Advertisment

ରେଷ୍ଟୁରାଣ୍ଟ ଖାଦ୍ୟକୁ ମନା କଲେ ସ୍ୱାମୀ, ଜୀବନ ନେଇଗଲେ ପତ୍ନୀ

ରେଷ୍ଟୁରାଣ୍ଟ ଖାଦ୍ୟ ଖାଇବାକୁ ମନ ବଳାଇଥିଲେ ପତ୍ନୀ। ମାତ୍ର କଥାକୁ ଏଡ଼ାଇଗଲେ ସ୍ୱାମୀ।

author-image
Niharika Rout
Family

Family

ରେଷ୍ଟୁରାଣ୍ଟ ଖାଦ୍ୟ ଖାଇବାକୁ ମନ ବଳାଇଥିଲେ ପତ୍ନୀ। ମାତ୍ର କଥାକୁ ଏଡ଼ାଇଗଲେ ସ୍ୱାମୀ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପତ୍ନୀଜଣକ ରକ୍ତମୁଖା ପାଲଟିଗଲେ। ଆଉ ନିଜ ହାତରେ ନିର୍ମମ ଭାବେ ନିଜ ସ୍ୱାମଙ୍କ ହତ୍ୟା କଲେ। ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛି ଦେଇଥିଲେ ବି ତାଙ୍କ ମନରେ ଟିକେ ବି ଅନୁଶୋଚନା ନାହିଁ।

Advertisment

ଏପରି ଏକ ବର୍ବର କାଣ୍ଡ ବିହାରର ବୈଶାଳି ଜିଲ୍ଲାରେ ଘଟିଛି। ଯୁବକଙ୍କ ମୃତଦେହ ରେଲୱେ ଟ୍ରାକ୍‌ରୁ ମିଳିଛି। ମୃତକ ହେଲେ ରାଜବୀର । ମୁଜଫରପୁରର ରାଜବୀର ୯ ମାସ ପୂର୍ବେ ବାହାଦୂରପୁରର ନିଶାଙ୍କୁ ବିବାହ କରିଥିଲେ। ପ୍ରଥମରୁ ହିଁ ନିଶା ନିଜ ସ୍ୱାମୀଙ୍କୁ ପସନ୍ଦ କରୁ ନ ଥିବା ରାଜବୀରଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି।

ଘଟଣା ଦିନ ନିଶା ନିଜ ବାପଘରେ ଥିବା ବେଳେ ରାଜବୀର ସେଠାକୁ ଯାଇଥିଲେ। ସେଠାରେ ନିଶା ରେଷ୍ଟୁରାଣ୍ଟ ଖାଦ୍ୟ ଅର୍ଡର କରିବାକୁ ରାଜବୀରଙ୍କ ନିକଟରେ ଜିଦ ଧରିଥିଲେ। ମାତ୍ର ରାଜବୀର ତାଙ୍କ କଥାକୁ ଖାତିର କରି ନ ଥିଲେ।

Advertisment

ଏଥିରେ ଉତ୍ତ୍ୟକ୍ତ ହୋଇ ନିଶା ମାରଣାସ୍ତ୍ର ସାହାଯ୍ୟରେ ରାଜବୀରଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ଏହାକୁ ଆତ୍ମହତ୍ୟା ଦେଖାଇବାକୁ ଯାଇ ନିଶାଙ୍କ ପରିବାର ଲୋକେ ମୃତଦେହକୁ ନିକଟସ୍ଥ ରେଲୱେ ଟ୍ରାକ୍‌ରେ ଫୋପାଡ଼ି ଦେଇଥିଲେ।

ଖବର ପାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ରାଜବୀରଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ନିଶାଙ୍କ ସମେତ ତାଙ୍କ ବାପାମା’ଙ୍କୁ ବି ବାନ୍ଧିଛି।

Murder Bihar