Advertisment

ପ୍ରେମିକାଙ୍କ ସହ ରାସଲୀଳା କରୁଥିଲେ ପୁଲିସ୍‌ ବାବୁ; ଦେଖିନେଲେ ପତ୍ନୀ!

କୋଟଗଡ଼ ଥାନା ସୁବର୍ଣ୍ଣଗିରି ଫାଣ୍ଡି ଅଧିକାରୀ ହେଉଛନ୍ତି କୁବେର ଦିଗାଳ। ସେ ବିବାହିତ। ତାଙ୍କର ପତ୍ନୀ ଓ ପିଲାପିଲି ରହିଛନ୍ତି। ପୂରା ପରିବାର ଗାଁରେ ରହୁଥିବା ବେଳେ ଥାନାବାବୁ କୋଟଗଡ଼ ଥାନା ବାରାକର ଉପର ମହଲାରେ ରହୁଥିଲେ।

Baliguda

Baliguda

Advertisment

ପତ୍ନୀ, ପିଲା ଓ ପୂରା ପରିବାର ଅଛନ୍ତି। ତଥାପି ରସିକିଆ ପୁଲିସ୍‌ବାବୁ ଥାନା ବାରାକରେ ପ୍ରେମିକାଙ୍କ ସହ କରୁଥିଲେ ରାସ ଲୀଳା! ଦେଖିନେଲେ ପତ୍ନୀ। ଚୋରା ପିରତି ଧରା ପଡ଼ିବା ପରେ ଅଭଦ୍ର ଭାଷାରେ ଗାଳି ଦେଇ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲେ। ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରୁ ଆସିଛି। ପୁଲିସ୍‌ବାବୁଙ୍କ ନାଁରେ ନିଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ। ନ୍ୟାୟ ପାଇଁ ଦାବି କରୁଛନ୍ତି।

Advertisment

କୋଟଗଡ଼ ଥାନା ସୁବର୍ଣ୍ଣଗିରି ଫାଣ୍ଡି ଅଧିକାରୀ ହେଉଛନ୍ତି କୁବେର ଦିଗାଳ। ସେ ବିବାହିତ। ତାଙ୍କର ପତ୍ନୀ ଓ ପିଲାପିଲି ରହିଛନ୍ତି। ପୂରା ପରିବାର ଗାଁରେ ରହୁଥିବା ବେଳେ ଥାନାବାବୁ କୋଟଗଡ଼ ଥାନା ବାରାକର ଉପର ମହଲାରେ ରହୁଥିଲେ। ଅଭିଯୋଗ ହେଉଛି, ପୂରା ପରିବାର ଥିବା ସତ୍ତ୍ୱେ ରସିକିଆ ଥାନାବାବୁ କୁଆଡ଼େ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ଯେଉଁଥିପାଇଁ ପତ୍ନୀ ଓ ପରିବାର ଲୋକଙ୍କୁ ନାନା ନିର୍ଯାତନା ଦେଉଥିଲେ। ଅନେକ ସମୟରେ ମାଡ଼ ମାରୁଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ପିଲାଙ୍କ ପାଇଁ ସବୁ ସହି ଯାଉଥିଲେ ପ୍ରାଣପ୍ରିୟା। ହେଲେ ନିର୍ଯାତନାର କାରଣ ଜାଣିପାରୁନଥିଲେ କୁବେରଙ୍କ ପତ୍ନୀ।

ଅଭିଯୋଗ ଅନୁସାରେ ଗତ ୯ ତାରିଖରେ କୁବେରଙ୍କ ଦେଖା କରିବା ପାଇଁ ପୂରା ପରିବାର କୋଟଗଡ଼ ଆସିଥିଲେ। ସେତେବେଳେ ଥାନାରେ ବାବୁ ନଥିଲେ। ତେଣୁ ବାରାକର ଉପର ମହଲାକୁ ଯାଇଥିଲେ। କବାଟ ବାଡ଼େଇ ଥିଲେ। ଶବ୍ଦ ଶୁଣି କବାଟ ଖୋଲିଥିଲେ କୁବେର। ସେତେବେଳେ ତାଙ୍କ ଶରୀରରେ ଲୁଗା ନଥିଲା। ଏପରିକି ତାଙ୍କ ସହ ସେହି ଘରେ ଥିବା ଜଣେ ଯୁବତୀ ପୂରା ଉଲ୍ଲଗ୍ନ ଅବସ୍ଥାରେ ଥିବା ପୂରା ପରିବାର ଦେଖିଥିବା ଅଭିଯୋଗ ହୋଇଛି।

Advertisment

ଘର ଭିତରେ ଥିବା ଯୁବତୀ କିଏ ବୋଲି ପଚାରିବାରୁ କୁବେର ବାବୁ ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଏପରିକି ଛୁରୀରେ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲେ। ଯେଉଁଥିପାଇଁ ଜୀବନ ବିକଳରେ କୁବେରଙ୍କ ପତ୍ନୀ ଓ ପରିବାର ଲୋକ ଦୌଡ଼ି ପଳାଇ ଯାଇଥିଲେ। ଏହା ସୁଯୋଗ ନେଇ କୁବେର ଓ ତାଙ୍କ ପ୍ରେମିକା ବାରାକର ଉପହ ମହଲାରୁ ଦୌଡ଼ି ପଳାଇ ଯାଇଥିବା ବେଳେ ଥାନା କର୍ମଚାରୀମାନେ ସେମାନଙ୍କୁ କାବୁ କରିନେଇଥିବା ତାଙ୍କ ପତ୍ନୀ ଏଫ୍‌ଆଇଆରରେ ଏନେଇ ଉଲ୍ଲେଖ କରିଛନ୍ତି।

ସବ୍‌ ଇନ୍ସପେକ୍ଟର କୁବେର ଦିଗାଲଙ୍କ ପତ୍ନୀ ଆଜି ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ଅସଭ୍ୟ କାର୍ଯ୍ୟ କରୁଥିବା ବ୍ୟକ୍ତି(ସ୍ୱାମୀ)ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଥିସହ ନ୍ୟାୟ ପାଇଁ ଥାନା ଅଧିକାରୀଙ୍କ ନିକଟରେ ଗୁହାରି କରିଛନ୍ତି।

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ କୁମାର ନାୟକ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe