Advertisment

ନିଜ ହାତରେ ପୋଛିଦେଲା ନିଜ କପାଳ ସିନ୍ଦୂର!

ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡାର କପିଳା ବେହେରା ଓ ତାଙ୍କ ପତ୍ନୀ କର୍ଣ୍ଣାଟକରେ ଏକ ଚାହା ବାଗାନରେ କାମ କରୁଥିଲେ। ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲେ। ରବିବାର ରାତିରେ ସ୍ୱାମୀ ଓ ସ୍ତ୍ରୀ ଗାଁକୁ ଫେରିଥିଲେ।

ଅଦ୍ୟତନ ହୋଇଛି
Woman

Woman

Advertisment

ନିଜ ହାତରେ ପୋଛିଦେଲା ନିଜ କପାଳ ସିନ୍ଦୂର! ସାତ ଜନମର ସାଥୀଙ୍କୁ ମାରିଦେଲା ପତ୍ନୀ! ମଦ ପାଇଁ ଉଜୁଡ଼ିଗଲା ସାଂସାର। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଘଟିଛି। ଏନେ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡାର କପିଳା ବେହେରା ଓ ତାଙ୍କ ପତ୍ନୀ କର୍ଣ୍ଣାଟକରେ ଏକ ଚାହା ବାଗାନରେ କାମ କରୁଥିଲେ। ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲେ। ରବିବାର ରାତିରେ ସ୍ୱାମୀ ଓ ସ୍ତ୍ରୀ ଗାଁକୁ ଫେରିଥିଲେ। ନିଜ ଘରେ ରାତିରେ ରହିଥିଲେ। ବିଳମ୍ୱିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ପାଟିତୁଣ୍ଡ ହେଉଥିବା ଗାଁ ଲୋକେ ଶୁଣିବାକୁ ପାଇଥିଲେ। କପିଳା ଜଣେ ଭ୍ୟାସଗତ ମଦୁଆ ହୋଇଥିବାରୁ ଅନେକ ସମୟରେ ଘରେ ପାଟିତୁଣ୍ଡ କରୁଥିବାରୁ ସାହି ପଡ଼ିଶା ବିଶେଷ ଧ୍ୟାନ ଦେଇନଥିବା ଅଭିଯୋଗ ହେଉଛି।

ଅଭିଯୋଗ ଅନୁସାରେ ବିଳମ୍ୱିତ ରାତିରେ କପିଳା ତାଙ୍କ ପତ୍ନୀଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ମାତ୍ର ସେ ଟଙ୍କା ଦେବାକୁ ରୋକ୍‌ଠୋକ୍‌ ଭାବେ ମନା କରିଦେଇଥିଲେ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାଗରେ ଉତ୍‌କ୍ଷିପ୍ତ ହୋଇ କପିଳା ତାଙ୍କ ପତ୍ନୀଙ୍କୁ ମାଡ଼ ମାରିଥିଲେ। ସେହି ସମୟରେ ସେ(ପତ୍ନୀ) ଘର କୋଣରେ ଥିବା ଏକ ଧାରୁଆ ଅସ୍ତ୍ରରେ କପିଳାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଆଜି ସକାଳେ ଚଟାଣରେ ରକ୍ତାକ୍ତ ଅବସ୍ଥାରେ କପିଳା ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ମୃତ କପିଳାଙ୍କ ପତ୍ନୀଙ୍କୁ ଅଟକ ରଖି ଘନଘନ ଜେରା କରୁଛି। ମଦ ପିଇବା ପାଇଁ ଟଙ୍କା ମାଗିବାରୁ ଗଣ୍ଡ ଗୋଳ ହୋଇଥିବା ଚର୍ଚ୍ଚା ହେଉଛି।

ରିପୋର୍ଟ- ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା

Ganjam Crime Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe