/odisha-reporter/media/post_attachments/uploadimage/library/16_9/16_9_0/Rape_1727787980.jpg)
Rape
ରାସନ ଚାଉଳ ଦେବାର ପ୍ରଲୋଭନ ଦେଖାଇ ଜଣେ ବିଧବା ମହିଳାଙ୍କ ସହ ଜଘନ୍ୟ କାଣ୍ଡ ଘଟାଇଲେ ଯୋଗାଣ ସହାୟକ । ଚାଉଳର ଲୋଭ ଦେଖାଇ ମହିଳାଙ୍କ ସହ ଦୁଷ୍କର୍ମ କଲେ। ଏହା ପ୍ରାୟ ଦେଢ ବର୍ଷ ତଳର ଘଟଣା ହୋଇଥିବା ବେଳେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା ମହିଳା। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଓ ତାଙ୍କ ସହଯୋଗୀ ଫେରାର ହୋଇ ଯାଇଛନ୍ତି।
ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଅଞ୍ଚଳରେ ଘଟିଛି ଏପରି ଲଜ୍ଜାଜନକ ଘଟଣା। ପଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଚାଉଳ ଦେବାକୁ କହି ଦେଢ଼ ବର୍ଷ ତଳେ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁ ତାଙ୍କୁ ପଞ୍ଚାୟତକୁ ଡାକିଥିଲେ । ସେଠାରେ କେହି ନ ଥିବା ବେଳେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ।
ସେଠାରେ ସେ ମହିଳାଙ୍କ ନଗ୍ନ ଭିଡିଓ ଉତ୍ତୋଳନ କରିଥିବା ବେଳେ ତାହାକୁ ଭାଇରାଲ କରିବାର ଧମକ ଦେଇ ସେ ବହୁବାର ତାଙ୍କୁ ଡାକୁଥିଲେ। ମାତ୍ର ନ ଶୁଣିବାରୁ ତାଙ୍କ ଭିଡିଓଟି ଭାଇରଲ ହୋଇଥିବା ଏବେ ପୀଡ଼ିତାଜଣକ ଅଭିଯୋଗ କରିଛନ୍ତି ।
ଏହା ଜାଣିବା ପରେ ମହିଳାଜଣକ ଉତ୍ତ୍ୟକ୍ତ ହୋଇ ଗତ ୩୧ ତାରିଖରେ ପଞ୍ଚାୟତ ଅଫିସକୁ ଯାଇଥିଲେ। ସେଠାରେ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଏହାପରେ ପୀଡ଼ିତାଜଣକ ଗିରିଶ ଚନ୍ଦ୍ରଙ୍କୁ ଚପଲରେ ପିଟିଥିଲେ। ଗିରିଶ ଚନ୍ଦ୍ର ଓ ତାଙ୍କ ସହଯୋଗୀ ସୁବଳ ବିଶ୍ୱାଳ ମହିଳାଙ୍କୁ ଆକ୍ରମଣ କରିଥିଲେ। ଉକ୍ତ ଭିଡିଓ ଭାଇରଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ପୁଲିସ୍ ଏହାକୁ ଗୁରୁତର ସହ ନେଇଛି। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଗିରିଶ ଚନ୍ଦ୍ର ସାହୁ ଏବଂ ତାଙ୍କ ସହଯୋଗୀ ସୁବଳ ବିଶ୍ୱାଳ ଫେରାର ହୋଇ ଯାଇଛନ୍ତି। ପୁଲିସ୍ ଉଭୟଙ୍କୁ ଖୋଜିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଏହାର ତଦନ୍ତ ନିମନ୍ତେ ମୁଖ୍ୟ ଯୋଗାଣ ଅଧିକାରୀ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବୁଦୁଲା ଯୋଗାଣ ସହାୟକ ଓ ସହଯୋଗୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
