Advertisment

ନିଜ ହାତରେ ନିଜ ସିନ୍ଦୂର ପୋଛି ଦେଲେ ମହିଳା!

କୋଡ଼ିପଷା ଗାଁ ଜୁଆଙ୍ଗ ସାହିର ତୁରା ଜୁଆଙ୍ଗ ସୋମବାର ମଧ୍ୟାହ୍ନରେ ତାଙ୍କ ପତ୍ନୀ ସୁମିତାଙ୍କୁ ତାଙ୍କ ମୋବାଇଲ୍‌ ମାଗିଥିଲେ। ହେଳେ ସୁମିତା ନିଜ ମୋବାଇଲ୍‌ ତୁରାଙ୍କୁ ଦେଇନଥିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

author-image
Manoranjan Sial
Couple

Couple

ଯାହାର ହାତ ଧରି ଘର ସଂସାର ଗଢ଼ିଥିଲେ, ତାକୁ ମାରିଦେଲେ! ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛି ଦେଲେ ମହିଳା! ସାମାନ୍ୟ ମୋବାଇଲ୍‌ଟିଏ ପାଇଁ ଅତି ନିର୍ମମ ଭାବେ ଶୋଇଥିବା ଅବସ୍ଥାରେ ସ୍ୱାମୀଙ୍କୁ ଶାବଳରେ ପିଟି ହତ୍ୟା କଲେ ସ୍ତ୍ରୀ। ଏପରି ବୀଭତ୍ସ ହତ୍ୟାକାଣ୍ଡ କେନ୍ଦୁଝର ଟାଉନ୍‌ ଥାନା ଅଞ୍ଚଳରେ ଘଟିଛି। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

କୋଡ଼ିପଷା ଗାଁ ଜୁଆଙ୍ଗ ସାହିର ତୁରା ଜୁଆଙ୍ଗ ସୋମବାର ମଧ୍ୟାହ୍ନରେ ତାଙ୍କ ପତ୍ନୀ ସୁମିତାଙ୍କୁ ତାଙ୍କ ମୋବାଇଲ୍‌ ମାଗିଥିଲେ। ହେଳେ ସୁମିତା ନିଜ ମୋବାଇଲ୍‌ ତୁରାଙ୍କୁ ଦେଇନଥିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅପରାହ୍ନରେ ତୁରା ଶୋଇଥିଲେ। ସେହି ସମୟରେ ସୁମିତା ଶାବଳରେ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତା’ପରେ ଘର ଛାଡ଼ି ପଳାଇ ଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବର୍ତ୍ତମାନ ସୁଦ୍ଧା ସୁମିତା ଫେରାର ଅଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ମୋବାଇଲ୍‌ରେ କ’ଣ ଥିଲା? ସୁମିତା କାହିଁକି ନିଜ ମୋବାଇଲ ଦେଇନଥିଲେ? ସେଥିରେ କିଛି ଗୁପ୍ତ ତଥ୍ୟ ଥିଲା କି? ପୁଲିସ୍‌ ମାମଲା ରୁଜୁ କରି ଏମିତି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Murder Keonjhar