ସେନା ଅଫିସରଙ୍କୁ ନିର୍ଯାତନା: ତଦନ୍ତ କ୍ରାଇମବ୍ରାଂଚ କରୁଛି, କମିଶନରେଟ ପୁଲିସର ଏ ପ୍ରହସନ କାହିଁକି, ଚାପ ପକାଇବାକୁ ପ୍ରୟାସ କି?

ଆରମ୍ଭରୁ ଭରତପୁର ଥାନା ଅଫିସର ଓ କର୍ମଚାରୀଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଆସୁଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ପୁଲିସ କମିଶନର ସଞ୍ଜିବ ପଣ୍ଡାଙ୍କ ଭୂମିକା ସନ୍ଦେହଘେରରେ ଥିବାବେଳେ ରାଜ୍ୟ ସରକାର କାହିଁକି ନିରପେକ୍ଷ ତଦନ୍ତ ନିମନ୍ତେ ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଲାଣି।

Police PhotoOR

କମିଶନରେଟ ପୁଲିସର ବରିଷ୍ଠ ଏସିପି, ଇନ୍ସପେକ୍ଟର, ସବଇନ୍ସପେକ୍ଟରଙ୍କଠୁ ଆରମ୍ଭ କରି ଶତାଧିକ ପୁଲିସ ଅଫିସର ଆଜି ଭୁବନେଶ୍ୱରର ରିଜର୍ଭ ପଡ଼ିଆଠାରେ ଏକଜୁଟ ହୋଇ ନିଜ ଫୋର୍ସର ମୁଖ୍ୟ(ପୁଲିସ ଡିଜି)ଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ।

Ordigital Desk
  • Published: Saturday, 21 September 2024
  • Updated: 21 September 2024, 09:19 PM IST

Sports

Latest News

ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଅଭିଯୋଗ ସମଗ୍ର ଦେଶରେ ଚାଂଚଲ୍ୟ ସୃଷ୍ଟି କରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ଏବେ ଓଡ଼ିଶା ପୁଲିସର କ୍ରାଇମବ୍ରାଂଚ କରୁଥିବାବେଳେ ଏହାକୁ ନୂଆମୋଡ଼ ଦେବାକୁ ଆଜି କମିଶନରେଟ ପୁଲିସ୍ ପକ୍ଷରୁ ସୁଚିନ୍ତିତ ପ୍ରୟାସ କରାଯାଇଛି।  କମିଶନରେଟ ପୁଲିସର ବରିଷ୍ଠ ଏସିପି, ଇନ୍ସପେକ୍ଟର, ସବଇନ୍ସପେକ୍ଟରଙ୍କଠୁ ଆରମ୍ଭ କରି ଶତାଧିକ ପୁଲିସ ଅଫିସର ଆଜି ଭୁବନେଶ୍ୱରର ରିଜର୍ଭ ପଡ଼ିଆଠାରେ ଏକଜୁଟ ହୋଇ ନିଜ ଫୋର୍ସର ମୁଖ୍ୟ(ପୁଲିସ ଡିଜି)ଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । ଆଉ କ୍ରାଇମବ୍ରାଂଚ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାବେଳେ ନିଲମ୍ବିତ ଥାନା ଅଫିସରମାନଙ୍କ ସମର୍ଥନରେ ଆଗକୁ ଆସି ତଦନ୍ତକୁ ବାଟବଣା କରିବା ନିମନ୍ତେ କମିଶନରେଟ ପୁଲିସ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏହି ସମସ୍ତ ଘଟଣାରେ ଆରମ୍ଭରୁ ଭରତପୁର ଥାନା ଅଫିସର ଓ କର୍ମଚାରୀଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଆସୁଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ପୁଲିସ କମିଶନର ସଞ୍ଜିବ ପଣ୍ଡାଙ୍କ ଭୂମିକା ସନ୍ଦେହଘେରରେ ଥିବାବେଳେ ରାଜ୍ୟ ସରକାର କାହିଁକି ନିରପେକ୍ଷ ତଦନ୍ତ ନିମନ୍ତେ ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଲାଣି ।

ରୋଡ୍ ରୋମିଓଙ୍କ ଦୁର୍ବ୍ୟବହାର ବିରୁଦ୍ଧରେ ୧୫ତାରିଖ ମଧ୍ୟରାତ୍ରିରେ ସହାୟତା ଲୋଡ଼ିବାକୁ ଭରତପୁର ଥାନାକୁ ଯାଇଥିବା ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ସହ ପୁଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତିବାଦର ସ୍ୱର ଶାଣିତ ହେବାରେ ଲାଗିଛି । ଭାରତୀୟ ସେନା ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ନିଜଆଡ଼ୁ ମାମଲା ରୁଜୁ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିସାରିଛି । ଏହାସହିତ ପୁଲିସ ଡିଜିଙ୍କୁ ମଧ୍ୟ ଚିଠି ଲେଖି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଜାତୀୟ ମହିଳା କମିଶନ ମଧ୍ୟ ପୁଲିସ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି । ଏହି ଘଟଣାରେ ବୁଦ୍ଧିଜୀବୀମାନଙ୍କୁ ସ୍ତବ୍ଧ କରିଛି । କଂଗ୍ରେସ, ବିଜେଡି ଓ ଅନ୍ୟ ରାଜନୀତିକ ଦଳଗୁଡ଼ିକ ମଧ୍ୟ ଏହି ଘଟଣାରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ପୁଲିସର ବର୍ବରକାଣ୍ଡକୁ ନିନ୍ଦା କରି ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି ।

ଏପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଜାରି ରହିଛି ଓ ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱସ୍ତ କରିବା ସହ ସରକାର ୫ଜଣ ପୁଲିସ ଅଫିସରଙ୍କୁ ନିଲମ୍ବନ କରିଥିବା କହିଛନ୍ତି ।

Also Read

ମାତ୍ର ତଦନ୍ତ ଭାର ହାତକୁ ନେବାର ୫ଦିନ ବିିତିଥିବାବେଳେ କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇନି । କିନ୍ତୁ ନାଟକୀୟ ଢଙ୍ଗରେ ଭରତପୁର ଥାନାର ନିଲମ୍ବିତ ଅଫିସରମାନଙ୍କ ସପକ୍ଷରେ ଆଜି କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ଶତାଧିକ ସଂଖ୍ୟାରେ ରିଜର୍ଭ ପଡ଼ିଆରେ ଏକଜୁଟ ହୋଇ ପ୍ରତିବାଦ କରିଛନ୍ତି । ଆଉ ସେପଟ ଅବସରପ୍ରାପ୍ତ ପୁଲିସ ଅଫିସରମାନେ ମଧ୍ୟ ଆଗକୁ ଆସି ପୁଲିସକୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରିଛନ୍ତି । ରାଜ୍ୟର ସବୁ ରାଜନୀତିକ ଦଳଠୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ସମସ୍ତେ ଘଟଣାର ନିରପେକ୍ଷ ତଦନ୍ତ ସହ ଭାରତୀୟ ସେନାର ଜଣେ ଅଫିସର ଓ ତାଙ୍କ ବାନ୍ଧବୀ କରୁଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରୁଛନ୍ତି । ମାତ୍ର କମିଶନରେଟ ପୁଲିସ ଆଜି ଏଭଳି ଚାପ ସୃଷ୍ଟି କରିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି । ଭୁବନେଶ୍ୱର ଡିସିପି ଓ ପୁଲିସ କମିଶନରଙ୍କ ବିନା ଅନୁମତିରେ ଏତେ ସଂଖ୍ୟକ ଅଫିସରମାନେ ନିଜ ଡ୍ୟୁଟି ଛାଡ଼ି ରିଜର୍ଭ ପଡ଼ିଆରେ ଏକଜୁଟ ହେବା ସମ୍ଭବପର ନୁହେଁ । ତା’ଛଡ଼ା ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ ଭରତପୁର ଥାନାର ଅଫିସରମାନଙ୍କୁ କ୍ଲିନଚିଟ୍ ଦେଉଥିବା ଭୁବନେଶ୍ୱର ଡିସିପି ଓ ପୁଲିସ କମିଶନରଙ୍କୁ ଯଦି ରାଜ୍ୟ ସରକାର ଅନ୍ୟତ୍ର ବଦଳି ନକରନ୍ତି ତା’ହେଲେ ତଥ୍ୟ-ପ୍ରମାଣ ନଷ୍ଟ ଅବା ଟାମ୍ପରିଂର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇନପାରେ । ତଦନ୍ତ ରିପୋର୍ଟକୁ ଅପେକ୍ଷା ନକରି କମିଶନରେଟ ପୁଲିସର ଅଫିସରମାନେ ସଂଘବଦ୍ଧ ହୋଇ କାହିଁକି ଚାପ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି ।

ଏବେ ଘଟଣାକୁ ନେଇ ଯେଉଁଭଳି ସ୍ଥିତି ଉପୁଜିଲାଣି ତଥା ମାମଲା ଭାରତୀୟ ସେନାର ସମ୍ମାନ ସହ ଜଡ଼ିତ ଥିବାରୁ ଏହାର ତ୍ୱରିତ୍ ଓ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର ବିଚାରବିଭାଗୀୟ ତଦନ୍ତ ଅବା ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଲେ ତଦନ୍ତର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । କାରଣ ୬ଦିନ ଧରି ତଦନ୍ତ କରୁଥିବା କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇପାରିନି । ଏପଟେ କମିଶନରେଟ ପୁଲିସର ଅଫିସରମାନେ ସଂଘବଦ୍ଧ ହୋଇ ଭାରତୀୟ ସେନା ଅଫିସରଙ୍କ ଅଭିଯୋଗକୁ ମିଛ ଦର୍ଶାଇବାକୁ ପ୍ରୟାସ ଆରମ୍ଭ କଲେଣି । ମାଳମାଳ ଅଭିଯୋଗ ଥିବା ପୂର୍ବତନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଖସାଇ ନେବାକୁ ଅପଚେଷ୍ଟା କରୁଥିବା କମିଶନରେଟ ପୁଲିସ ଏବେ ନିଜର ସହଯୋଗୀ(କ୍ରାଇମବ୍ରାଂଚ)ଙ୍କ ଉପରେ ଭରସା ନକରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story