁ ଯାଇଥିଲେ ଏହି ଶିକ୍ଷାନୁଷ୍ଠାନକୁ ? ସେକଥା କିନ୍ତୁ ଏତଲାରେ ଦର୍ଶାଇ ନାହାଁନ୍ତି ସଂପୃକ୍ତ ଡେପୁଟୀ ଡାଇରେକ୍ଟର। ଏନେଇ ସଂପୃକ୍ତ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନି।

ଅପରପକ୍ଷେ ଏହି ଠକ ଯୋଡ଼ିଙ୍କ କେଳେଙ୍କାରୀ ରାଜ୍ୟ ବାହାରକୁ ବି ଲମ୍ବିଛି। ଝାଡଖଣ୍ଡର ଇଏସଏଲ ବୋକାରୋ କଂପାନୀ ସହ ଏକ ୩୦୦ କୋଟି ଟଙ୍କାର ଡିଲ୍‌ ମଧ୍ୟ ସାମ୍ନାକୁ ଆସିଛି। ଆୟକର ବିଭାଗ ଏସବୁ ତଥ୍ୟ ପାଇବା ପରେ ଖୋଳତାଡ ଚଳାଇଛି। ତେବେ ସଂପୃକ୍ତ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେପଟେ ପୁଲିସ କେସ୍ ଡାଏରୀ ଦାଖଲ କରିନଥିବାରୁ ହଂସିକା ଓ ଅନିଲଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତା ୧୬କୁ ଘୁଞ୍ଚିଛି।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe