ହୋଟେଲ୍‌ରୁ ୩ ବଙ୍ଗୀୟ ଯୁବତୀଙ୍କ ସହ ରଙ୍ଗୀଲା ସ୍ୱାମୀଙ୍କୁ ଧରିଲେ ପତ୍ନୀ

ପୂରା ଦିନ ଗଲା। ମେଘୁଆ ସଞ୍ଜ ମାଡ଼ି ଆସିଲା। କଟକର ଗଳି କନ୍ଦିରେ ଅନ୍ଧାରୀ ରାତିକୁ ଚିରି ଷ୍ଟ୍ରିଟ୍‌ ଲାଇଟ୍ ଗୁଡ଼ିକ ଜଳି ଉଠିଲା। ହେଲେ ଅଭିନବ ଫୋନ୍‌ କଲେନାହିଁ। ରାତି ପ୍ରାୟ ୯ଟା ହେବ। ଆଉ ଥରେ ପଦ୍ମା ଫୋନ୍ କଲେ। ହେଲେ ଅଭିନବ ଫୋନ୍‌ ରିସିଭ୍‌ କରୁନଥିଲେ।

Cuttack PhotoOR

ହୋଟେଲ୍‌ରୁ ଧରାପଡ଼ିଥିବା ଯୁବତୀ ଓ ଅଭିଯୁକ୍ତ

Manoranjan Sial
  • Published: Wednesday, 14 August 2024
  • Updated: 14 August 2024, 05:51 PM IST

Sports

Latest News

ରୋମିଓ ରାପ୍‌ର। ପତ୍ନୀ ଥାଉ ଥାଉ ଯୁବତୀଙ୍କ ସହିତ ରଖୁଥିଲେ ଶାରୀରିକ ସମ୍ପର୍କ! ସେମାନଙ୍କ ସହିତ ହୋଟେଲ୍‌ରେ ରାତି ବିତାଉଥିଲେ! ଆଉ ଉପଭୋଗ କରୁଥିଲେ। ହେଲେ ରଙ୍ଗୀଲା ରାପରଙ୍କ ସବୁ ରାତି ଆଉ ମଧୁ ରାତି ହୋଇ ରହିଲା ନାହିଁ। ମୋବାଇଲ୍‌ ନୋଟିଫିକେସନ୍‌ ଧରାଇଦେଲା। ପୁଲିସ୍‌କୁ ଧରି ଓୟୋ ହୋଟେଲ୍‌ରେ ପହଞ୍ଚିଲେ ପତ୍ନୀ। ୩ ବଙ୍ଗୀୟ ଯୁବତୀଙ୍କ ସହ ରଙ୍ଗୀଲା ସ୍ୱାମୀଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଲେ। ମଙ୍ଗଳବାର ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା ଏପରି ଘଟଣା।

କଟକ ଟାଉନ୍‌ର ଅଭିନବ ସିଂ। ସେ ସଫ୍ଟୱେୟାର୍‌ କମ୍ପାନୀରେ ଚାକିରି କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଚାକିରି ଛାଡ଼ି ରାପର ଭାବେ କାମ କରୁଥିଲେ। ଅନେକ ଲୋକଗୀତ ଓ ଝାବଡ଼ ଗୀତ ଗାଇଥିଲେ। ଗୀତ ଗାଇବା ନିଶା ହେଲେ ମଧ୍ୟ ପେଶା କିନ୍ତୁ ସଙ୍ଗୀନ ଗୋଟାଇବା! ଘରେ ପତ୍ନୀ ଥାଉଁ ଥାଉଁ ଗୀତ ଗାଇବା ବାହାନାରେ ହୋଟେଲ୍‌ରେ ଯୁବତୀଙ୍କ ସହିତ ରାତି କଟାଉ ଥିଲେ। ହେଲେ ସ୍ୱାମୀଙ୍କ ଅନ୍ଧାରୀ ରାତିର ରଙ୍ଗୀଲା କାହାଣୀ ସମ୍ପର୍କରେ ସାମାନ୍ୟତମ ଖବର ପାଉନଥିଲେ ପତ୍ନୀ। ସ୍ୱାମୀ ଯାହା ବାହାନା କରୁଥିଲେ, ସେ ସବୁକୁ ବିଶ୍ୱାସ କରୁଥିଲେ। କାରଣ ସେ ତନମନ ଦେଇ ଅଭିନବଙ୍କୁ ଭଲ ପାଉଥିଲେ। ଅଭିନବଙ୍କ ପତ୍ନୀଙ୍କ ନାଁ ପଦ୍ମା(ଛଦ୍ମନାମ)।

Also Read

ମଙ୍ଗଳବାର ସକାଳେ କୌଣସି କଥାକୁ ନେଇ ଅଭିନବ ଓ ତାଙ୍କ ପତ୍ନୀ ପଦ୍ମାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଅଭିନବ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ପରେ ସେ ଘରୁ ପଳାଇ ଯାଇଥିଲେ। ଆଉ ଗଲା ବେଳେ ଭୁବନେଶ୍ୱରରେ କାମ ଅଛି ବୋଲି ପଦ୍ମାଙ୍କୁ କହି ଆସିଥିଲେ। ହେଲେ ସ୍ୱାମୀଙ୍କ ଆତ୍ମହତ୍ୟା କଥାଟି କିନ୍ତୁ ପଦ୍ମାଙ୍କୁ ବହୁ ବ୍ୟଥିତ କରିଥିଲା। ମନ ଭିତରେ ଅନବରତ ଗୁଞ୍ଜରିତ ହେଉଥିଲା। କୌଣସି କାମରେ ମନ ଲାଗୁନଥିଲା। ତେଣୁ ବାରମ୍ୱାର ଅଭିନବଙ୍କ ପାଖକୁ ଫୋନ୍‌ କରୁଥିଲେ। ହେଲେ ସେ ଫୋନ୍‌ ଉଠାଉନଥିଲେ। ସେଥିପାଇଁ ବିଚଳିତ ହୋଇପଡ଼ିଥିଲେ ପଦ୍ମା।

ପୂରା ଦିନ ଗଲା। ମେଘୁଆ ସଞ୍ଜ ମାଡ଼ି ଆସିଲା। କଟକର ଗଳି କନ୍ଦିରେ ଅନ୍ଧାରୀ ରାତିକୁ ଚିରି ଷ୍ଟ୍ରିଟ୍‌ ଲାଇଟ୍ ଗୁଡ଼ିକ ଜଳି ଉଠିଲା। ହେଲେ ଅଭିନବ ଫୋନ୍‌ କଲେନାହିଁ। ରାତି ପ୍ରାୟ ୯ଟା ହେବ। ଆଉ ଥରେ ପଦ୍ମା ଫୋନ୍ କଲେ। ହେଲେ ଅଭିନବ ଫୋନ୍‌ ରିସିଭ୍‌ କରୁନଥିଲେ। ତା’ପରେ ପଦ୍ମା ଖାଇ ପିଇ ଶୋଇବାକୁ ଗଲେ। ଠିକ୍‌ ସେହି ସମୟରେ ତାଙ୍କ ମୋବାଇଲ୍‌କୁ ଆସିଲା ଘନଘନ ନୋଟିଫିକେସନ୍‌। ଗୋଟେ କି ଦୁଇଟି ନୁହେଁ, ଏକାଥରକେ ୪ରୁ ୫ ଥର ନୋଟିଫିକେସନ୍‌ ଆସିଲା। ଯେଉଁଥିରେ ଅଭିନବ ଖାଇବା ଅର୍ଡର କରୁଥିବା ଜାଣିବାକୁ ପାଇଥିଲେ। ପରେ ଆମାଜନ୍‌ ପେ’ରେ ଜଣେ ଯୁବତୀଙ୍କ ମୋବାଇଲ୍‌ ନମ୍ୱରରେ ରିଚାର୍ଜ କରୁଥିବାର ନୋଟିଫିକେସ୍‌ନ ମଧ୍ୟ ଆସିଥିବା ଦେଖିବାକୁ ପାଇଲେ ପଦ୍ମା।

ଘନ ଘନ ନୋଟିଫିକେସନ୍‌ ଆସୁଥିବାରୁ ଅଭିନବଙ୍କ ମୋବାଇଲ୍‌କୁ ଫୋନ୍‌ କରିଥିଲେ ପଦ୍ମା। ହେଲେ ସେ ଫୋନ୍‌ ରିସିଭ୍‌ କରିନଥିଲେ। ତା’ପରେ ପଦ୍ମା ନିଜ ସ୍ୱାମୀଙ୍କ ସହିତ ଯାଇଥିବା ବନ୍ଧୁଙ୍କୁ ଫୋନ୍‌ କରିଥିଲେ। ସେ ଫୋନ୍‌ କାଟି ଦେଇଥିଲେ। ଶେଷରେ ଟଙ୍କା ରିଚାର୍ଜ ହୋଇଥିବା ମୋବାଇଲ୍‌ ନମ୍ୱରରେ ଫୋନ୍‌ କରିଥିଲେ। ପ୍ରଥମ ରିଙ୍ଗରେ ଫୋନ୍‌ ସୁଇଜ୍‌ଅପ୍‌ ହୋଇଯାଇଥିଲା। ତେଣୁ ପଦ୍ମା ଙ୍କ ମନରେ ସନ୍ଦେହ ହୋଇଥିଲା। ତେଣୁ ସେହି ରାତିରେ ସେ ଘରର ଚାରି କାନ୍ଥରୁ ଗୋଡ଼ କାଢ଼ିଥିଲେ। ଭୁବନେଶ୍ୱରର ଇନ୍‌ଫୋସିଟି ଥାନାରେ ପହଞ୍ଚିଥିଲେ।

ପୁଲିସ୍‌କୁ ସବୁ କଥା କହିଥିଲେ। ପଦ୍ମାଙ୍କ କଥାରେ ରାଜି ହୋଇ ଅଭିନବଙ୍କ ମୋବାଇଲ୍‌କୁ ଟ୍ରାକ୍‌ କରିଥିଲା ପୁଲିସ୍‌। ତା’ପରେ ପଟିଆ ଅଞ୍ଚଳରେ ଥିବା ଓୟୋ ହୋଟେଲ୍‌ରେ ପହଞ୍ଚିଥିଲେ। ହୋଟେଲ୍‌ରେ ଗୋଟିଏ ରୁମ୍‌ରେ ଅଭିନବଙ୍କ ସହିତ ୨ ଜଣ ବଙ୍ଗୀୟ ଯୁବତୀ ଥିବା ଦେଖିବାକୁ ପାଇଥିଲେ। ଆଉ ରୁମ୍‌ ଭିତରେ ବହୁ ଆପତ୍ତିଜନକ ସାମଗ୍ରୀ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ୱାମୀଙ୍କ ଏହି ରଙ୍ଗୀଲା କଳା ଦେଖି ପଦ୍ମାଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ମହିଳାଙ୍କ ଏତଲା ଆଧାରରେ ଇନ୍‌ଫୋସିଟି ପୁଲିସ୍‌ ଅଭିନବ ଓ ୩ ବଙ୍ଗୀୟ ଯୁବତୀଙ୍କୁ ଗିରଫ କରିଛି। ଏଥିସହ ଅଭିନବଙ୍କ ସାଥୀଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

ସ୍ୱାମୀଙ୍କୁ ରଙ୍ଗେହାତରେ ଧରିବା ପରେ ମହିଳା ଜଣକ କହିଛନ୍ତି, ମୁଁ ତାଙ୍କୁ ସନ୍ଦେହ କରୁନଥିଲି। ହେଲେ ମୋ’ ସହିତ କଥା ହେବା ପାଇଁ ତାଙ୍କ ପାଖରେ ସମୟ ନଥିଲା। ସବୁବେଳେ ମୁଁ ବ୍ୟସ୍ତ ଅଛି ଓ କାମ କରୁଛି ବୋଲି କହୁଥିଲେ। ତାଙ୍କ ଅଫିସ ଭୁବନେଶ୍ୱରରେ ନଥିଲା। ହେଲେ କାମ ଅଛି କହି ଭୁବନେଶ୍ୱର ଆସୁଥିଲେ। ବିଳମ୍ୱିତ ରାତିରେ ଘରକୁ ଫେରୁଥିଲେ। ପଚାରିଲେ ବିରକ୍ତ ହେଉଥିଲେ। ବେଳେ ବେଳେ ମାଡ଼ ମାରୁଥିଲେ। ତଥାପି ସେହି ଘରେ ରହୁଥିଲି ବୋଲି ମହିଳା ଜଣକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story