ଆଉ ଜଣେ ବେୱାଫା ପତ୍ନୀ: ପ୍ରେମିକ ସହ ମିଶି ସ୍ୱାମୀକୁ ମାରିଲା, ମୃତଦେହ ନଦୀରେ ଫିଙ୍ଗିଲା

ପ୍ରେମ ବିବାହର ୧୮ ବର୍ଷ ପରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି। ଏହାପରେ ମୃତଦେହକୁ ସେମାନେ ନଦୀରେ ଫିଙ୍ଗି ଦେଇଛନ୍ତି।

anil

ଅନୀଲ ଓ ସଙ୍ଗୀତା (ଫାଇଲ ଫଟୋ)

Hemant Lenka
  • Published: Thursday, 12 June 2025
  • Updated: 12 June 2025, 01:37 PM IST

Sports

Latest News

ବେୱାଫା ସୋନମ ରଘୁବଂଶୀଙ୍କ କାଣ୍ଡ କାରନାମା ପୂରା ଦେଶରେ ଚର୍ଚ୍ଚା ହେଉଛି। ହନିମୁନ ଟ୍ରିପ ବେଳେ ସୋନମ ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ପ୍ରେମିକ ରାଜ କୁଶୱା ଓ ୩ ଜଣ ସୁପାରି କିଲରଙ୍କ ଜରିଆରେ ହତ୍ୟା କରିଥିଲେ। ଏହି ଘଟଣା ଚର୍ଚ୍ଚାରେ ଥିବା ବେଳେ ଆଉ ଜଣେ ବେୱାଫା ପତ୍ନୀଙ୍କ ସାଂଘାତିକ ଖେଳ ସାମ୍ନାକୁ ଆସିଛି। ପ୍ରେମ ବିବାହର ୧୮ ବର୍ଷ ପରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି। ଏହାପରେ ମୃତଦେହକୁ ସେମାନେ ନଦୀରେ ଫିଙ୍ଗି ଦେଇଛନ୍ତି।

କିନ୍ତୁ ଚୋର ଘର ଅନ୍ଧାର ନଥିବା ଭଳି ପୁଲିସ୍‌ ଉକ୍ତ ମହିଳାଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି। ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ପ୍ରସାଦରେ ବିଷ ମିଶାଇ ଖାଇବାକୁ ଦେଇଥିଲେ। ସେ ଅଚେତ ଅବସ୍ଥାରେ ଥିବା ବେଳେ ପତ୍ନୀ ଜଣଙ୍କ ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ରାପତି ନଦୀରେ ଫିଙ୍ଗି ଦେଇଥିଲେ। ଦମ୍ପତି ୧୮ ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ୧୨ ବର୍ଷର ପୁଅ ମଧ୍ୟ ରହିଛି।

ପୁଲିସ୍‌ କହିଛି ଯେ ଅଭିଯୁକ୍ତ ସଙ୍ଗୀତା ଦେବୀ(୩୫) ତାଙ୍କ ସ୍ୱାମୀ କାନ୍ନନ କୁମାର(୪୮)ଙ୍କୁ ମନ୍ଦିରରୁ ଫେରିବା ବେଳେ ପ୍ରସାଦରେ ବିଷ ମିଶାଇ ଖାଇବାକୁ ଦେଇଥିଲେ। ଏହାକୁ ଖାଇବା ପରେ କାନ୍ନନ କୁମାର ଅଚେତ ହୋଇ ଯାଇଥିଲେ। ଏହାପରେ ସଙ୍ଗୀତା ତାଙ୍କ ଠାରୁ ୮ ବର୍ଷ ସାନ ପ୍ରେମିକ ଅନୀଲ ଶୁକ୍ଳା ଓରଫ ବିବେକ(୨୭)ଙ୍କ ସହ ମିଶି ଅଚେତ ଅବସ୍ଥାରେ ଥିବା କାନ୍ନନ କୁମାରଙ୍କୁ ବଳରାମପୁରର କୋଡରି ନିକଟରେ ପ୍ରବାହିତ ରାପତି ନଦୀକୁ ୨୫ ଫୁଟ ଉଚ୍ଚରୁ ଫିଙ୍ଗି ଦେଇଥିଲେ। ଜୁନ ୨ରେ ସେମାନେ ଏପରି କରିଥିଲେ।

Also Read

କାନ୍ନନ କୁମାରଙ୍କୁ ହତ୍ୟା କରିବା ପରେ ସଙ୍ଗୀତା ନିଜକୁ ନିରୀହ ବୋଲି ଦର୍ଶାଇବା ପାଇଁ ଜୁନ ୫ରେ ସ୍ୱାମୀଙ୍କ ନିଖୋଜ ନେଇ ଦେବାରୁ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। କିନ୍ତୁ ଜୁନ ୨ରୁ ସେ କେଉଁଠି ଥିଲେ, ତା’ର ଉତ୍ତର ପୁଲିସ୍‌କୁ ଦେଇ ପାରି ନଥିଲେ। ବାସ୍ତବରେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ସଙ୍ଗୀତା ନିଜ ପ୍ରେମିକ ଅନୀଲ ସହ ୩ ଦିନ କାଳ ମୌଜ କରୁଥିଲେ।

ପୁଲିସ ସଙ୍ଗୀତାଙ୍କ ଉପରେ ସନ୍ଦେହ କରି ନିଜ ଯାଞ୍ଚକୁ ଆଗକୁ ନେଇଥିଲା। ତାଙ୍କୁ ମୋବାଇଲ ଲୋକେସନରୁ ଜଣାପଡ଼ିଥିଲା ଯେ ଜୁନ ୨ରେ ସେ କାନ୍ନନଙ୍କ ସହ ରହିଥିଲେ। ଏହାକୁ ଆଧାର କରି ପୁଲିସ୍‌ ତାଙ୍କୁ ବାରମ୍ବାର ଜେରା କରିବାରୁ ସଙ୍ଗୀତା ନିଜର ଅପରାଧକୁ ସ୍ୱୀକାର କରିଥିଲେ ଓ ଏଥିରେ ଅନୀଲଙ୍କ ଭୂମିକା ରହିଥିବା କଥା ମଧ୍ୟ ପୁଲିସ୍‌କୁ ଜଣାଇଥିଲେ।

ସଙ୍ଗୀତାଙ୍କ ୧୨ ବର୍ଷର ପୁଅ ପୁଲିସକୁ କହିଛନ୍ତି ଯେ “ବାପା ଜୁନ ୨ରେ ମା’ ଓ ଅନୀଲ ଅଙ୍କଲଙ୍କ ସହ ଯାଇଥିଲେ। କିନ୍ତୁ ଘରକୁ କେବଳ ମା’ ଫେରିଥିଲେ।” ଏସବୁ ଭିତରେ କାନ୍ନନଙ୍କ ଭାଇ ବାବୁ ଲାଲ ମଧ୍ୟ ପୁଲିସ୍‌ରେ ସଙ୍ଗୀତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଜୁନ ୧୦ରେ କାନ୍ନନଙ୍କ ଗଳିତ ଶବକୁ ନଦୀର ତଳ ଭାଗରୁ ଉଦ୍ଧାର କରାଯାଇଥିଲା। ଫରେନ୍ସିକ ଯାଞ୍ଚ ପରେ ତା’ହା କାନ୍ନନଙ୍କର ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ପୁଲିସ ବାବୁ ଲାଲଙ୍କ ଅଭିଯୋଗ ଆଧାରରେ ସଙ୍ଗୀତା ଓ ଅନୀଲଙ୍କୁ ଗିରଫ କରିଛି।

ପୁଲିସ୍‌ ସର୍କଲ ଅଫିସର ସୁଜିତ ରାୟ କହିଛନ୍ତି, ସଙ୍ଗୀତ ୫ ବର୍ଷ ତଳେ ଗୋଟିଏ ଟ୍ରେନ ଯାତ୍ରା ବେଳେ ପ୍ରଥମେ ଅନୀଲଙ୍କୁ ଭେଟିଥିଲେ। ସମୟକ୍ରମେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅନୀଲ ମଧ୍ୟ ନିୟମିତ ସଙ୍ଗୀତାଙ୍କ ଘରକୁ ଆସୁଥିଲେ। ସେ ବାରମ୍ବାର ଘରକୁ ଆସୁଥିବାରୁ କାନ୍ନନଙ୍କ ମନରେ ସଙ୍ଗୀତା ଓ ଅନୀଲଙ୍କ ସମ୍ପର୍କକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ସେ ସଙ୍ଗୀତାଙ୍କୁ ପ୍ରଶ୍ନ କରିଥିଲେ।

ହେଲେ ଅନୀଲ ତାଙ୍କର ଜଣେ ବନ୍ଧୁ ବୋଲି କହି ସଙ୍ଗୀତା ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। କାନ୍ନନ ସନ୍ଦେହ କରୁଥିବାରୁ ସଙ୍ଗୀତା ଓ ଅନୀଲ ଠିକ ଭାବେ ପରସ୍ପରକୁ ଭେଟି ପାରୁ ନଥିଲେ। ତେଣୁ ସେମାନେ କାନ୍ନନଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ ସଙ୍ଗୀତା ଜୁନ ୨ରେ କାନ୍ନନଙ୍କୁ ନେଇ ଗୋଟିଏ ମନ୍ଦିରକୁ ଯାଇଥିଲେ। ସେଠାରେ ମନ୍ଦିରର ପ୍ରସାଦରେ ବିଷ ମିଶାଇ ତାଙ୍କୁ ଖୁଆଇ ଦେଇଥିଲେ। କାନ୍ନନ ଅଚେତ ଅବସ୍ଥାରେ ଥିବା ବେଳେ ସେ ଓ ଅନୀଲ ତାଙ୍କୁ ରାପତି ନଦୀ ବ୍ରିଜରୁ ତଳକୁ ଠେଲି ଦେଇଥିଲେ ବୋଲି ଶ୍ରୀ ରାୟ କହିଛନ୍ତି।

ପୁଲିସ୍‌ର ଜେରା ବେଳେ ସଙ୍ଗୀତା ମଧ୍ୟ ନିଜ ସ୍ୱାମୀଙ୍କୁ ମାରିଥିବା ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ଆମେ ତାଙ୍କୁ ଶରବସ୍ତି ଥିବା ବିଭୂତି ନାଥ ମନ୍ଦିର ଟ୍ରିପ ବେଳେ ବିଷ ଦେଇଥିଲୁ। ସେଠାରୁ ଫେରିବା ପରେ ଆମେ କୋଦାରି ବ୍ରିଜରେ ଅଟକି ଥିଲୁ ଓ କାନ୍ନନଙ୍କୁ ନଦୀକୁ ଫିଙ୍ଗି ଦେଇଥିଲୁ।”

୧୮ ବର୍ଷ ତଳେ କାନ୍ନନ ପ୍ରେମ ବିବାହ କରି ସଙ୍ଗୀତାଙ୍କୁ ଘରକୁ ଆଣିଥିଲେ। ପେଶାରେ କାନ୍ନନ ମାଛ ଚାଷୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story