Advertisment

ପରକୀୟା ପ୍ରୀତିରେ ମାତିଛନ୍ତି ମୋ’ ସ୍ୱାମୀ

‘ସଂଜୀବ ଅନ୍ୟ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ନେଇ ଶୁଣିଥିଲେ। ହେଲେ କୌଣସି ପ୍ରମାଣ ପାଉନଥିଲେ। ତେଣୁ ସେହି ଚର୍ଚ୍ଚାକୁ ବିଶ୍ୱାସ କରିପାରୁନଥିଲେ। ହେଲେ ଗତ ଦୁଇ ମାସ ହେଲା ସେ(ସଞ୍ଜୀବ) ଜଣେ ମହିଳାଙ୍କ ସହିତ ଭିଡିଓ କଲ୍‌ରେ କଥା ହେଉଥିଲେ।’

ଅଦ୍ୟତନ ହୋଇଛି
Crime

Crime

Advertisment

ହେୟାର ଷ୍ଟାଇଲିଷ୍ଟ ସଂଜୀବ ବାରିକଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଆଉ ସେହି ଅଭିଯୋଗ ଆଣିଛନ୍ତି ପତ୍ନୀ ସଂଗୀତା ସ୍ୱାଇଁ। ଏନେଇ ସେ ଭୁବନେଶ୍ୱର ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ସଙ୍ଗୀତାଙ୍କ କହିବା ଅନୁସାରେ ସଂଜୀବ ଅନ୍ୟ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ନେଇ ଶୁଣିଥିଲେ। ହେଲେ କୌଣସି ପ୍ରମାଣ ପାଉନଥିଲେ। ତେଣୁ ସେହି ଚର୍ଚ୍ଚାକୁ ବିଶ୍ୱାସ କରିପାରୁନଥିଲେ। ହେଲେ ଗତ ଦୁଇ ମାସ ହେଲା ସେ(ସଞ୍ଜୀବ) ଜଣେ ମହିଳାଙ୍କ ସହିତ ଭିଡିଓ କଲ୍‌ରେ କଥା ହେଉଥିଲେ। ମୋତେ ଦେଖି ଭିଡିଓ କଲ୍‌କୁ କାଟି ଦେଇଥିଲେ। ଯେତେ ପଚାରିଥିଲେ ମଧ୍ୟ ସଞ୍ଜୀବ ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ବରଂ ରାଗି ଯାଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଘରେ, ଷ୍ଟୁଡିୟ, ପାର୍କିଂ ଓ କାର୍‌ ଭିତରେ ନିର୍ଯାତନା ଦେଉଥିଲେ। ଅଭଦ୍ର ଭାଷାରେ ଗାଳି ଦିଅନ୍ତି ଓ ମାଧ ମାରିଛନ୍ତି। ଆଗକୁ ଏହି ନିର୍ଯାତନା ବଢ଼ିବ ବୋଲି ସଙ୍ଗୀତା କହିଛନ୍ତି।

ସଙ୍ଗୀତା ଆହୁରି କହିଛନ୍ତି, ସଞ୍ଜୀବ ଓ ମୋ ଭିତରେ ଚାଲିଥିବା ବିବାଦ ସମାଧାନ ପାଇଁ ବହୁବାର ଚେଷ୍ଟା କରାଯାଇଥିଲା। ସେଥିପାଇଁ ସବୁ ଜାଣି ଚୁପ୍‌ ରହିଥିଲି। ଘରେ ରହିଥିଲେ। ହେଲେ ସେ ସୁଧୁରିବା ପରିବର୍ତ୍ତେ ମୋ ବାପା-ମାଆ ଓ ସାଙ୍ଗସାଥୀଙ୍କୁ ଫୋନ୍‌ କରି ମୋ ନାଁ ଏଆଡୁ ସେଆଡୁ ଗପୁଥିଲେ। ତେବେ ଗତ ୨୫ ତାରିଖରେ ତାଙ୍କୁ ରଙ୍ଗେ ହାତରେ ଧରିଦେଲି। ତା’ପରଠାରୁ ସେ ଆଉ ଧରାଛୁଆ ଦେଉନାହାନ୍ତି ବୋଲି ସଙ୍ଗୀତା କହିଛନ୍ତି।

Advertisment

ସଙ୍ଗୀତା ଏନେଇ ଆଜି ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କମିଶନରେଟ୍‌ ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଥାନାରେ ହାଜର ହେବା ପାଇଁ ସଞ୍ଜୀବଙ୍କୁ ନୋଟିସ୍‌ ହୋଇଥିବା ଜଣାପଡ଼ିଛି।

ତେବେ ପତ୍ନୀଙ୍କ ଅଭିଯୋଗ ନେଇ ସଞ୍ଜୀବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe