Advertisment

ଧରା ପଡ଼ିଗଲା ସତ; ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିଲା ସ୍ତ୍ରୀ

ପରକୀୟା ପ୍ରୀତି ଧରାପଡ଼ିଯିବାରୁ ସ୍ତ୍ରୀ ପ୍ରେମିକ ସହ ମିଶି ଏହି  ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Murder

Murder

Advertisment

ଧରା ପଡ଼ିଗଲା ସତ। ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଘରେ ପୋତି ଦେଲା ସ୍ତ୍ରୀ। ୨୦ ଦିନ ପରେ ମାଟି ତଳୁ ମୃତଦେହକୁ ଉଦ୍ଧାର କଲା ପୁଲିସ। ଏପରିଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁର ଏହ ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରକାଶ ନାୟକ। ପୁଲିସ ସ୍ତ୍ରୀ ଜୋସ୍ନାରାଣୀ ନାୟକ, ପ୍ରେମିକ ସୋନୁ ସାମଲ ଓ ଶାଶୁ ଡମଣୀ ପ୍ରଧାନଙ୍କୁ  ଅଟକ ରଖିଛି।

Advertisment

ଅଭିଯୋଗ ଅନୁଯାୟୀ, ପ୍ରକାଶ ନାୟକ କୋମଣ୍ଡ ଗାଁରେ ନିଜ ଶ୍ୱଶୁର ଘରେ ରହୁଥିଲେ। ୨୦ ଦିନ ସେ ନିଖୋଜ ଥିଲେ। ଏନେଇ ପ୍ରକାଶଙ୍କ ବାପା ଗତକାଲି ପୁଅ ନିଖୋଜ ଥିବା ନେଇ ଓଡଗାଁ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ହେଲେ ସାଙ୍ଗରେ ପୁଅର ଆଧାରକାର୍ଡ ଆଣିନଥିଲେ। ଆଧାରକାର୍ଡ ପାଇଁ ପ୍ରକାଶଙ୍କ ଶ୍ୱଶୁର ଘରକୁ ଯାଇଥିଲେ ତାଙ୍କ ବାପା। ଶ୍ୱଶୁର ଘରୁ ଆଧାରକାର୍ଡ ଆଣିଲା ବେଳେ ଘର ଭିତରେ ମାଟି ଖୋଳାହୋଇଥିବା ଦେଖିଥିଲେ। ହେଲେ କାହାକୁ କିଛି ନକହି ଆଧାରକାର୍ଡ ନେଇ ଥାନାକୁ ପଳାଇଆସିଥିଲେ। ଥାନାରେ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିବା ସହ ପୁଅକୁ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଛି ବୋଲି ପୁଲିସ ଅଧିକାରୀଙ୍କ ନିକଟରେ କହିଥିଲେ।

 ପରେ ପୁଲିସ ପ୍ରକାଶଙ୍କ ଶ୍ୱଶୁରଙ୍କ ଘରକୁ ଯାଇ ଛାନଭିନ୍ ଆରମ୍ଭ କରିଥିଲା। ଛାନଭିନ୍ ବେଳେ ପୁଲିସର ସନ୍ଦେହ ବଢ଼ିଥିଲା। ପରେ ଓଡଗାଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଘରେ ଭିତରେ ମାଟି ଖୋଳି ଦେଖିଲା ବେଳକୁ ପ୍ରକାଶଙ୍କ ମୃତଦେହ ମିଳିଥିଲା। ପ୍ରକାଶଙ୍କୁ ସ୍ତ୍ରୀ ଓ ତାଙ୍କ ପ୍ରେମିକ ମାରି ଦେଇଥିବା ପୁଲିସ ଜାଣିବାକୁ ପାଇଥିଲା। ପରକୀୟା ପ୍ରୀତି ଧରାପଡ଼ିଯିବାରୁ ପ୍ରେମିକ ସହ ସ୍ତ୍ରୀ ମିଶି ଏହି  ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ଗାଁରେ କୌଣସି ବିଶୃଙ୍ଖଳା ପରିସ୍ଥତି ନ ଉପୁଜିବା ଆଶଙ୍କାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରିବା ସହ ପୁଲିସ ମଧ୍ୟ ଅଭିଯୁକ୍ତମାନଙ୍କ ନେଇ ସିନ୍ ରିକ୍ରିଏଟ୍ କରିଥିବା ଜଣାପଡ଼ିଛି।

Advertisment
Odisha Police Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe