Advertisment

କିଟ୍ ଛାତ୍ରୀ ମୃତ୍ୟୁ ମାମଲା: କାହିଁକି ସମାଧାନ ନ କରି ପ୍ରମାଣ ହଟାଉଥିଲେ?

ଛାତ୍ରୀଙ୍କ ମୃତ୍ୟୁ ପରେ ହଷ୍ଟେଲରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଦୁଇ ଜଣ ଓ୍ବାର୍ଡେନ ପିଲାଙ୍କୁ ପଡ଼ୋଶୀ ଦେଶ ନେପାଳର ବଜେଟଠାରୁ କିଟର ସମ୍ପତ୍ତି ଅଧିକ କହିଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଥିଲା। ଏଭଳି ମନ୍ତବ୍ୟ ପାଇଁ ଦୁଇ ଓ୍ବାର୍ଡେନ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Student

Student

Advertisment

ରବିବାର ସନ୍ଧ୍ୟାରେ କିଟ୍ କ୍ୟାମ୍ପସ ହଷ୍ଟେଲରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ରହିଥିବା ସମସ୍ୟାର ସମାଧାନ ନ କରି ଅଣଦେଖା କରିବା ଘଟଣା କିଟ୍ କର୍ତୃପକ୍ଷଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଦେଶର ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ପାଇଁ ୟୁନିଭର୍ସିଟି ପରିସରରେ ଇଣ୍ଟରନେସନାଲ୍ ରିଲେସନ୍‌ସ ଅଫିସ ବା IRO ଥିଲେ ସଂପୃକ୍ତ ଅଧିକାରୀମାନେ ମୃତ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ହଇରାଣ କରୁଥିବା ଅଭିଯୋଗ ଉପରେ ଧ୍ୟାନ ଦେଇନଥିଲେ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ବରଂ ମୃତ ଛାତ୍ରୀର ଶବକୁ ହଷ୍ଟେଲ ଓ ଲାଇବ୍ରେରୀ ଭଳି ଅଂଚଳକୁ ସ୍ଥାନାନ୍ତର କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରାଯାଇଥିଲା ବୋଲି କେତେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

Advertisment

ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ସିଙ୍ଗଲ ପଏଣ୍ଟ ଓ୍ବିଣ୍ଡୋ ହେଉଛି ଇଣ୍ଟରନେସନାଲ୍ ରିଲେସନ୍‌ସ ଅଫିସ ବା IRO। IROରେ ବରିଷ୍ଠ ଅଧିକାରୀମାନେ ନିଯୁକ୍ତ ହୋଇଛନ୍ତି। ନେପାଳର ମୃତ ଛାତ୍ରୀ ପ୍ରକୃତି ଲାମସାମ ବିଟେକ୍ ତୃତୀୟ ବର୍ଷର ଜଣେ ଛାତ୍ରୀ। ଅନ୍ୟ ପଟେ ତାଙ୍କୁ ହଇରାଣ କରିଥିବା ଛାତ୍ର ଉତ୍ତରପ୍ରଦେଶର ଅଦ୍ବିକ୍ ଶ୍ରୀବାସ୍ତବ ମଧ୍ୟ ସେହି ସମାନ ଶ୍ରେଣୀର ବିଟେକ ଛାତ୍ର। କିଛି ବର୍ଷ ଧରି ସେମାନଙ୍କ ଭିତରେ ପ୍ରେମ ସଂପର୍କ ରହିଥିବାବେଳେ ଭାଲେଣ୍ଟାଇନ ଡେରେ ଫାଟ ସୃଷ୍ଟି ହୋଇଥିଲା। ପ୍ରକୃତିଙ୍କ ମୃତ୍ୟୁ ପରେ ନେପାଳର ଛାତ୍ରଛାତ୍ରୀମାନେ ମୁଖ୍ୟ ଫାଟକ ଆଗରେ ରାତି ସାରା ଧାରଣା ଦେଇ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ। ଅଭିଯୁକ୍ତ ଛାତ୍ର ଅଦ୍ବିକ୍ ଶ୍ରୀବାସ୍ତବକୁ ପୋଲିସ୍ ବିମାନ ବନ୍ଦରରୁ ଗିରଫ କରିଥିଲା। ତେବେ ଛାତ୍ରୀଙ୍କ ମୃତ୍ୟୁ ପରେ ହଷ୍ଟେଲରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଦୁଇ ଜଣ ଓ୍ବାର୍ଡେନ ପିଲାଙ୍କୁ ପଡ଼ୋଶୀ ଦେଶ ନେପାଳର ବଜେଟଠାରୁ କିଟର ସମ୍ପତ୍ତି ଅଧିକ କହିଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଥିଲା। ଏଭଳି ମନ୍ତବ୍ୟ ପାଇଁ ଦୁଇ ଓ୍ବାର୍ଡେନ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି।

KIIT Bhubaneshwar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe