Advertisment

ପ୍ରେମ କରି ବାହା ହୋଇଥିଲେ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ମାରିଦେଲେ!

ବିବାହ ପରେ ସ୍ୱାମୀଙ୍କ ସହିତ ସୁନେତି ରାୟଗଡ଼ା ପଳାଇ ଆସିଥିଲେ। ବେଶ ହସ ଖୁସିରେ ଚାଲିଥିଲା ସଂସାର। ଇତି ମଧ୍ୟରେ ଛୁଆର ବାପା-ମାଆ ମଧ୍ୟ ହୋଇଥିଲେ। ପ୍ରତିଦିନ ବିନୟ ଢାବାକୁ କାମ କରିବା ପାଇଁ ଯାଉଥିଲେ।

undefined

Woman

Advertisment

ଢାବାରେ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ରୀତିନୀତିରେ ବାହା ହୋଇ ଘର ସଂସାର ଗଢ଼ିଥିଲେ। ଛୁଆର ମାଆ ମଧ୍ୟ ହୋଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ଆଉ ଜଣଙ୍କ ପ୍ରେମରେ ପଡ଼ିଗଲେ। ଆଉ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ମାରିଦେଲେ। ଏପରି ହୃଦୟ ବିଦାରକ ଘଟଣା ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଘଟିଛି।

Advertisment

ପୂରା ଘଟଣା ଏମିତି। ଗୁଣୁପୁର ଭୀମପୁର ଗାଁର ହେଉଛନ୍ତି ବିନୟ ପାଲ। ସେ ରାୟଗଡା ଟାଉନ୍‌ର ସାଇପ୍ରିୟା ନଗରରେ ଥିବା ଏକ ଢାବାରେ କାମ କରୁଥିଲେ। ତୁମ୍ବିଗୁଡା ସ୍ଥିତ ଭଡାଘରେ ରହୁଥିଲେ। ଢ଼ାବାରେ କାମ କରୁଥିବା ବେଳେ ସୁନେତି ପାଲଙ୍କ ପ୍ରେମରେ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ରୀତିନୀତି ଅନୁସାରେ ଉଭୟ ବିବାହ କରିଥିଲେ।

ବିବାହ ପରେ ସ୍ୱାମୀଙ୍କ ସହିତ ସୁନେତି ରାୟଗଡ଼ା ପଳାଇ ଆସିଥିଲେ। ବେଶ ହସ ଖୁସିରେ ଚାଲିଥିଲା ସଂସାର। ଇତି ମଧ୍ୟରେ ଛୁଆର ବାପା-ମାଆ ମଧ୍ୟ ହୋଇଥିଲେ। ପ୍ରତିଦିନ ବିନୟ ଢାବାକୁ କାମ କରିବା ପାଇଁ ଯାଉଥିଲେ। ଆଉ ସୁନେତି ଘରେ ପିଲା ସହ ରହୁଥିଲେ। ଏହାରି ଭିତରେ ସୁନେତି ପ୍ରେମରେ ପଡ଼ିଥିଲେ। ସୋଶାଲ୍‌ ମିଡ଼ିଆ ଇନ୍‌ଷ୍ଟାଗ୍ରାମରେ ତାଙ୍କ ସହିତ ଜି.କାର୍ତ୍ତିକଙ୍କ ସହିତ ଚିହ୍ନା ପରିଚୟ ହୋଇଥିଲା। ତାଙ୍କ ସହିତ ଚାଟିଂ କରିଥିଲେ। ଚାଟିଂରେ ଭାବ ଦିଆନିଆ ହୋଇଥିଲେ।

Advertisment

ଭାବ ଦିଆନିଆ ଭିତରେ ଉଭୟ ପ୍ରେମରେ ପଡ଼ିଥିଲେ। ସୁନେତିଙ୍କ ରୁପ ଯୌବନରେ ବାୟା ହୋଇଯାଇଥିଲେ ଜି.କାର୍ତ୍ତିକ। ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ। କାର୍ତ୍ତିକଙ୍କ ପ୍ରସ୍ତାବକୁ ସ୍ୱୀକୃତି ଦେଇଥିଲେ ସୁନେତି। ହେଲେ ପ୍ରେମର ପ୍ରତିବନ୍ଧକ ସାଜିଥିଲେ ବିନୟ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ସୁନେତି ଓ ଜି.କାର୍ତ୍ତିକ। ସେପରେ ପତ୍ନୀଙ୍କ ଚୋରା ପୀରତି ସମ୍ପର୍କରେ ସାମାନ୍ୟତମ ଖବର ପାଇନଥିଲେ ବିନୟ।

ଗତ ୧୬ ତାରିଖ ରାତି ପ୍ରାୟ ୧୦ଟା ବେଳେ ବିନୟ ଢାବାରୁ କାମ ସାରି ଏକାକୀ ଫେରିଥିଲେ। ସାଇପ୍ରିୟା ନଗର ୯ ନମ୍ୱର ଲାଇନ୍‌ ଦେଇ ରୁମ୍‌କୁ ଫେରୁଥିବା ବେଳେ ବିନୟଙ୍କ ମୁଣ୍ଡକୁ ପଛ ପାର୍ଶ୍ୱରୁ ଏକ ଲୁହା ରଡ୍‌ରେ ପିଟି ଦେଇଥିଲେ ଜି.କାର୍ତ୍ତିକ। ତା’ପରେ କିଛି ନିଜ ଘରକୁ ଫେରି ଯାଇଥିଲେ କାର୍ତ୍ତିକ। ଏନେଇ ପ୍ରେମିକା ସୁନେତିଙ୍କୁ ସୂଚନା ମଧ୍ୟ ଦେଇଥିଲେ।

Crimeପୁଲିସଙ୍କ ଗହଣରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ

ସବୁ ଜାଣି କିଛି ନଜାଣିଲା ପରି ରାତି ପ୍ରାୟ ୩ଟା ବେଳେ କାର୍ତ୍ତିକ ଚାନ୍ଦିଲି ଥାନାକୁ ଫୋନ୍‌ କରିଥିଲେ। ଆଉ କହିଥିଲେ, ସାଇପ୍ରିୟା ନଗର ନବମ ନମ୍ୱର ଲାଇନ୍‌ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ପଡ଼ିଛନ୍ତି। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।

ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ପୁଲିସର ସନ୍ଦେହୀ ଆଖି ଜି.କାର୍ତ୍ତିକଙ୍କ ଉପରକୁ ଯାଇଥିଲା। ତା’ପରେ ପୁଲିସ୍‌ ତାକୁ ଜେରା କରିଥିଲା। ଘନଘନ ଜେରା ବେଳେ ସତକୁ ବେଶୀ ସମୟ ରଖି ପାରିନଥିଲେ କାର୍ତ୍ତିକ। ପରେ ସବୁ ସତ କଥା କହି ପକାଇଥିଲା। ଏହା ପରେ ପୁଲିସ୍‌ ଜି.କାର୍ତ୍ତିକ ଓ ତାଙ୍କ ପ୍ରେମିକା ସୁନେତି ପାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରିପୋର୍ଟ- ରାୟଗଡ଼ାରୁ ମାଉଡି ବାରିକ

Crime Story Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe