Advertisment

କାହା ଅନୁମତିରେ ଘର ଉପରେ ଲାଗିଛି ଭିଏଚ୍‌ଏଫ୍‌?

ସମୁଦ୍ର କୂଳିଆ ଏହି ଦୁଇ ବ୍ଲକର ଅନେକଙ୍କ ଘର ଛାତରେ ଖଞ୍ଜାଯାଇଛି VHF। ଯାହାଦ୍ୱାରା ଅନୁପ୍ରବେଶକାରୀ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥାଏ। ଏହାକୁ ବିଶେଷତଃ ସାମୁଦ୍ରିକ ପୁଲିସ ଓ ତଟରକ୍ଷୀ ବାହିନୀ ବ୍ୟବହାର କରିଥାନ୍ତି।

ଅଦ୍ୟତନ ହୋଇଛି
VHF

VHF

Advertisment

ଓଡ଼ିଶା ଉପକୂଳରେ ଭୟ ବଢ଼ାଉଛି ଭେରି ହାଇଫ୍ରିକ୍ୟୁଏନ୍ସ ରେଡିଓ ସେଟ୍ (ଭିଏଚ୍‌ଏଫ୍‌)। ବ୍ୟକ୍ତିଗତ ଭାବେ ଘରେ ଘରେ ଲଗାଯାଇଥିବା ଭିଏଚ୍‌ଏଫ୍‌କୁ ନେଇ ବଢ଼ିଛି ଆଶଙ୍କା। ଗୋଟିଏ କି ନୁହେଁ, ପ୍ରାୟ ଘରେ ଲାଗିଛି ଭିଏଚ୍‌ଏଫ୍‌। ଘରେ ବାହାରେ ଆଣ୍ଟିନା ଓ ଭିତରେ ସେଟଅପ୍। ଆସୁଛି ସିଗ୍ନାଲ୍, ଚାଲିଛି ବେଧଡ଼କ କଥାବାର୍ତ୍ତା। ଏପରି ଚିତ୍ର ଦେଖିବାକୁ ମିଳିଛି ବଙ୍ଗଳା ଭାଷାଭାଷୀ ଲୋକ ବାସ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ।

Advertisment

ସମୁଦ୍ର କୂଳିଆ ଏହି ଦୁଇ ବ୍ଲକର ଅନେକଙ୍କ ଘର ଛାତରେ ଖଞ୍ଜାଯାଇଛି VHF। ଯାହାଦ୍ୱାରା ଅନୁପ୍ରବେଶକାରୀ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥାଏ। ଏହାକୁ ବିଶେଷତଃ ସାମୁଦ୍ରିକ ପୁଲିସ ଓ ତଟରକ୍ଷୀ ବାହିନୀ ବ୍ୟବହାର କରିଥାନ୍ତି। ହେଲେ ଏମାନେ କାହିଁକି ଘର ଛାତ ଉପରେ ଲଗାଇଛନ୍ତି? ଏବେ ଏଭଳି ପ୍ରଶ୍ନ ଉଠାଇ ଘରେ ଘରେ ଅନଧିକୃତ ଭାବେ ଖଞ୍ଜା ଯାଇଥିବା ଭିଏଚଏଫ୍ ହଟାଇବାକୁ ଦାବି ଉଠିଲାଣି।

ତେବେ ଏଠି ପ୍ରଶ୍ନ ଉଠୁଛି VHF କଣ? ଗଭୀର ସମୁଦ୍ରର ଯେଉଁ ସ୍ଥାନରେ ମୋବାଇଲ୍‌ ନେଟୱାର୍କ ଅପହଞ୍ଚ ହୁଏ, ଏହି ବେତାର ଯନ୍ତ୍ର ସାହାଯ୍ୟରେ ଯୋଗାଯୋଗ କରାଯାଇଥାଏ। ବିନା ଅନୁମତିରେ କୌଣସି ବ୍ୟକ୍ତି ଏହାକୁ ବ୍ୟବହାର କରିବାର ପ୍ରାବଧାନ ନାହିଁ। କିନ୍ତୁ ମହାକାଳପଡ଼ା ଓ ରାଜନଗର ଅଞ୍ଚଳର ବଙ୍ଗଳା ଭାଷାଭାଷୀ ଲୋକ ରହୁଥିବା ସମୁଦ୍ରକୂଳିଆ ଗାଁ ଗୁଡ଼ିକରେ ବେଧଡ଼କ ଲଗାଯାଇଛି ଭିଏଚଏଫ୍। ଯାହାକୁ ନେଇ ନିଜେ ରାଜନଗର ଏସିଏଫ୍‌ ମଧ୍ୟ ଶାସନପେଟାରେ ଆୟୋଜିତ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିରରେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Advertisment

ଏସବୁ ଭିଏଚଏଫ୍ ଲଗାଇବାକୁ କିଏ? ଏମାନଙ୍କୁ ଅନୁମତି ଦେଲା? ଯଦି ପ୍ରଶାସନର ଅଜାଣତରେ ଭିଏଚଏଫ୍ ଲଗାଯାଇଛି, ତେବେ କେଉଁ ସ୍ୱାର୍ଥରେ? ବେଆଇନ ଭାବେ ମାଛ ମାରିବାକୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ବନବିଭାଗର ପାଟ୍ରୋଲିଂ ସଂପର୍କରେ VHF ଜରିଆରେ ଆଗୁଆ ଖବର ଦିଆଯାଉଛି କି? ଅନୁପ୍ରବେଶ ଉଦ୍ୟମ ଚଳାଇଥିବା ବାଂଲାଦେଶୀଙ୍କୁ ଏମାନେ ଭିଏଚଏଫ୍‌ ମାଧ୍ୟମରେ ବାଟ କଢ଼ାଉ ନାହାନ୍ତି ତ? ତଟସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଏହି ବେତାର ଯନ୍ତ୍ର ସହାୟତାରେ ଭାରତର ଗୁପ୍ତ ତଥ୍ୟ ଚାଲିଯାଉନି ତ ଶତ୍ରୁପକ୍ଷ ହାତକୁ? ଏଭଳି ନାନା ପ୍ରଶ୍ନ ଭିତରେ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି, ବନବିଭାଗ ସହ ମିଳିତ ଭାବେ ତଦନ୍ତ କରି ଆଇନ ଅନୁଯାୟୀ ଆକ୍ସନ ନିଆଯିବ।

Crime Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe