Advertisment

ସ୍ୱାମୀଙ୍କ ଜୁଇ ଲିଭିବା ପୂର୍ବରୁ ଝୁଲି ପଡ଼ିଲେ ପତ୍ନୀ, ଅନାଥ ହୋଇଗଲେ ଦୁଇ ଝିଅ

ସ୍ୱାମୀଙ୍କ ଜୁଇ ଲିଭିବା ପୂର୍ବରୁ ନିଜେ ବି ଝୁଲି ପଡ଼ି ଜୀବନ ହାରିଛନ୍ତି। ଫଳରେ ବାପାମା’ଙ୍କୁ ହରାଇ ଅନାଥ ହୋଇ ପଡ଼ିଛନ୍ତି ୨ ଝିଅ ।

Couple

Couple

Advertisment

ଆଲୋକର ପର୍ବ ଦୀପାବଳିରେ ପରିବାର ଉପରେ ଘୋଟି ଆସିଲା କଳା ଅନ୍ଧାର। ଦୀପାବଳି ଦିନ ଏକ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲା ପୂରା ପରିବାର। ସ୍ୱାମୀଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରି ନ ଥିବା ପତ୍ନୀ ନେଲେ ଚରମ ନିଷ୍ପତ୍ତି। ସ୍ୱାମୀଙ୍କ ଜୁଇ ଲିଭିବା ପୂର୍ବରୁ ନିଜେ ବି ଝୁଲି ପଡ଼ି ଜୀବନ ହାରିଛନ୍ତି। ଫଳରେ ବାପାମା’ଙ୍କୁ ହରାଇ ଅନାଥ ହୋଇ ପଡ଼ିଛନ୍ତି ୨ ଝିଅ । ଏପରି ଏକ ହୃଦୟ ବିଦାରକ ଘଟଣା ଗତ ରାତିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ସୁନାଖଳା ଅଞ୍ଚଳରେ ଘଟିଛି।

Advertisment

ସୁନାଖଳାରେ ବ୍ୟବସାୟ କରୁଥିବା ଗୋକୁଳ ଚନ୍ଦ୍ର ସାହୁଙ୍କ ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ। ଦୀପାବଳି ଦିନ ସନ୍ଧ୍ୟା ବେଳେ ସେ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ଅନ୍ୟ ଗୋଟିଏ ବାଇକ ସହିତ ମୁହଁ।ମୁହଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା।

ଗତକାଲି ଗୋକୁଳଙ୍କ ଶବ ବ୍ୟବଚ୍ଛଦ ହୋଇ ଘରେ ପହଞ୍ଚିବା ପରେ ରାତିରେ ଶବ ସତ୍କାର ହୋଇଥିଲା। କାନ୍ଦ ବୋବାଳିରେ ପୂରା ଘର ଫାଟି ପଡ଼ୁଥିବା ବେଳେ ଗୋକୁଳଙ୍କ ପତ୍ନୀ କିନ୍ତୁ ସ୍ୱାମୀଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନ ଥିଲେ।

Advertisment

ସ୍ୱାମୀଙ୍କ ପରେ ପରେ ସେ ବି ଜୀବନ ହାରିବାକୁ ନିଷ୍ପତ୍ତି ନେଇ ଗତ ରାତିରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଦେଇଛନ୍ତି। ବାପା ପରେ ପରେ ମା’କୁ ହରାଇ ଦୁଇ ନାବାଳିକା ଝିଅ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ଏହି ଖବର ପ୍ରଚାରିତ ହେବା ପରେ ସମ୍ପୂର୍ଣ୍ଣ ଗ୍ରାମବାସଦୀ ସ୍ତବ୍ଧ ହୋଇ ପଡ଼ିଛନ୍ତି।

Suicide Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe