/odisha-reporter/media/post_attachments/uploadimage/library/16_9/16_9_0/IMAGE_1706514161.jpg)
Wife Burnt his Husbend
ନିଜ ହାତରେ ସ୍ତ୍ରୀ ପୋଛିଦେଲା ନିଜ ମଥା ସିନ୍ଦୁର। ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଥିବା ସ୍ୱାମୀକୁ କରିଦେଲା ପର। ପ୍ରେମିକ ସହ ମିଶି ଘଟାଇଲା ବିଭତ୍ସକାଣ୍ଡ। ସ୍ୱାମୀକୁ ସ୍କୁଲ ଶ୍ରେଣୀଗୃହରେ ବନ୍ଦ କରି ପେଟ୍ରୋଲ ଢ଼ାଳି ଜୀଅନ୍ତା ଜାଳିଦେଲା। ଏଭଳି କିଛି ଭୟଙ୍କର ଘଟଣା ଘଟିଛି ଉତ୍ତରପ୍ରଦେଶ କାନପୁରର ପତରସା ଗାଁରେ। ଏହି ମାମଲାରେ ପୁଲିସ ମୃତକଙ୍କ ଭାଇର ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ତ୍ରୀ, ତା' ପ୍ରେମିକ ଓ ଜଣେ ଓକିଲଙ୍କୁ ଗିରଫ କରିଛି।
ମୃତକ ଜଣକ ହେଲେ ଫତେହପୁର ଦେବରୀ ଗାଁର ବାସିନ୍ଦା ଦୟାରାମ ସୋନକର(୪୫)। ସେ କାନପୁର ଦେହାତର ରସଧାନ ସ୍ଥିତ ଗ୍ରାମ ବିକାଶ ଇଣ୍ଟର କଲେଜର ସମାଜବିଜ୍ଞାନ ଶିକ୍ଷକ ଥିଲେ। ସେ ୨୦୦୯ରେ ଫତେହପୁରର ଜାହାନାବାଦର ବାସିନ୍ଦା ସଙ୍ଗୀତା ଦେବୀଙ୍କୁ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ପୁଅ ଅଛି। ତେବେ ବିବହାର କିଛି ବର୍ଷ ପରେ ସଙ୍ଗୀତା ହରବଶପୁର ବିଧନୁ ବାସିନ୍ଦା ଢ଼ାବା ମାଲିବ ପବନଙ୍କ ପ୍ରେମରେ ପଡିଥିଲେ।
ଗତବର୍ଷ ସେପ୍ଟେମ୍ବର ୨୪ ତାରିଖରେ ସଙ୍ଗୀତା ଓ ପବନଙ୍କୁ ଆପତ୍ତିଜନକ ଅବସ୍ଥାରେ ଦୟାରାମ ଦେଖିଥିଲେ। ଏହାକୁ ଦୟାରାମ ବିରୋଧ କରିଥିଲେ। ଏହାପରେ ମଧ୍ୟରେ ଝଗଡ଼ା ହୋଇଥିଲା। ସେବେଠାରୁ ସଙ୍ଗୀତ ନିଜ ପୁଅକୁ ନେଇ ସ୍ୱାମୀ ଠାରୁ ଅଲଗା ରହୁଥିଲେ। ତେବେ ରବିବାର ଦିନ ସଙ୍ଗୀତା ଫୋନ କରି ଦୟାରାମଙ୍କୁ ପତରସା ଗାଁର ବାସିନ୍ଦା ଓକିଲ ସଞ୍ଜୀବ କୁମାରଙ୍କ ଘରକୁ ଡାକିଥିଲେ। ତେବେ ଅପରହ୍ନା ୧୨ଟାରେ ସଙ୍ଗୀତା, ତାଙ୍କ ପ୍ରେମୀ ପବନ ଓ ଓକିଲ ସଞ୍ଜୀବ ତାଙ୍କୁ କଲେଜର ଏକ ଶ୍ରେଣୀଗୃହରେ ତାଲା ପକାଇ ନିଆଁ ଲଗାଇ ଦେଇଥିବା ନେଇ ଦୟାରାମ ତାଙ୍କ ଭାଇ ଅନୁଜକୁ ଫୋନ୍ କରି ଜଣାଇଥିଲେ।
कानपुर में दिन दहाड़े एक दिल दहला देने वाली वारदात हुई है। महिला ने प्रेमी और वकील के साथ मिलकर शिक्षक पति को कमरे में बंद करके जिंदा फूंक दिया...।
वारदात पनकी के पतरसा गांव में हुई है, वकील ने समझौते की बात कहकर शिक्षक को अपने घर पर बुलाया था...।#kanpur#shikshak#murderpic.twitter.com/ig9mmhHOTV
— Dilip Singh (@dileepsinghlive) January 28, 2024
ଏହାପରେ ଭାଇ ଅନୁଜ ଏନେଇ ପୁଲିକୁ ଜଣାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍କୁଲର ଏକ ଶ୍ରେଣୀଗୃହ ଭିତରେ ଦୟାରାମଙ୍କୁ ବନ୍ଦ କରି ଅଭିଯୁକ୍ତମାନେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ପରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ସହ ବନ୍ଦ ଶ୍ରେଣୀଗୃହରୁ ଖୋଲିଲା ବେଳକୁ ଦୟାରାମ ଜୀବନ୍ତ ଦଗ୍ଧ ହୋଇସାରିଥିଲେ। ତାଙ୍କ ମୃତ୍ୟୁ ହୋଇସାରିଥିଲା।
ପୁଲିସ ଦୟାରାମଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟା ଅଭିଯୋଗରେ ମୃତକଙ୍କ ସ୍ତ୍ରୀ ସଙ୍ଗୀତା, ତାଙ୍କ ପ୍ରେମୀ ପବନ ଓ ଓକିଲ ସଞ୍ଜୀବଙ୍କୁ ଗିରଫ କରିଛି। ସେହିପରି ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
